ଟ୍ରମ୍ପ ସରକାରଙ୍କ ନିର୍ଦେଶ ଉପରେ ରୋକ ଲଗାଇଛନ୍ତି କୋର୍ଟ । ଜନ୍ମଗତ ନାଗରିକତ୍ବ ଅଧିକାରକୁ ରଦ୍ଦ କରିଥିଲେ ରାଷ୍ଟ୍ରପତି ଡ଼ୋନାଲ୍ଟ ଟ୍ରମ୍ପ । ବିଦେଶ ଲୋକମାନେ ଏହାଦ୍ବାରା ଫାଇଦା ପାଉଥିଲେ । କିନ୍ତୁ କୋର୍ଟ ଟ୍ରମ୍ପ ସରକାରଙ୍କ ଏହି ଆଦେଶ ଉପରେ ରୋକ ଲଗାଇଛନ୍ତି ।
ଜାନୁଆରୀ 20 ରେ ଦ୍ବିତୀୟ ଥର ପାଇଁ ଦାୟିତ୍ବ ଗ୍ରହଣ କରିଥିବା ଟ୍ରମ୍ପ ସୋମବାର ଏହି ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଥିଲେ । ଯାହାକି ତାଙ୍କ କାର୍ଯ୍ୟକାଳର ପ୍ରଥମ ଦିନ ଥିଲା
କାର୍ଯ୍ୟନିର୍ବାହୀ ଆଦେଶ ଉପରେ ଆମେରିକାର ଜନୈକ ଫେଡ଼େରାଲ ବିଚାରପତି ରୋକ ଲଗାଇଛନ୍ତି । ବିଚାରପତି ଏହି ଆଦେଶକୁ ସମ୍ପୂଣ୍ଣ ଅସାମ୍ବିଧାନିକ ବୋଲି କହିଛନ୍ତି ।
ଡ଼େମୋକ୍ରାଟିକ ନେତୃତ୍ବାଧୀନ 4 ଟି ରାଜ୍ୟର ଅନୁରୋଧକୁ ସମ୍ମାନ ଜଣାଇ ଆମେରିକାର ଜିଲ୍ଲା ଜଜ୍ ଜନ କଫେନର ଏକ ଅସ୍ଥାୟୀ ଆଦେଶ ଜାରି କରି ଟ୍ରମ୍ପ ପ୍ରଶାସନକୁ ଏହି ଆଦେଶ କାର୍ଯ୍ୟକାରୀ କରିବା ଉପରେ ରୋକ ଲଗାଇଛନ୍ତି ।
ଡେମୋକ୍ରାଟିକ୍ ନେତୃତ୍ୱାଧୀନ ରାଜ୍ୟ ଓ ନାଗରିକ ଅଧିକାର ସଙ୍ଗଠନମାନେ ଅଦାଲତରେ ଜନ୍ମଗତ ନାଗରିକତା ରଦ୍ଦ କରିବାକୁ ଚ୍ୟାଲେଞ୍ଜ କରି ଏକାଧିକ ମାମଲା ଦାୟର କରିବାର ଗୋଟିଏ ଦିନ ପରେ ଫେଡେରାଲ ବିଚାରପତି ଏହି ନିର୍ଦ୍ଦେଶ ଦେଇଛନ୍ତି।
ଯଦି ଟ୍ରମ୍ପଙ୍କ ଆଦେଶକୁ ଅନୁମତି ଦିଆଯାଏ ତେବେ ପ୍ରଥମ ଥର ପାଇଁ ଆମେରିକାରେ ବାର୍ଷିକ ଜନ୍ମ ହେଉଥିବା ୧୫୦,୦୦୦ରୁ ଅଧିକ ଶିଶୁଙ୍କୁ ନାଗରିକତା ଅଧିକାରରୁ ବଞ୍ଚିତ କରାଯିବ ବୋଲି ମାସାଚୁସେଟ୍ସର ଆଟର୍ଣ୍ଣି ଜେନେରାଲ ଆଣ୍ଡ୍ରିଆ ଜୋଏ କ୍ୟାମ୍ପବେଲଙ୍କ କାର୍ଯ୍ୟାଳୟ କହିଛି।
ନ୍ୟାୟ ବିଭାଗ ଏକ ବିବୃତି ଜାରି କରି କହିଛି ଯେ ରାଷ୍ଟ୍ରପତିଙ୍କ କାର୍ଯ୍ୟନିର୍ବାହୀ ଆଦେଶକୁ ଦୃଢ଼ତାର ସହ ରକ୍ଷା କରାଯିବ, ଯେଉଁଥିରେ ଆମେରିକା ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନକୁ ସଠିକ୍ ଭାବରେ ବ୍ୟାଖ୍ୟା କରାଯାଇଛି।