ସଂସଦର ବଜେଟ ଅଧିବେସନ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭା ଓ ରାଜ୍ୟଦଭାରେ ଅର୍ଥନୈତିକ ସର୍ଭେ – 2025 ଉପସ୍ଥାପନ କରିଛନ୍ତି । ଏଥି ସହିତ ସଂସଦର ଉଭୟ ଗୃହକୁ ଆଜି ପୂର୍ବାହ୍ନ 11 ଟା ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି । ମୋଦୀ 3.0ର ପ୍ରଥମ ପୂଣ୍ଣ ବଜେଟ ଆଜି ଆସିବ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ଅଷ୍ଟମ ବଜେଟ ହେବାକୁ ଯାଉଛି । ଯାହା କି ଦେଶର କୌଣସି ଅର୍ଥମନ୍ତ୍ରୀଙ୍କ ପାଇଁ ନୂଆ ରେକର୍ଡ଼ ।
ଅର୍ଥନୈତିକ ସର୍ଭେ-୨୦୨୫ରେ ଆର୍ଥିକ ବର୍ଷ ୨୦୨୫-୨୬ରେ ଆର୍ଥିକ ଅଭିବୃଦ୍ଧି ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ମଧ୍ୟରେ ରହିବାର ଅନୁମାନ କରାଯାଉଛି। ଏହି ଅନୁମାନ ସରକାରଙ୍କ ପୂର୍ବର ଅନୁମାନ ଠାରୁ କମ୍ ଏବଂ ଅନ୍ୟପଟରେ ଦେଖିବାକୁ ଗଲେ ଗତ ୪ ବର୍ଷରେ ସବୁଠାରୁ କମ ରହିଛି। କେନ୍ଦ୍ର ସରକାରଙ୍କ ଆର୍ଥିକ ସର୍ଭେରେ ଯୁବଗୋଷ୍ଠୀଙ୍କୁ ରୋଜଗାର ଓ ସାଧାରଣ ଜନତାଙ୍କୁ ସ୍ବାସ୍ଥ୍ୟ ଓ ଶିକ୍ଷା ଭଳି ସୁବିଧା ଦେବାକୁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ।
ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ବଜେଟ୍ ଟିମ୍ ସହିତ ରାଷ୍ଟ୍ରପତି ଭବନ ଅଭିମୁଖେ ଯିବେ। ସେ ସେଠାରେ ରାଷ୍ଟ୍ରପତିଙ୍କୁ ବଜେଟ୍ର କପି ଦାଖଲ କରିବେ। ରାଷ୍ଟ୍ରପତିଙ୍କ ଠାରୁ ବଜେଟ୍ର ଅନୁମୋଦନ ମିଳିବା ପରେ ଅର୍ଥ ମନ୍ତ୍ରାଳୟକୁ ଫେରି ପୂର୍ବାହ୍ଣ ୯ଟାରେ ନର୍ଥ ବ୍ଲକର ୨ ନମ୍ବର ଗେଟ୍ରେ ଫଟୋ ସୁଟ୍ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଂକଜ ଚୌଧୁରୀ ବଜେଟ ସହିତ ସଂଗଦରେ ପୂର୍ବାହ୍ଣ ୧୦ଟାରେ ପ୍ରବେଶ କରିବେ। ଏଠା୍ରେ ଫଟୋ ସୁଟ୍ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ୍ର ପୂର୍ବାହ୍ଣ ୧୦ଟା ୧୫ରୁ ୧୦ଟା ୪୦ ଯାଏଁ ସଂସଦ ଭବନ ପରିସରରେ ବୈଠକ ହେବ। ଏହା ପରେ ବଜେଟ୍କୁ କ୍ୟାବିନେଟ୍ରୁ ମଂଜୁରୀ ମିଳିବ। କ୍ୟାବିନେଟ୍ର ଅନୁମୋଦନ ପରେ ଅର୍ଥମନ୍ତ୍ରୀ ସକାଳ ୧୧ଟାରେ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବା ପରେ ଅପରାହ୍ଣ ୩ଟାରେ ନ୍ୟାସନାଲ ମିଡିଆ ସେଣ୍ଟରରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରମନ୍ତ୍ରୀ, ଅର୍ଥ ସଚିବ, ଅର୍ଥ ମନ୍ତ୍ରାଳୟର ସଚିବ ଓ ଭାରତ ସରକାରଙ୍କ ମୁଖ୍ୟ ଆର୍ଥିକ ଉପଦେଷ୍ଟା ଉପସ୍ଥିତ ରହିବେ।