କାଲି ସଂସଦରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବେଧାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେବୀ ଲକ୍ଷ୍ମୀଙ୍କ ପ୍ରଣାମ କରି ଅଭିବାଦନ ଜଣାଇଛନ୍ତି ନରେନ୍ଦ୍ର ମୋଦୀ । କହିଛନ୍ତି ଆସନ୍ତାକାଲି ଉପସ୍ଥାପିତ ହେବାକୁ ଥିବା ବଜେଟ ଦେଶରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବ ।
ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ ପରେ ଏଥର ବଜେଟ କାହାକୁ ଅଧିକ ସୁହାଇବ ତାହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ କହିଛନ୍ତି । ଦେଶର ପ୍ରତ୍ୟେକ ମହିଳା ସମ୍ମାନ ଏବଂ ସମାନ ଅଧିକାର ପାଇବା ଜରୁରୀ । ଆମକୁ ମହିଳା ଶକ୍ତିର ଗୌରବ ପ୍ରତିଷ୍ଠା କରିବାକୁ ପଡ଼ିବ ଏବଂ ଏହି ବଜେଟ ଅଧିବେଶନରେ ମହିଳା ଶକ୍ତି ବୃଦ୍ଧି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ।’’
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, “ଯଦି ବିକାଶର ଦ୍ରୁତ ଗତି ହାସଲ କରିବାକୁ ହେଲେ ଅନେକ ସଂସ୍କାରର ଆବଶ୍ୟକତା ରହିଛି । ପ୍ରତ୍ୟେକ କ୍ଷେତ୍ରରେ ଜନ ଭାଗିଦାରୀ ହେଲେ ଦେଶ ଏକ ବଡ଼ ପରିବର୍ତ୍ତନ ଦିଗରେ ଗତିଶୀଳ ହୋଇପାରିବ । ଆଜିର ୨୦୨୫ ବର୍ଷୀୟ ଯୁବକମାନେ ଯେତେବେଳେ ୪୫ ୫୦ ବର୍ଷରେ ପାଦ ଥାପିବେ ସେତେବେଳେ ସେମାନେ ବିକଶିତ ଭାରତର ସବୁଠାରୁ ବଡ଼ ଲାଭାର୍ଥୀ ହେବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଭାଷଣରେ କହିଛନ୍ତି ଯେ, ଆମେ ଏବେ ମିଶନ ମୋଡରେ ଅଛୁ ଏବଂ ଏହି ବଜେଟ୍ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ନିଷ୍ପତ୍ତି ନିଆଯିବ, ସାମଗ୍ରିକ ଭାବେ ଏହି ବଜେଟ୍ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁଯାୟୀ ଏହି ବଜେଟ୍ ଅଧିବେଶନ ବିକଶିତ ଭାରତକୁ ନୂତନ ଶକ୍ତି ଦେବ । ନୂଆ ଆଇନ ପ୍ରଣୟନ ହେବ ଯାହା ଦେଶକୁ ମଜଭୁତ କରିବ । ସେ କହିଛନ୍ତି ଯେ ଆଗାମୀ ୨୫ ବର୍ଷ ପାଇଁ ସଂକଳ୍ପ ମାଧ୍ୟମରେ ସମୃଦ୍ଧ ଭାରତ ଲକ୍ଷ୍ୟରେ ପହଞ୍ଚିବ । ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ କରିବା ଆମର ସଂକଳ୍ପ ଏବଂ ଏଥର ବଜେଟ୍ ଐତିହାସିକ ହେବାକୁ ଯାଉଛି ।