ସ୍ପେସ ଏକ୍ସର ସିଇଓ ମସ୍କ କହିଛନ୍ତି କି ଏଣିକି ବିନା ଟାଓ୍ବାରରେ ବି ମିଳିବ ମୋବାଇଲ ସେବା । ଏହାର ବିଟା ଟେଷ୍ଟିଂ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ।
ଷ୍ଟାରଲିନଙ୍କର ଡ଼ାଇରେକ୍ଟ – ଟୁ ସେଲ ସାଟେଲାଇଟ ସର୍ଭିସର ବିଟା ଟେଷ୍ଟିଂ ଆରମ୍ଭ ।ଡାଇରେକ୍ଟ-ଟୁ-ସେଲ୍ ସାଟେଲାଇଟ୍ ଅର୍ଥାତ ମୋବାଇଲ୍ ସିଧା ସାଟେଲାଇଟ୍ ଦ୍ବାରା ଚାଳିତ ନେଟ୍ୱାର୍କ ସହ ଯୋଡ଼ି ହେବ।
ବିନା ଟାୱାରରେ ବି ଗ୍ରାହକ ଫୋନ୍ ସେବାର ଲାଭ ଉଠାଇ ପାରିବେ। ଏହି ନେଟ୍ୱାର୍କରେ ମାଟି ଖୋଳି ଆଉ ମୋବାଇଲ୍ ନେଟ୍ୱର୍କ ପୋତିବାକୁ ପଡ଼ିବନି।
‘ଷ୍ଟାରଲିଙ୍କ୍’ର ଏହି ସେବା ଉପଭୋକ୍ତାଙ୍କୁ ସିଧାସଳଖ ମହାକାଶରୁ ଟେଲିକମ୍ ସେବା ଯୋଗାଇବ। ଏହି ସେବା ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ବହୁତ ଭଲ ସାହାଯ୍ୟ କରିବ।
ଏହି ସେବା ଆରମ୍ଭ ହେବାପରେ ଭୂମିରେ ଅବସ୍ଥିତ ସେଲ୍ ଟାୱାର୍ ଉପରେ ନିର୍ଭର କରିବା କମିଯିବ ଏବଂ ଯୋଗାଯୋଗ କ୍ଷେତ୍ରରେ ଏକ ନୂତନ ବିପ୍ଳବ ଆଣିବ।