ସରଗରମ ହେଲାଣି ଦିଲ୍ଲୀ ରାଜନୀତି । ନିର୍ବାଚନ ହେବାକୁ ଆଉ ମାତ୍ର 2 ଦିନ ବାକି ଥିବା ବେଳେ ବିରୋଧୀ ଶାସକ ମୁହାମୁହିଁ ହୋଇଛନ୍ତି । ଳଗାତାର ତୃତୀୟ ଥର କ୍ଷମତାକୁ ଫେରିବାକୁ ଚାହିଁ ବସିଥିବା ଆପ ରାସ୍ତାରେ କଣ୍ଟା ସାଜିଛନ୍ତି ମୋଦି । କାରଣ ନିଜ ନିର୍ବାଚନ ପ୍ରଚାର ସମୟରେ କେଜ୍ରିଓ୍ବାଲ କହିଥିଲେ ମୋଦି ସରକାର ଆସିଲେ ସବୁ ବସ୍ତି ଭାଙ୍ଗିଦେଲେ ଲୋକଙ୍କୁ ହଇରାଶ କରିବେ । ମାଗଣା ଗାଡ଼ିକୁ ଆରମ୍ଭ କରି ବିଜୁଳି ପାଣି ସବୁ ବନ୍ଦ କରିଦେବେ । ଦିଲ୍ଲୀବାସୀଙ୍କ ଉପରେ ବୋଝ ବଢିଯିବ । ଏମିତି କହି ଟାର୍ଗେଟ କରିଥିଲେ କେଜ୍ରିଓ୍ବାଲ ହେଲେ ଏହାର କଡ଼ା ଜବାବ ରଖିଛନ୍ତି ମୋଦି । କହିଛନ୍ତି ଆମେ ପ୍ରତିଶ୍ରୁତି ଦେଉଛୁ ଜିତିବା ପରେ ବି ଆମେ ଗୋଟିଏ ହେଲେ ଘର ଭାଙ୍ଗିବୁ ନାହିଁ । ଦିଲ୍ଲୀର ବିକାଶ ଆମର ଫୋକସ ।
ଦିଲ୍ଲୀ ଜଙ୍ଗ ଜିତିବାକୁ ଏବେ ସବୁ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି । ଗ୍ରାଉଣ୍ଡରେ ବିଜେପି, କଂଗ୍ରେସ ଓ ଆପ୍ ବିଭିନ୍ନ ଘୋଷଣା ମଧ୍ୟ କରୁଛନ୍ତି । ପରସ୍ପର ପରସ୍ପରଙ୍କୁ ଟାର୍ଗେଟ୍ ବି କରିଛନ୍ତି । ହେଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ, ମୋଦି ଦେଶର ବିକାଶ କରିବାକୁ କେବେ ଚାହାଁନ୍ତି ନାହିଁ । ବିଜେପି ସରକାରକୁ ଆସିଲେ ଦେଶର ବିକାଶ ହେବନି କି ଦିଲ୍ଲୀର ବିକାଶ ହେବନି । ବୋଝ ବଢିଯିବ ଦିଲ୍ଲୀବାସୀଙ୍କ ଉପରେ । ହେଲେ ମୋଦି ଏହାର କଡ଼ା ଟିପ୍ପଣୀ ଦେବା ସହିତ କହିଛନ୍ତି, ଦିଲ୍ଲୀବାସୀଙ୍କୁ କିଛି ଲୋକ ଭ୍ରମିତ କରିବା ଲାଗି କାମ କରନ୍ତି । ଆମେ ପ୍ରତି ଜନତାଙ୍କ ବିକାଶ କରିବା ଲାଗି ସଂକଳ୍ପବଦ୍ଧ ।
