Monday, June 2, 2025
No Result
View All Result
Odisha 365

Latest News

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ନକ୍ସଲ ଆନ୍ଦୋଳନ ଏବେ ଦୁର୍ବଳ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ରାଜନୀତି

ପ୍ରକାଶ ମିଶ୍ରଙ୍କ ପୁସ୍ତକ ‘କମେଡି ଇନ୍ ଖାକି’

Ramesh Parida by Ramesh Parida
Jan 22, 2025, 05:42 pm GMT+0530
FacebookTwitterWhatsAppTelegram

ନବୀନ ସରକାର ସମୟରେ ପୋଲିସ କିପରି ଥିଲା

କିପରି ପୋଲିସ କାର୍ଯ୍ୟ କରୁଥିଲା

ରାଜନୀତି କିପରି ଚାଲିଥିଲା

ନବୀନ କଣ କରୁଥିଲେ

ଏସବୁ ବହିରେ ପ୍ରକାଶ କରିଛନ୍ତି ପ୍ରକାଶ ମିଶ୍ର । ସେ ତାଙ୍କ ବହିରେ ଅନେକ କଥା କହିଛନ୍ତି ଯାହା ସାଧାରଣରେ ପ୍ରକାଶ ପାଇନାହିଁ । ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ଲିଖିତ ପୁସ୍ତକ ‘କମେଡି ଇନ୍ ଖାକି’ ପୁସ୍ତକକୁ ନେଇ ଆଲୋଚନା ଚାରିଆଡେ ହେଉଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ତାଙ୍କ ସମ୍ପର୍କରେ ଅନେକ ରୋଚକ ତଥ୍ୟ ଦେଇଛନ୍ତି ଶ୍ରୀ ମିଶ୍ର। ୧୭୯ ପୃଷ୍ଠାର ଏହି ପୁସ୍ତକର ମୋଟ ୧୦ଟି ଅଧ୍ୟାୟ ମଧ୍ୟରୁ ସବୁଠୁ ଅଧିକ ରୋଚକ ଅଧ୍ୟାୟ ‘ଦି ଅନକାନି ବସ’ ହୋଇଛି । ଯେଉଁଥିରେ ଶ୍ରୀ ମିଶ୍ର ଅତ୍ୟନ୍ତ ବ୍ୟଙ୍ଗାତ୍ମକ ଶୈଳୀରେ ନବୀନ ଓ ତାଙ୍କ କାର୍ଯ୍ୟଶୈଳୀକୁ କଟାକ୍ଷ କରିଛନ୍ତି।

ସୋମବାର ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ଶ୍ରୀ ମିଶ୍ରଙ୍କ ଭାଇ ତଥା ପୂର୍ବତନ ଆଇଏଏସ୍ ପ୍ରସନ୍ନ ମିଶ୍ର, ପୂର୍ବତନ ଆଇପିଏସ୍ ବିବି ମିଶ୍ର ଓ ଆଇଆଇଏମଟି ନିର୍ଦ୍ଦେଶକ ରାମାନୁଜ ନାରାୟଣ ଉପସ୍ଥିତ ଥିଲେ। ସ୍କୁଲରେ ଖରାପ କ୍ୟାରିୟରରୁ ଆଇପିଏସ୍ ହେବା ଯାଏଁ ନିଜର ଜୀବନଯାତ୍ରା ବିଷୟରେ ସେ ଏହି ପୁସ୍ତକରେ ଲେଖିଛନ୍ତି। ନିଜ ଚାକିରି ଜୀବନ ଓ ଦୈନନ୍ଦିନ ଜୀବନର କିଛି କଥାକୁ ସେ ଏହି ବହିରେ ନିଖୁଣ ଭାବେ ଚିତ୍ରଣ କରିଛନ୍ତି।

ଶ୍ରୀ ମିଶ୍ର ତାଙ୍କ ପୁସ୍ତକରେ ନବୀନଙ୍କ ନାଁ ନେଇ ବିଧାନସଭାରେ ନିଜ ବିଭାଗର ଉତ୍ତର ଦେବାକୁ ନବୀନ କିଭଳି ଏଡ଼ାଇ ଯାଉଥିଲେ ଓ କେଉଁ କୌଶଳ ଆପଣାଉଥିଲେ ତାହା ଉଜାଗର କରିଛନ୍ତି। ପ୍ରଥମେ ପ୍ରଥମେ ବିଧାନସଭାରେ ଉତ୍ତର ରଖିବାକୁ ଯାଇ କିଭଳି ହଟହଟା ହେଉଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନର ପ୍ରଶ୍ନକର୍ତ୍ତାଙ୍କୁ କିଭଳି ଅନୁପସ୍ଥିତ ରହିବାକୁ କୁହାଯାଉଥିଲା ସେସବୁ ଟ୍ରିକ୍ ଆପଣାଇଥିଲେ ନବୀନ। ପ୍ରଥମ ଦିନରେ ଜଣେ ବିଧାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତର ନବୀନ କୁଆଡ଼େ ପଢ଼ିଥିଲେ। କିନ୍ତୁ ସେହି ପ୍ରଶ୍ନ ଆଧାରରେ ଅନ୍ୟ ବିଧାୟକମାନେ ଯେଉଁ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ ଯଦିଓ ତା’ର ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ପାଇଁ ତାଙ୍କୁ ଆଗରୁ ଅଧିକାରୀମାନେ ପ୍ରସ୍ତୁତ କରିଥିଲେ. ତଥାପି ନବୀନ ଯେଉଁ ଉତ୍ତର ବିଧାନସଭାରେ ରଖିଥିଲେ ତାହା କେଉଁଥିରେ ବି ତାଳମେଳ ହେଉନଥିଲା। ଏମିତିକି ୨ରୁ ୩ଟି ପ୍ରଶ୍ନର ଉତ୍ତର ତାଳମେଳ ନଖାଇବାରୁ ବିଧାନସଭାରେ ବିଧାୟକମାନେ ହୋ-ହାଲ୍ଲା କରିଥିଲେ। ପରେ ବାଚସ୍ପତି ତାଙ୍କୁ ଭଲଭାବେ ପ୍ରସ୍ତୁତ ହୋଇ ଆସିବାକୁ ବି କହିଥିଲେ।

