Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

ଓଡ଼ିଶାରେ ରେଳବାଇରେ ୭୩ ହଜାର କୋଟି ଟଙ୍କା ହେବ ନିବେଶ

Ramesh Parida by Ramesh Parida
Jan 28, 2025, 11:42 pm GMT+0530
FacebookTwitterWhatsAppTelegram

କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍କର୍ଷ ଓଡ଼ିଶା – ମେକ ଇନ୍‌ ଓଡ଼ିଶା ସମ୍ମିଳନୀରେ ଆଇଟି/ଆଇଟିଇଏସ/ଇଏସଡିଏମ ଉପରେ ଆୟୋଜିତ କ୍ଷେତ୍ରୀୟ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଓଡ଼ିଶା ଏକ ବଜେଟ ବଳକା ରାଜ୍ୟ। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ଓଡ଼ିଶାରେ ଥିବା ସମ୍ଭାବନାକୁ ବିଶ୍ୱସ୍ତରରେ ଉପସ୍ଥାପନ କରିଛି।

ଶ୍ରୀ ବୈଷ୍ଣବ କହିଥିଲେ, ଓଡ଼ିଶାରେ ରେଳବାଇ କ୍ଷେତ୍ରରେ ୭୩ ହଜାର କୋଟି ଟଙ୍କା ଏବଂ ଦୂରସଞ୍ଚାର କ୍ଷେତ୍ରରେ ୫୦୩୩ କୋଟି ଟଙ୍କା ନିବେଶ କରାଯାଇଥିବା ବେଳେ ଆଇଟି କ୍ଷେତ୍ରରେ ୭ହଜାର କୋଟି ଟଙ୍କା ନିବେଶ ପାଇଁ ଆଜି ଘୋଷଣା ହୋଇଛି । ଏହା ଓଡ଼ିଶା ପାଇଁ ଲାଭଦାୟକ ହେବ । ଓଡ଼ିଶାକୁ ଖୁବଶୀଘ୍ର ଏକ ଆଇଟି କେନ୍ଦ୍ରସ୍ଥଳୀରେ ପରିଣତ କରାଯିବ। ଓଡ଼ିଶା ସରକାର ଏଥିପାଇଁ ଭୁବନେଶ୍ୱର ମଧ୍ୟଭାଗରେ ୩ ଲକ୍ଷ ବର୍ଗଫୁଟ ଜମି ଆବଣ୍ଟନ କରିଛନ୍ତି ଏବଂ ଆଇଟି ଶିଳ୍ପର ବିକାଶ ପାଇଁ ଖୁବଶୀଘ୍ର ଆଉ ୧୨ ଲକ୍ଷ ବର୍ଗଫୁଟ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଆଇଟି କମ୍ପାନୀଗୁଡ଼ିକ ପାଇଁ ମୋଟ୍‌ ୧୫ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ଉଚ୍ଚ ମାନର ସୁବିଧା ଯୋଗାଇ ଦିଆଯିବ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ, ୧ ଜାନୁଆରୀ ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସେମିକଣ୍ଡକ୍ଟର ମିଶନ ବେଶ୍‌ ପ୍ରଗତି ହାସଲ କରିଛି । ପ୍ରାରମ୍ଭରେ ବିଶ୍ୱ ଏହାର ସଫଳତାକୁ ନେଇ ସନ୍ଦେହ କରିଥିଲା। ବର୍ତ୍ତମାନ ୫ଟି ପ୍ରକଳ୍ପକୁ ମଞ୍ଜୁରି ମିଳିସାରିଛି । ମାତ୍ର ୬୦ରୁ ୯୦ ଦିନ ମଧ୍ୟରେ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ମିଳିଥିବା ସେ କହିଥିଲେ । ଡାଭୋସରେ ଅନୁଷ୍ଠିତ ବିଶ୍ୱ ଆର୍ଥିକ ମଞ୍ଚ ବୈଠକରେ ଭାରତରେ ସେମିକଣ୍ଡକ୍ଟର ପାଇଁ ରହିଥିବା ଏଭଳି ବ୍ୟବସାୟିକ ସୁଗମତା ବିଷୟରେ ଜାଣି ଉଦ୍ୟୋଗ ଜଗତ ଚକିତ ହୋଇଛି । ସେମାନେ ମଧ୍ୟ ଭାରତରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଖୁବଶୀଘ୍ର ଭାରତ ବିଶ୍ୱର ସେମିକଣ୍ଡକ୍ଟର ଶିଳ୍ପ କେନ୍ଦ୍ର ହେବାକୁ ଯାଉଥିବା ନେଇ ବିଶ୍ୱସ୍ତରୀୟ ନିବେଶକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ହୋଇଛି । ସେମିକଣ୍ଡକ୍ଟର ଶିଳ୍ପ ବିକାଶ ପାଇଁ ଭାରତର ଏହି ଯାତ୍ରାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀ ବୈଷ୍ଣବ କହିଥିଲେ ।

