ଏବେ ଯେଉଁମାନେ ଆମେରିକାରେ ଅନୁପ୍ରବେଶ କରିବେ ସେମାନଙ୍କୁ ଗିରଫ କରାଯିବ । ଟ୍ରମ୍ପ ପ୍ରଶାସନ ଲକ୍ଷ ଲକ୍ଷ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସେମାନଙ୍କ ଦେଶକୁ ପଠାଇବା ପାଇଁ ପ୍ରସ୍ତୁତି ଚଳାଇଛି। ଏଥିରେ ହଜାର ହଜାର ଭାରତୀୟ ମଧ୍ୟ ସାମିଲ ଅଛନ୍ତି।
ଟ୍ରମ୍ପ ଏକ ନୂଆ ଇମିଗ୍ରେସନ୍ ପଲିସି ପ୍ରସ୍ତୁତ କରିଛନ୍ତି, ଯାହା ଅଧୀନରେ ବେଆଇନ ଭାବେ ଆମେରିକାରେ ପ୍ରବେଶ କରୁଥିବା ପ୍ରବାସୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସେମାନଙ୍କ ଦେଶକୁ ପଠାଇବାର ବ୍ୟବସ୍ଥା ରହିଛି।
ରାଷ୍ଟ୍ରପତି ଡ଼ୋନାଲ୍ଟ ଟ୍ରମ୍ପଙ୍କ ନିର୍ଦ୍ଦେଶ କ୍ରମେ ଆମେରିକା ନିଜ ସୀମାରୁ ବିଭିନ୍ନ ଦେଶର 500 ରୁ ଅଧିକ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛି । ହ୍ବାଇଟ ହାଉସ ଅନୁଯାୟୀ 538 ଅନୁପ୍ରବେଶକାରୀଙ୍କୁ ଆମେରିକା ସେନା ଧରିଛି । ଏହାବ୍ୟତୀତ 373 ଜଣ ବନ୍ଦୀଙ୍କୁ ମଧ୍ୟ ଅଟକ ରଖାଯାଇଛି ।
ହ୍ଵାଇଟ୍ ହାଉସ୍ ଅନୁଯାୟୀ, ଶତାଧିକ ଲୋକଙ୍କୁ ସାମରିକ ବିମାନରେ ଫେରାଇ ଦିଆଯାଇଛି। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ମାତ୍ରେ ସେ ସୀମାରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ।
ଏହାପରେ ସୀମାରେ ଅନୁପ୍ରବେଶ ରୋକିବା ପାଇଁ ଆମେରିକା ସେନା ଅଧିକ ସଜାଗ ହୋଇଛି । ଇତିମଧ୍ୟରେ ପେଣ୍ଟାଗନ ମେକ୍ସିକୋ ସୀମାକୁ ୧୫୦୦ ଅତିରିକ୍ତ ସୁରକ୍ଷା କର୍ମୀ ପଠାଇଛି।