ଆୟୁଷ୍ମାନ ଭାରତ ଯୋଜନାକୁ ଲାଗିଛି ବଡ଼ ଝଟକା । ହରିୟାଣାର 600 ରୁ ଅଧିକ ଘରୋଇ ହସ୍ପିଟାଲ ଫେବୃଆରୀ 3 ରୁ ଆୟୁଷ୍ମାନ ଭାରତ ଯୋଜନାରେ ରୋଗୀଙ୍କ ଚିକିତ୍ସା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନାର ଚିକିତ୍ସା ବାବଦରେ 400 କୋଟି ଟଙ୍କା ଏଯାଏ ଦେଇ ନାହାନ୍ତି ସରକାର । ଯେଉଁଥିପାଇଁ ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ ହରିୟାଣା ଶାଖା ରାଜ୍ୟର 600 ପ୍ରାଇଭେଟ ହସପିଟାଲ ଆୟୁଷ୍ମାନ ଭାରତ ଯୋଜନାରେ ରୋଗୀଙ୍କୁ ଚିକିତ୍ସା କରିବେ ନାହିଁ ବୋଲି କହିଛନ୍ତି ।
ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ହରିୟାଣା ଶାଖା ପକ୍ଷରୁ କୁହାଯାଇଛି ଯେ ଫେବୃଆରୀ ୩ରୁ ସେମାନେ ଆୟୁଷ୍ମାନ ଭାରତ ଯୋଜନାରେ ରୋଗୀଙ୍କୁ ଚିକିତ୍ସା କରିବେ ନାହିଁ। କାରଣ ଏହି ଯୋଜନାରେ ଚିକିତ୍ସା ବାବଦରେ ୪୦୦ କୋଟି ଟଙ୍କା ଏଯାଏ ଦେଇ ନାହାନ୍ତି ସରକାର। ଏହା ଦ୍ଵାରା ହସପିଟାଲ ଚଳାଇବା ବହୁତ କଷ୍ଟ ହେଉଛି। ମାସ ମାସ ଧରି ବିଲ୍ ପଡ଼ି ରହୁଛି। ଏନେଇ ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନିଙ୍କ ସହିତ ଆଲୋଚନା ପରେ ବି କୌଣସି ସମାଧାନ ହେଲାନାର୍ହି। ବୀମା ରାଶିର ମାତ୍ର ୧୦ ରୁ ୧୫ ପ୍ରତିଶତ ଟଙ୍କା ମିଳୁଛି। ତୁରନ୍ତ ସମସ୍ତ ରାଶି ସରକାର ପ୍ରଦାନ ନକଲେ ଚିକିତ୍ସା କରାଯାଇ ପାରିବ ନାହିଁ ବୋଲି ହରିୟାଣାର ଘରୋଇ ହସପିଟାଲ ସଂଘ ତରଫରୁ କୁହାଯାଇଛି।
ହରିୟାଣାର ୧ କୋଟି ୨୦ ଲକ୍ଷରୁ ଅଧିକ ଲୋକ ଆୟୁଷ୍ମାନ ଭାରତ ଯୋଜନାରେ ପଂଜୀକରଣ କରିଛନ୍ତି। ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ବର୍ଷକୁ ମାଗଣାରେ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବାର ବ୍ୟବସ୍ଥା ଅଛି। ଯେଉଁ ପରିବାରର ବାର୍ଷିକ ଆୟ ୨ ଲକ୍ଷ ୫୦ ହଜାରରୁ କମ୍ ହୋଇଥିବ, ସେହି ପରିବାରକୁ ଏହି ସୁବିଧା ମିଳୁଛି। ଏବେ କିନ୍ତୁ ଟଙ୍କା ମିଳୁନଥିବାରୁ ଘରୋଇ ହସପିଟାଲଗୁଡ଼ିକ ଚିକିତ୍ସା କରିବାକୁ ମନା କରିଛନ୍ତି।
ସେପଟେ ହରିୟାଣାର ଏପରି ଅବସ୍ଥା ପରେ ଓଡ଼ିଶାରେ ଏପରି ହେବନି ତ ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। କାରଣ ଓଡ଼ିଶାରେ ବିଜେଡି ସରକାର ସମୟରେ ଲୋକଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ କରଯାଇଥିଲା। ଯାହା ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ସଞ୍ଜିବନୀ ପାଲଟିଥିଲା। ଗରୀବ ଲୋକଟିଏ ରାଜ୍ୟ ତଥା ରାଜ୍ୟ ବାହାରର ବଡ଼ ପ୍ରାଇଭେଟ ମେଡିକାଲରେ ମାଗଣାରେ ସମସ୍ତ ପ୍ରକାର ଚିକିତ୍ସା ପାଉଥିଲ। କିନ୍ତୁ ସରକାର ପରିବର୍ତ୍ତନ ହେବା ପରେ ନୂଆ ବିଜେପି ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଯାଉଛନ୍ତି। ଏନେଇ ଚଳିତ ମାସ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଆଗାମୀ ମାସ ଅର୍ଥାତ ଫେବୃଆରୀରେ ଏହା ଲାଗୁକରାଯିବ। କିନ୍ତୁ ବିଏସ୍କେୱାଇ ପରି ସୁବିଧା ଆୟୁଷ୍ମାନ ଭାରତ ଯୋଜନାରେ ମିଳିବ କି ନାହିଁ ତାହାକୁ ନେଇ ଓଡ଼ିଶାବାସୀ ସନ୍ଦିହାନି ଭିତରେ ରହିଛନ୍ତି।