ସିବିଆଇ କୋଲକାତା ହାଇକୋର୍ଟଙ୍କୁ କହିଛି ଯେ ‘‘କେବଳ ପ୍ରସିକ୍ୟୁଟିଂ ଏଜେନ୍ସି ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିପାରିବ। ରାଜ୍ୟ ଏହି ମାମଲାରେ ଆବେଦନ ଦାଖଲ କରିପାରିବ ନାହିଁ କାରଣ ଏହି ମାମଲା ସିବିଆଇ ଦ୍ୱାରା ତଦନ୍ତ କରାଯାଇ ସାରିଛି।’’
ମହିଳା ଡାକ୍ତରଙ୍କୁ ରେପ ହତ୍ୟା ମାମଲାକୁ ନେଇ ମମତା ବାନାର୍ଜୀ ରାଜନୈତିକ ଫାଇଦା ହାସଲ କରିବାକୁ ଚାହୁଁଛନ୍ତି । ଆରଜି କର ମେଡିକାଲ କଲେଜ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟଙ୍କ ଫଇସଲାକୁ ନେଇ ପଶ୍ଚିମବଙ୍ଗ ସରକାର ଅସନ୍ତୋଷ ଜାହିର କରିଥିଲେ। ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟ ରାୟଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ବିରୋଧରେ ପଶ୍ଚିମବଙ୍ଗ ସରକାର ଆବେଦନ କରିଥିଲେ। ହେଲେ ତାଙ୍କର ସେହି ଆବେଦନକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ବିରୋଧ କରିଛି।