2025 – 26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ରେକର୍ଡ଼ 6.81 ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଯାହା କି ପୂର୍ବ ବର୍ଷ ତୁଳନାରେ 9.53 % ଅଧିକ । ଏହି ରାଶି ଦେଶର ଆନୁମାନିକ ଜିଡ଼ିପିର 1.91 ପ୍ରତିଶତ 6.8 ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ବଜେଟ ମଧ୍ୟରୁ 1.18 ଲକ୍ଷ କୋଟି ଟଙ୍କା ପୁଞ୍ଜି ବ୍ୟୟ ପାଇଁ ଆବଣ୍ଟନ କରାଯାଇଛି । ଅର୍ଥାତ ଏହି ଅର୍ଥନୂଆ ଅସ୍ତଶସ୍ତ୍ର ବିମାନ ଯୁଦ୍ଧ ଜାହାଜ ଏବଂ ଅନ୍ୟାନ୍ୟ ସାମରିକ ଉପକରଣ କିଣିବାରେ ବ୍ୟବହୃତ ହେବ ।
ସଶସ୍ତ୍ର ବାହିନୀ ପାଇଁ ପୁଞ୍ଜି ବଜେଟ୍ ଅଧୀନରେ ୧.୮୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବଜେଟରେ ସେନାର ଆଧୁନିକୀକରଣ ଏକ ପ୍ରମୁଖ ଫୋକସ୍ କ୍ଷେତ୍ର । ଘରୋଇ ଶିଳ୍ପରୁ କ୍ରୟ ପାଇଁ ୧.୧୨ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରତିରକ୍ଷା ଭତ୍ତା ପାଇଁ ଆବଣ୍ଟନ ୧୪% ବୃଦ୍ଧି କରାଯାଇଛି। ଇସିଏଚ୍ଏସ୍ ପାଇଁ ୮,୩୧୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ବଜେଟରେ ୧୨% ବୃଦ୍ଧି ଘଟିଛି। ଆଇସିଜି ପାଇଁ ପୁଞ୍ଜି ବଜେଟରେ ୪୩% ବୃଦ୍ଧି ଘଟିଛି। କ୍ୟାପିଟାଲ ହେଡ୍ ଅଧୀନରେ ବିଆରଓକୁ ୭,୧୪୬ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
୨୦୨୪-୨୫ ବଜେଟରେ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୬.୨୧ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ଏହା ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୪.୭୯ ପ୍ରତିଶତ ଅଧିକ ଥିଲା।