ରାଜ୍ୟର ନୂତନ ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ପୁଣି ଖର୍ଚାନ୍ତ ହେଉଥିବା ଅଭିଯୋଗ । ଛାତ୍ରଛାତ୍ରୀଙ୍କ ପାଇଁ ଅପାର ଆଇଡ଼ିକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଆଧାର ତ୍ରୁଟି ପୁଣି ସମସ୍ୟା ସୃଷ୍ଟି କରୁଛି ।
ଦେଶର ପ୍ରତିଟି ନାଗରିକଙ୍କ ପାଇଁ ସ୍ବତନ୍ତ୍ର ପରିଚୟପତ୍ର ଆଧାର କାର୍ଡ଼ ଭଳି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଅଟୋମେଟେଡ଼ ପର୍ମାନେଣ୍ଟ ଏକାଡ଼େମିକ ଆକାଉଣ୍ଟ ରେଜିଷ୍ଟ୍ରି ବା ଅପାର ଆଇଡ଼ି ଏବେ ସମସ୍ୟା ଆଣିଛି ।
ଆଧାର ସଂଶୋଧନ ପାଇଁ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ପାଖରେ ଆଫିଡେଫିଟ୍ କରିବାକୁ ପଡ଼ୁଛି। ଏଥିପାଇଁ ପ୍ରାୟ ୪୫୦ ଟଙ୍କା ଦେବାକୁ ପଡ଼ୁଛି। ହେଲେ ଏଥିରେ ପ୍ରମୁଖ ପ୍ରତିବନ୍ଧକ ସାଜିଛି ଆଧାର କାର୍ଡ଼ ।
ଆଧାରକାର୍ଡ଼ରେ ରହିଯାଇଥିବା ନାମ ଓ ଅନ୍ୟାନ୍ୟ ତଥ୍ୟର ତ୍ରୁଟି ସଂଶୋଧନ କରିବାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି ଛାତ୍ରଛାତ୍ରୀ । ଏହି ସଂଶୋଧନ ପାଇଁ 2ରୁ 5 ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।