ସେହିପରି ଆଉ ଏକ ଘଟଣାକ୍ରମର ଉଲ୍ଲେଖ କରି ଶ୍ରୀ ମିଶ୍ର ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାବେ ନବୀନ ତାଙ୍କ ନିର୍ବାଚନ ମଣ୍ଡଳୀକୁ ଯାଇଥିଲେ। ଭିଡ଼ ଅଧିକ ହୋଇଗଲା। ସାଧାରଣ ଲୋକେ ଗୋଟିଏ ପରେ ଗୋଟିଏ ଲମ୍ବା ଅଭିଯୋଗ ତାଲିକା ଧରି ନବୀନଙ୍କ ଆଗରେ ରଖିଥିଲେ। ଲମ୍ବା ସମୟ ଧରି ଲୋକେ ଅଭିଯୋଗ କରୁଥିଲେ। ନବୀନ ଭାବୁଥିଲେ ଲୋକଙ୍କ ପାଇଁ ତାଙ୍କ ଚେହେରା ଯଥେଷ୍ଟ। କିନ୍ତୁ ଏତେ ଲୋକଙ୍କ ଅଭିଯୋଗ ଶୁଣିବାବଳେ ବିରକ୍ତ ହୋଇ ଚିହିଁକି ଉଠିଲେ। ରାଗରେ ଗୁଣୁଗୁଣୁ ହୋଇଥିଲେ। ସ୍ଥାନୀୟ ବିଧାୟକଙ୍କୁ ଡାକିବାକୁ ହିନ୍ଦିରେ ନିର୍ଦ୍ଦେଶ ଦେଲେ। ସେଠାକାର ବିଧାୟକ ଖୋଦ୍ ଯେ ସିଏ ତାହା କହିବାକୁ କେହି ସାହସ କରିନଥିଲେ। କିଛି ସମୟ ପରେ ନବୀନ ପୁଣି ଥରେ ବିରକ୍ତ ହୋଇ ‘ୟାହାଁ କା ଏମଏଲଏ କୋ ଜଲଦି ବୁଲାଓ’ କହିଥିଲେ।

ପରେ ତାଙ୍କର ସବୁ ଅଧିକାରୀ ଓ ସହଯୋଗୀ ଚୁପ୍ ଥିବାବେଳେ ଜଣେ ସାହସ କରି ଏଠାକାର ବିଧାୟକ ଆପଣ ବୋଲି କହିଥିଲେ। ତା’ପରେ ନବୀନ ଜାଣିବାକୁ ପାଇଥିଲେ ଏଠି ବଂଚିବାର ସବୁ ରାସ୍ତା ବନ୍ଦ ହୋଇଯାଇଛି। ଆଉ ତାଙ୍କ ମୁହଁ ଯେମିତି ଗୋଟିଏ କୁକୁର ଛୁଆ ମୁହଁରୁ ବିସ୍କୁଟ ଛଡ଼ାଇ ନେଲାଭଳି ହୋଇଯାଇଥିଲା ବୋଲି ଶ୍ରୀ ମିଶ୍ର ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି।

ShareTweetSendShare

RelatedNews

ଓଡ଼ିଶାରେ ଖଣି ଦୁର୍ନୀତି : ରାଜ୍ୟ ବିକାଶରେ ବାଧକ
Latest News

ଓଡ଼ିଶାରେ ଖଣି ଦୁର୍ନୀତି : ରାଜ୍ୟ ବିକାଶରେ ବାଧକ

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର
Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

Latest News

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ

ନକ୍ସଲ ଆନ୍ଦୋଳନ ଏବେ ଦୁର୍ବଳ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ଭାରତ ବିଶ୍ବର ଚତୁର୍ଥ ଅର୍ଥନୈତିକ ଶକ୍ତି: ଜିଡିପି 6 ପ୍ରତିଶତ ଅଭିବୃଦ୍ଧିର କାରଣ କଣ ହୋଇପାରେ ?

ଭାରତ ବିଶ୍ବର ଚତୁର୍ଥ ଅର୍ଥନୈତିକ ଶକ୍ତି: ଜିଡିପି 6 ପ୍ରତିଶତ ଅଭିବୃଦ୍ଧିର କାରଣ କଣ ହୋଇପାରେ ?

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଅପରେସନ୍ ସିନ୍ଦୂରରେ ଭାରତର ବୈଶ୍ୱିକ ପ୍ରଚାର: ଖୋଲିବ ପାକିସ୍ତାନର ଆତଙ୍କୀ ମୁଖା

ଅପରେସନ୍ ସିନ୍ଦୂରରେ ଭାରତର ବୈଶ୍ୱିକ ପ୍ରଚାର: ଖୋଲିବ ପାକିସ୍ତାନର ଆତଙ୍କୀ ମୁଖା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.