ଆମେରିକା ୱାସିଂଟନ ଡିସିରେ ବଡ଼ ବିମାନ ଦୁର୍ଘଟଣା। ମଝି ଆକାଶରେ କମର୍ସିଆଲ ବିମାନକୁ ଧକ୍କା ଦେଲା ଆର୍ମି ହେଲିକପ୍ଟର। ଧକ୍କା ଦେବା ପରେ ଉଭୟ ହେଲିକପ୍ଟର ଓ ବିମାନ ଦୁର୍ଘଟଣାଗସ୍ତ ହୋଇ ପୋଟୋମାକ୍ ନଦୀକୁ ଖସି ପଡିଛି। ଆମେରିକାର ରୋନାଲ୍ଡ ରେଗନ୍ ଏୟାରପୋର୍ଟ ନିକଟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି।
କରମର୍ସିଆଲ ବିମାନରେ ୭୦ ଜଣ ଯାତ୍ରୀଙ୍କ ବସିବା କ୍ଷମତା ଥିବାବେଳେ ଏଥିରେ ପାଖାପାଖି ୬୫ ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ହେଲିକପ୍ଟରରେ ୩ ଜଣ ଯବାନ ଥିବା ବେଳେ ଏବେ ସୁଦ୍ଧା ଦୁର୍ଘଟଣାସ୍ଥଳରୁ ୧୮ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି କାରଣ ଯେଉଁ ନଦୀରେ ବିମାନ ଖସିଛି ସେ ନଦୀର ପାଣି ଭାରି ଥଣ୍ଡା ।
ଆମେରିକା ପାଣିପାଗ ସଂସ୍ଥାର ରିପୋର୍ଟ ମୁତାବକ, ନଦୀର ଥଣ୍ଡା କାରଣରୁ ମଣିଷ ଶରୀରର ତାପମାତ୍ରା ଧିରେଧିରେ କମିଯାଇପାରେ । ପ୍ରଥମେ ଗୋଟେ ମିନିଟ୍ ଥଣ୍ଡାର ପ୍ରକୋପ ଅନୁଭବ କରିହୁଏ ପରେ ମାତ୍ର ୧୦ ମିନିଟ୍ ଭିତରେ ଶରୀରର ସମସ୍ତ ଅଙ୍ଗ ନିୟନ୍ତ୍ରଣ ହରାଇବାର ସମ୍ଭାବନା ଥାଏ ଆଉ ପରେ ଶରୀର ବରଫ ପାଲଟି ଯିବାର ଆଶଙ୍କା ରହିଛି ଯାହା ମୃତ୍ୟୁର କାରଣ ସାଜିପାରେ ।
ବର୍ତ୍ତମାନ ଅନ୍ୟ ସବୁ ବିମାନ ଗୁଡିକର ଉଡାଣ ଓ ଅବତରଣ ଗୁଡିକୁ ରଦ୍ଦ କରାଯାଇଛି। ଦୁର୍ଘଟଣା ପରେ ପୋଟୋମାକ୍ ନଦୀରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।