ଦିଲ୍ଲୀର ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ମାଗଣା ଶିକ୍ଷା ଯୋଗାଇଦେବ ବିଜେପି । ଦିଲ୍ଲୀର ଅସହାୟ ଛାତ୍ରଛାତ୍ରୀମାନଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ । ବିଜେପି ଇସ୍ତାହାର ପୂରଣ କରିବ ବୋଲି ସେ କହିଛନ୍ତି ।
ଆମ ସରକାର ଗଠନ ହେବା ପରେ, ଆମେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ପାଇଁ ଦିଲ୍ଲୀର ଯୁବକମାନଙ୍କୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବୁ। ଏହାଛଡ଼ା ଦୁଇଥର ଯାତ୍ରା ଖର୍ଚ୍ଚ ଏବଂ ଆବେଦନ ଫିସ୍ ମଧ୍ୟ ପରିଶୋଧ କରିବୁ,” ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ।
୨୦୨୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନର ପ୍ରଥମ ରାଲିକୁ ସମ୍ବୋଧିତ କରିଛନ୍ତି। ବିଜେପି ପ୍ରାର୍ଥୀ ବଜରଙ୍ଗ ଶୁକ୍ଳାଙ୍କ ସମର୍ଥନରେ କିରାରିରେ ଏକ ରାଲିକୁ ସମ୍ବୋଧିତ କରି ସେ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରିଥିଲେ । କେଜ୍ରିଓ୍ବାଲ ଯମୁନାରେ ଗାଧୋଇପାରିବେ କି ବୋଲି ପଚାରିଥିଲେ।
“ଯଦି ମୁଁ ଏବଂ ମୋର କ୍ୟାବିନେଟ୍ ସହଯୋଗୀମାନେ ସଙ୍ଗମରେ ଗାଧୋଇ ପାରିବୁ, ତେବେ ଆମ୍ ଆଦମୀ ପାର୍ଟିର ଲୋକମାନେ ଯମୁନାରେ ଗାଧୋଇପାରିବେ କି?” ସେ ପ୍ରଶ୍ନ କରିଛନ୍ତି ।