ଦେଶର ରାଜଧାନୀ ଦିଲ୍ଲୀ । ପ୍ରତି ରାଜନୈତିକ ଦଳର ଫୋକସ୍ରେ ଥାଏ ଦିଲ୍ଲୀ ରାଜନୀତି । ୧୦ ବର୍ଷ ହେଲାଣି ଦିଲ୍ଲୀରେ ଆପ୍ ସରକାର ରହିଛି । ତେଣୁ ତୃତୀୟ ଥର ଲାଗି ସରକାରକୁ ଫେରିବାକୁ ଆପ୍ କସରତ ବି କରିଛି । ହେଲେ ମଦ ଦୁର୍ନୀତିଠୁ ଆରମ୍ଭ କରି ସ୍ବାସ୍ଥ୍ୟ ଦୁର୍ନୀତିରେ ଏମିତି ଛନ୍ଦି ହୋଇଛନ୍ତି ଯେ କେଜ୍ରିୱାଲ ଲୋକମାନେ ତାଙ୍କୁ ବିଶ୍ବାସ କରିବା କଷ୍ଟକର ହୋଇ ପଡୁଛି । ଏମିତି ସ୍ଥିତିରେ ସେ ମୋଦିଙ୍କୁ ଟାର୍ଗେଟ୍ କରିବା ଲାଗି ଚେଷ୍ଟା କରୁଥିବା ବେଳେ ନିଜେ ବିଜେପିର ଟାର୍ଗେଟ୍ ହୋଇଯାଇଛନ୍ତି । ନିର୍ବାଚନ ରାଲିଲେ ଯୋଗ ଦେଇ ମୋଦି କହିଛନ୍ତି, ଆମେ ଏକ ଭାରତ ଶ୍ରେଷ୍ଠ ଭାରତ ଉପରେ ବିଶ୍ବାସ କରୁ । ଦିଲ୍ଲୀ ଏମିତି ଏକ ରାଜ୍ୟ ଯେଉଁଠାରେ ଦେଶର ପ୍ରତି ରାଜ୍ୟର ଲୋକ ରୁହନ୍ତି । ତେଣୁ ଏଠାରେ ବିକାଶ ହେବା ନିହାତି ଦରକାର । ଆପଣମାନେ ଚାହିଁଲେ ମୋର କ୍ଷମତା ବଢାଇବେ, ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ।
ନିର୍ବାଚନ ରାଲିରେ ଯୋଗ ଦେଇ ମୋଦି କହିଛନ୍ତି, ମତେ ଭଲରେ ଜଣାଅଛି କି ଏଥର ଆପଣମାନେ ମନସ୍ତ କରିଛନ୍ତି ବିଜେପିକୁ ଜିତାଇବେ । କାରଣ ଏଇଠି ଯେଉଁ ସରକାର ଅଛି ସେମାନେ ୧୧ ବର୍ଷ ହେଲାଣି କିଛି କରିନାହାନ୍ତି । ଯଦି ଜନତାଙ୍କ ଲାଗି କାମ କରିଥାଆନ୍ତେ ତାହାଲେ ଆଜି ଦିଲ୍ଲୀ ବହୁ ଆଗକୁ ଯାଇସାରିଥାଆନ୍ତା । ହେଲେ ମୁଁ ଗ୍ୟାରେଣ୍ଟି ଦେଉଛି, ପ୍ରତିଟି ବ୍ୟକ୍ତିଙ୍କ ଅସୁବିଧା ସମାଧାନ କରିବି । ବିକାଶ ଲାଗି ଆମ ଦଳ କାମ କରୁଛି, କାମ କରିବ ମଧ୍ୟ । ଡବଲ ଇଞ୍ଜିନ ସରକାର ଆସିଲେ ବିକାଶ ବି ଡବଲ ହେବ ବୋଲି ମୋଦି କହିଛନ୍ତି । ଆଉ ଉପସ୍ଥତ ଥିବା ଜନତା ବି ମୋଦି ମୋଦି ନାରାରେ କମ୍ପାଇଥିଲେ । ଏସବୁ ଚିତ୍ରରୁ ଗୋଟିଏ କଥା ସ୍ପଷ୍ଟ ହେଉଥିଲା ସତେ ଯେମିତି ଏଥର ଦିଲ୍ଲୀରେ ବିଜେପି ସରକାର ଆସିବ । ତେବେ ଚିତ୍ର ୮ ତାରିଖରେ ସ୍ପଷ୍ଟ ହେବ ।