ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲଙ୍କୁ କମେଡି କରିଛି ଆପ । ଆପ ତାର ପ୍ରଚାର ବେଳେ କଂଗ୍ରେସକୁ ଟାର୍ଗେଟ କରିଛି । ଆମ ଆଦମୀ ପାର୍ଟି ପ୍ରତିନ୍ଦ୍ବନ୍ଦ୍ବୀ କଂଗ୍ରେସ ଏବଂ ବିଜେପିକୁ ଟାର୍ଗେଟ କରି ଏହାର ପୋଷ୍ଟର ଯୁଦ୍ଧକୁ ତୀବ୍ର କରି କମେଡି କରିଛି ।
ପ୍ରଥମ ଥର ପାଇଁ ଅରବିନ୍ଦ କେଜରିଓ୍ବାଲଙ୍କ ନେତୃତ୍ବାଧୀନ ଏହି ଦଳର ପ୍ରଚାର ପୋଷ୍ଟରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପ୍ରମୁଖ ଭାବରେ ପ୍ରଦର୍ଶିତ କରାଯାଇଛି । ରାହୁଲଙ୍କୁ ପୋଷ୍ଟରେ ଅସାଧୁ ଲୋକଙ୍କ ମଧ୍ୟରେ ରଖାଯାଇଛି । ଯାହାକୁ ନେଇ ଦିଲ୍ଲୀ ଦରବାରରେ ଚର୍ଚା ଆରମ୍ଭ ହୋଇଯାଇଛି ।
କିଛି ବର୍ଷ ଧରି କଂଗ୍ରେସ ସହ ମେଂଟ କରୁଥିବା ଆପ ଏବେ ଦିଲ୍ଲୀ ନିର୍ବାଚନ ବୈତରଣୀ ପାରପାଇଁ ଏପରି କରିଛି । ପୋଷ୍ଟ୍ରେ ଲେଖାଯାଇଛି, ‘‘କେଜ୍ରିୱାଲ୍ଙ୍କ ସଚ୍ଚୋଟତା ସବୁ ଅସାଧୁ ଲୋକଙ୍କ ଉପରେ ଭାରୀ ପଡ଼ିବ।’’।
ପୋଷ୍ଟର୍ରେ ରାହୁଲଙ୍କ ବ୍ୟତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଦିଲ୍ଲୀ ବିଜେପି ନେତାଙ୍କ ଫଟୋ ସହ କଟାକ୍ଷ କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆପ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ମିଥ୍ୟା ପ୍ରଚାର ଏବଂ ଜନ ସମ୍ପର୍କ ମଡେଲ ନୁହେଁ।’’ ରାହୁଲ ଏପରି କହିବା ପରେ ଆପ୍ର ଅସାଧୁ ନେତାଙ୍କ ତାଲିକାରେ ପ୍ରକାଶ ପାଇଛନ୍ତି ରାହୁଲ।
ରାହୁଲ ପୂର୍ବରୁ ଅଭିଯୋଗ କରିଥିଲେ ଯେ କେଜ୍ରିୱାଲ୍ ରାଜଧାନୀରେ ବଢ଼ୁଥିବା ପ୍ରଦୂଷଣ, ଦୁର୍ନୀତି ଏବଂ ମୁଦ୍ରାସ୍ଫୀତିକୁ ସମାଧାନ କରିବାରେ ବିଫଳ ହୋଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ “ପ୍ରଚାର ଏବଂ ମିଥ୍ୟା ପ୍ରତିଶ୍ରୁତିର ରଣନୀତି” ଅନୁସରଣ କରୁଛନ୍ତି। ଯାହାକୁ ନେଇ ଏପରି କଟାକ୍ଷ କରିଛି ଆପ ଦଳ