ସେ କହିଥିଲେ, ଓଡ଼ିଶାରେ ପ୍ରତିଭାବାନ ଇଞ୍ଜିନିୟର ଏବଂ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ବିଶ୍ୱବ୍ୟାପୀ ଭଲ ପ୍ରଦର୍ଶନ କରୁଛନ୍ତି। ସେମାନେ ମଧ୍ୟ ଏଠାରେ କାର୍ଯ୍ୟ କରିପାରିବେ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ଇଣ୍ଡିଆ ଏଆଇ ମିଶନ ମଧ୍ୟ ଯଥେଷ୍ଟ ପ୍ରଗତି ହାସଲ କରିଛି । ଭାରତ ଖୁବଶୀଘ୍ର ନିଜସ୍ୱ ଏଲଏଲଏମ ବିକଶିତ କରିବାକୁ ଯାଉଛି । ଇଣ୍ଡିଆ ଏଆଇ କମ୍ପ୍ୟୁଟ୍‌ କେନ୍ଦ୍ର ଠାରେ ୧୮ହଜାର ଜିପିୟୁ ସୃଷ୍ଟି କରିବା ଲାଗି ଭାରତକୁ କମ୍ପ୍ୟୁଟ୍‌ ବିଡ୍‌ ମିଳିସାରିଛି । ଏହା ଧାର୍ଯ୍ୟ ଲକ୍ଷ୍ୟ ୧୦ହଜାର ଜିପିୟୁ ଠାରୁ ବେଶ ଅଧିକ ବୋଲି ଶ୍ରୀ ବୈଷ୍ଣବ କହିଥିଲେ । ସେ କହିଥିଲେ, ପୂର୍ବରୁ ଭାରତ ମାତ୍ର ୭୦୦ ଜିପିୟୁ ବିଶିଷ୍ଟ ସୁପର କମ୍ପ୍ୟୁଟର ବିକଶିତ କରିଥିଲା। ବର୍ତ୍ତମାନର କ୍ଷମତା ଏହାଠାରୁ ଅନେକ ଗୁଣ ଅଧିକ । ଯେଉଁମାନେ ଇଣ୍ଡିଆ ଏଆଇ ମିଶନରେ ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଅପାର ସୁଯୋଗ ଓ ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାରେ ମଧ୍ୟ ଏଆଇ କମ୍ପୁଟ୍‌ ଫେସିଲିଟି ଓ ଡେଟା ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ବୈଷ୍ଣବ ଘୋଷଣା କରିଥିଲେ ।

ପ୍ରତିଭାଙ୍କୁ ପ୍ରୋତ୍ସାହନ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଥିଲେ, 5-ଜି ପ୍ରଯୁକ୍ତି ଆରମ୍ଭ କରିବା ସମୟରେ ଏହି ବିଷୟ ପ୍ରତି ଧ୍ୟାନ ଦିଆଯାଇ ୧୦୦ଟି ବିଶ୍ୱ ବିଦ୍ୟାଳୟରେ 5-ଜି ଲ୍ୟାବ୍‌ ଖୋଲିବାକୁ ଲକ୍ଷ୍ୟ ରଖାଯାଇଥିଲା । ବର୍ତ୍ତମାନ ୨୪୦ଟି ବିଶ୍ୱବିଦ୍ୟାଳୟରେ 5-ଜି ଲ୍ୟାବ୍‌ ଖୋଲାଯାଇଛି ଏବଂ ଏଠାରେ ଛାତ୍ରଛାତ୍ରୀମାନେ ଇଡିଏ ସୁବିଧା ପାଇପାରୁଛନ୍ତି ଏବଂ ନୂଆ ସମାଧାନ ଖୋଜିବା ଦିଗରେ କାମ କରୁଛନ୍ତି । ଚିପ୍ସ, କାର୍ଡ ଆଦି ପ୍ରଯୁକ୍ତିଭିତ୍ତିକ ଉପକରଣ ମିଳିବା ଫଳରେ ଛାତ୍ରଛାତ୍ରୀ ବାସ୍ତବ ଶିଳ୍ପ ଅଭିଜ୍ଞତା ହାସଲ କରିପାରୁଛନ୍ତି। ଓଡ଼ିଶାର ୪ଟି ବିଶ୍ୱବିଦ୍ୟାଳୟରେ ପୂର୍ବରୁ ଏହି ସୁବିଧା ଥିଲା, ବର୍ତ୍ତମାନ ଏଥିପାଇଁ ଆଉ ୭ଟି କଲେଜ ଓ ବିଶ୍ୱବିଦ୍ୟାଳୟକୁ ଚୟନ କରାଯାଇଛି। ଖୁବଶୀଘ୍ର ଏସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ସେମିକଣ୍ଡକ୍ଟର କାର୍ଯ୍ୟକ୍ରମ ଆରମ୍ଭ କରାଯିବ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଆଇଟି ଓ ଆଇଟିଇଏସ କ୍ଷେତ୍ରର ଶିଳ୍ପପତି, ଗବେଷକ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

Tags: TOP NEWS
ShareTweetSendShare

RelatedNews

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ
Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ
Latest News

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ
Latest News

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.