ଆମେରିକାର ସ୍ବାର୍ଥକୁ ଗୁରୁତ୍ବ ପ୍ରଦାନ କରି ଅନ୍ୟ ଦେଶ ଉପରେ ଶୁକ୍ଳ ଲାଗୁ କରିବାରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଛନ୍ତି । ଆମେରିକାର ସ୍ବାର୍ଥକୁ କ୍ଷତି ପହଞ୍ଚାଉଥିବା ଦେଶ ମଧ୍ୟରେ ସେ ଚୀନ ଭାରତ ଏବଂ ବ୍ରାଜିଲର ନାମ ନେଇଛନ୍ତି ।
ଟ୍ରମ୍ପ କହିଛନ୍ତି ଯେ ଆମେ ଏପରି ଦେଶ ତଥା ସଂସ୍ଥା ଉପରେ ଶୁଳ୍କ ଲାଗୁ କରିବାକୁ ଯାଉଛୁ ଯାହା ଆମକୁ କ୍ଷତି ପହଞ୍ଚାଇବାକୁ ଚାହୁଁଛି । ସେମାନେ ଆମ ଖର୍ଚ୍ଚରେ ନିଜ ଦେଶକୁ ମଜବୁତ କରିବାକୁ ଚାହୁଁଛନ୍ତି । କିନ୍ତୁ ଆମେ ତାହା ଆଉ ହେବାକୁ ଦେବୁ ନାହିଁ ।
ଚୀନ୍, ଭାରତ ଏବଂ ବ୍ରାଜିଲ ଭଳି ଦେଶକୁ ଟ୍ରମ୍ପ ଟାର୍ଗେଟ କରି କହିଛନ୍ତି ଯେ, ସେମାନେ ଆମେରିକା ବିରୋଧରେ ଅନ୍ୟାୟରେ ଶୁଳ୍କ ଲଗାଇଛନ୍ତି। ସେ କହିଥିଲେ, ଅନ୍ୟମାନେ କଣ କରୁଛନ୍ତି ଦେଖନ୍ତୁ।
ଉଚ୍ଚ ଶୁଳ୍କରୁ ବଞ୍ଚିବା ପାଇଁ ଆମେରିକାରେ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ଆମେରିକାର ରାଷ୍ଟ୍ରପତିମାନେ ବଡ଼ ବଡ଼ କମ୍ପାନିଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି।
ସେ କହିଛନ୍ତି ଯେ, ଯଦି ଆପଣ ଟିକସ କିମ୍ବା ଶୁଳ୍କ ଦେବା ବନ୍ଦ କରିବାକୁ ଚାହାନ୍ତି, ତେବେ ଆପଣଙ୍କୁ ଆମେରିକାରେ ଆପଣଙ୍କ ପ୍ଲାଣ୍ଟ ନିର୍ମାଣ କରିବାକୁ ପଡିବ। ଏହା ରେକର୍ଡ ସ୍ତରରେ ଘଟିବାକୁ ଯାଉଛି। ଆମେ ଆଗାମୀ ସ୍ୱଳ୍ପ ସମୟ ମଧ୍ୟରେ ଅଧିକ ପ୍ଲାଣ୍ଟ ନିର୍ମାଣ କରିବାକୁ ଯାଉଛୁ।
ଏହାପୂର୍ବରୁ ଟ୍ରମ୍ପ ଭାରତ ସମେତ ବ୍ରିକ୍ସ ବ୍ଲକରେ ‘ଶତପ୍ରତିଶତ ଶୁଳ୍କ’ ଲାଗୁ କରିବାକୁ ଇଙ୍ଗିତ କରିଥିଲେ, ଯାହାଫଳରେ ସେ ଉଦୀୟମାନ ଅର୍ଥନୀତିର ଗୋଷ୍ଠୀ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ।