ଆସିବ 17 ଲକ୍ଷ କୋଟିର ପୁଞ୍ଜି ନିବେଶ । ସରକାର 5 ଲକ୍ଷ କୋଟିର ନିବେଶ ଆଶା ରଖିଥିବା ବେଳେ 16.73 ଲକ୍ଷ କୋଟିର ନିବେଶ ପାଇଁ ପ୍ରସ୍ତାବ ମିଳିଛି । 3 ଗୁଣା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବିଭିନ୍ନ ସଂସ୍ଥା ।
ଆଦାନୀ ୨ ଲକ୍ଷ ୨୮ ହଜାର କୋଟି ନିବେଶ କରିବ । ବେଦାନ୍ତ ଲକ୍ଷେ କୋଟି, ଟାଟା ୮୮ ହଜାର କୋଟିର ନିବେଶ କରିବ । ପର୍ୟ୍ୟଟନ କ୍ଷେତ୍ରରେ ୧୨୧ଟି ପ୍ରକଳ୍ପ ପାଇଁ ୮ ହଜାର କୋଟିର ପୁଞ୍ଜିନିବେଶ । ବୟନଶିଳ୍ପ କ୍ଷେତ୍ରରେ ୬ଟି ସଂସ୍ଥା ୭୭୬୨ କୋଟିର ପୁଞ୍ଜିନିବେଶ କରିବେ ।
ମୋଟ 145 ଟି ଏମଓୟୁ ସ୍ବାକ୍ଷରିତ ହୋଇଥିବା ବେଳେ 12 ଲକ୍ଷ 88 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏମଓୟୁ ବାଦ 3 ଲକ୍ଷ 88 ହଜାର କୋଟି ନିବେଶ ଆସିବ ।
୧୫ ଟି କମ୍ପାନୀ ଖଟାଇବେ ୮ ଲକ୍ଷ ୫୦ ହଜାର କୋଟି ଟଙ୍କା । ଆଦାନୀ ୨ ଲକ୍ଷ ୨୮ ହଜାର କୋଟି, ବେଦାନ୍ତ ଲକ୍ଷେ କୋଟି, ଟାଟା ୮୮ ହଜାର କୋଟିର ନିବେଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
୬ଟି ବଡ ବଡ କମ୍ପାନି ସହ ପ୍ରାୟ ୩୧ ହଜାର କୋଟିର ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହାସହ ଆଗକୁ ୪ ଲକ୍ଷ ୩୩ ହଜାର କୋଟିର ପୁଞ୍ଜିନିବେଶ ପାଇଁ ମିଳିଛି ପ୍ରତିଶ୍ରୁତି। ସମ୍ମିଳନୀର ଦ୍ବିତୀୟ ଦିନରେ କୃଷି କ୍ଷେତ୍ରକୁ ଫୋକସ କରିଛନ୍ତି ସରକାର । ତେବେ ଆଜିଠୁ ଦୁଇ ଦିନ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ପଦର୍ଶନ ।
ଦ୍ବିତୀୟ ଦିନରେ ପର୍ୟ୍ୟଟନ କ୍ଷେତ୍ରରେ ୧୨୧ଟି ପ୍ରକଳ୍ପ ପାଇଁ ୮ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ । ସେହିଭଳି ହସ୍ତତନ୍ତ ବୟନଶିଳ୍ପ କ୍ଷେତ୍ରରେ ୭୭୬୨ କୋଟିର ପୁଞ୍ଜିନିବେଶ ପାଇଁ ୬ଟି ସଂସ୍ଥା ସହ ଏମଓୟୁ ହୋଇଛି।
କୃଷି, ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ନିବେଶକାରୀଙ୍କ ସହ ହଜାରେ କୋଟିର ଏମଓୟୁ ସରିଛି । ଦ୍ବିତୀୟ ଦିନରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ସର୍ବାଧିକ ନିବେଶ ପାଇଁ ପ୍ରସ୍ତାବ ଦେଇଛନ୍ତି ନିବେଶକ ।
ମୋଟ ୧୪୫ଟି ଏମଓୟୁ ସ୍ବାକ୍ଷରିତ । ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏମଓୟୁ ବାଦ ୩ ଲକ୍ଷ ୮୮ ହଜାର କୋଟି ନିବେଶ ଆସିବ । ୧୫ ଟି କମ୍ପାନୀ ଖଟାଇବେ ୮ ଲକ୍ଷ ୫୦ ହଜାର କୋଟି ଟଙ୍କା