Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଜାତୀୟ

୨୦୩୬ ସୁଦ୍ଧା ଓଡିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ – ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Ramesh Parida by Ramesh Parida
Jan 18, 2025, 10:31 pm GMT+0530
FacebookTwitterWhatsAppTelegram

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ଆମ ସରକାର ମାତ୍ର ସାତ ମାସ ମଧ୍ୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇ ଆମ ରାଜ୍ୟରେ ବ୍ୟାପକ ପରିବର୍ତ୍ତନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ବର୍ତ୍ତମାନର ବିଭନ୍ନ ଆହ୍ୱାନର ମୁକାବିଲା କରିବା ସହିତ ସାଢେ ଚାରିକୋଟି ଓଡିଶାବାସୀଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ରୂପରେଖ ପ୍ରସ୍ତୁତ କରୁଛୁ  । ଭବିଷ୍ୟତର ରୂପରେଖ ମଧ୍ୟରେ ଆମର ଲକ୍ଷ୍ୟ ହେଉଛି, ୨୦୩୬ ସୁଦ୍ଧା ଓଡିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଏବଂ  ୨୦୪୭ ସୁଦ୍ଧା ବିକଶିତ ଭାରତର ଏକ ପ୍ରମୁଖ ଗ୍ରୋଥ୍ ଇଂଜିନ୍ ଭାବରେ ଗଢି ତୋଳିବା । ସେହି ଲକ୍ଷ୍ୟ ନେଇ, ଆମେ ରାଜ୍ୟର ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ନିବେଶ କରିବା ସହିତ ଦେଶ  ଓ ସାରା ବିଶ୍ୱର ପ୍ରମୁଖ ନିବେଶକମାନଙ୍କୁ ଓଡିଶାରେ ପୁଞ୍ଜି ନିବେଶ କରିବା ପାଇଁ ନିମନ୍ତ୍ରଣ କରୁଛୁ । ମୁଁ ଆମ ଟିମ୍ ଓଡିଶାର ନେତୃତ୍ୱ ନେଇ ଦିଲ୍ଲୀ ଓ ମୁମ୍ବାଇରେ ରୋଡ୍ ସୋ କରିବା ସହ ସିଙ୍ଗାପୁର ମଧ୍ୟ ଗସ୍ତ କରିଥିଲି । ସିଙ୍ଗାପୁରରେ ବିଭିନ୍ନ ଅଗ୍ରଣୀ ଶିଳ୍ପ ସଂସ୍ଥା ପରିଦର୍ଶନ କରିବା ସହ ଶିଳ୍ପପତିମାନଙ୍କ ସହ ଆଲୋଚନା କରିଥିଲି । ସିଙ୍ଗାପୁର ସରକାରଙ୍କ ବିଭିନ୍ନ ମନ୍ତ୍ରୀମାନଙ୍କ ସହିତ ମଧ୍ୟ ଆଲୋଚନା କରିବା ସହିତ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ  ଓଡିଶା ଆସିବାକୁ  ନିମନ୍ତ୍ରଣ କରିଥିଲି । ଏବଂ ସିଙ୍ଗାପୁର ରାଷ୍ଟ୍ରପତି ନିମନ୍ତ୍ରଣ ରକ୍ଷା କରି ଦୁଇଦିନିଆ ଓଡ଼ିଶା ଗସ୍ତ କରିଛନ୍ତି । ଯାହା ଓଡ଼ିଶାବାସୀଙ୍କ ପାଇଁ ସମ୍ମାନର ବିଷୟ ।  ଏହି  ଗସ୍ତର  ପ୍ରଭାବ   ଅତ୍ୟନ୍ତ  ସୁଦୁରପ୍ରସାରୀ ହେବ ।

ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଆମ ସରକାର, ସିଙ୍ଗାପୁର ସହିତ ୮ଟି ଗୁରୁତ୍ୱପୂର୍ଣ୍ଣ ଏମଓୟୁ କରିଛନ୍ତି । ଏହି ୮ଟି ଏମଓୟୁ ଦ୍ୱାରା ଆମେ ଓଡିଶା ପାଇଁ ୮ଟି ଉକ୍ଷରବକ୍ସ-ମଙ୍କଗ୍ଧ ଙଙ୍କଗ୍ଧମକ୍ଟଜ୍ଞରର ଲକ୍ଷ୍ୟ ରଖିଛୁ । ଏଗୁଡିକ କାର୍ଯ୍ୟକାରୀ ହେବା ପରେ ସମ୍ପୃକ୍ତ କ୍ଷେତ୍ର ଗୁଡିକରେ ଆମ ରାଜ୍ୟ ଓଡିଶା ବିଶ୍ୱର ଅଗ୍ରଣୀ ଦେଶ ମାନଙ୍କ ସହିତ ସମକକ୍ଷ ହୋଇପାରିବ । ଇଡ୍‌କୋ ସହ ସିଙ୍ଗାପୁରର ସେମ୍ବକର୍ପର ଏମଓୟୁ ଜରିଆରେ ଓଡିଶାରେ ବିଶ୍ୱସ୍ତରୀୟ ମଲ୍ଟି ପ୍ରଡକ୍ଟ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା କରାଯିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଏହି ପାର୍କ ଗୁଡିକରେ ଅତ୍ୟାଧୁନିକ ଟେକ୍ନୋଲୋଜିର ପ୍ରୟୋଗ କରାଯିବା ସହିତ ଏହି ପ୍ରୋଜେକ୍ଟ ଗୁଡିକ ଯେପରି ଦୀର୍ଘସ୍ଥାୟୀ ହେବ, ସେଥିପ୍ରତି ମଧ୍ୟ ସଦାସର୍ବଦା  ଦୃଷ୍ଟି ଦିଆଯିବ । ଇପିକଲ୍ ସହିତ ମଧ୍ୟ ସେମ୍ବକର୍ପର ଏକ ଏମଓୟୁ ହୋଇଛି । ଏଥିରେ ପାରାଦୀପରେ ଏକ ଗ୍ରୀନ ସିପିଙ୍ଗ୍ କରିଡର୍ ଓ ଏକ ଗ୍ରୀନ ହାଇଡ୍ରୋଜେନ୍ ପ୍ଲାଣ୍ଟ ସ୍ଥାପନ କରାଯିବ । ଏହା ଦ୍ୱାରା ଭାରତର ଗ୍ରୀନ ଏନର୍ଜି କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରିପାରିବ ।

ଇପିକଲ୍ ଓ ସିଙ୍ଗାପୁରର ସୁରବନ୍ ଜୁରଙ୍ଗ୍ ମଧ୍ୟରେ ହୋଇଥିବା ଏମଓୟୁ ଅନୁଯାୟୀ ପାରାଦୀପ ପିସିପିଆଇର ଅଞ୍ଚଳର ବିକାଶ ପାଇଁ ଏକ ବିସ୍ତୃତ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ । ଏଥିରେ ମୁଖ୍ୟତଃ ଦୀର୍ଘସ୍ଥାୟୀ ଏବଂ ନୀକରଣଯୋଗ୍ୟ ଶକ୍ତି ଓ ମୂଲ୍ୟ ଯୋଗ୍ୟ ଉତ୍ପାଦନ ଉପରେ ଫୋକସ୍ ରହିବ । ବି.ଡି.ଏ ଓ ସୁରବନ୍ ଜୁରଙ୍ଗ୍ ସହିତ ଯେଉଁ ଏମଓୟୁ ହୋଇଛି, ସେଥିରେ ଭୁବନେଶ୍ୱର ନିକଟରେ ଏକ ଅତ୍ୟାଧୁନିକ ସହରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଅତ୍ୟାଧୁନିକ ସହରାଞ୍ଚଳ ଯୋଜନା ପ୍ରସ୍ତୁତ କରିବାରେ ସୁରବନ୍ ଜୁରଙ୍ଗ୍ ର ଦକ୍ଷତା ଓ ଅଭିଜ୍ଞତା ଆମକୁ ନିଶ୍ଚୟ ସହାୟକ ହେବ ।

ଆମ ସରକାରଙ୍କ ଶକ୍ତି ବିଭାଗ ଭୁବନେଶ୍ୱର ଆଇଆଇଟି ଓ ସିଙ୍ଗାପୁର ର ନାନ୍ୟାଙ୍ଗ୍ ଟେକ୍ନୋଲୋଜିକାଲ ୟୁନିଭର୍ସିଟି ମଧ୍ୟରେ ଏକ ତ୍ରି-ପାକ୍ଷିକ ଏମଓୟୁ କରାଯାଇଛି । ଏହାଦ୍ୱାରା ଭବିଷ୍ୟତରେ ଆମର ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ଗ୍ରୀନ ହାଇଡ୍ରୋଜେନ୍ ଓ ସୋଲାର୍ ଏନର୍ଜି ପରି ବିଭିନ୍ନ ବିକଳ୍ପ ସମାଧାନର ସୂତ୍ର ବାହାର କରାଯିବ । ଓଡିଶା ଇଲେକ୍ଟ୍ରୋନିକ୍‍ସ ଓ ଆଇ.ଟି ବିଭାଗ ସହିତ ସିଙ୍ଗାପୁରର ଗ୍ଲୋବାଲ ଫାଇନାନ୍‍ସ ଓ ଟେକ୍ନୋଲୋଜି ନେଟ୍‍ୱାର୍କ୍ ଏବଂ ଜିଏଫଟିଏନ୍ ସହିତ ଯେଉଁ ଏମଓୟୁ ହୋଇଛି, ସେଥିରୁ ଆମେ ଫାଇନାନ୍‍ସିଆଲ୍ ଟେକ୍ନୋଲୋଜି ଇକୋସିଷ୍ଟମର ବିକାଶ କରିବା ପାଇଁ ଲକ୍ଷ୍ୟ ରଖିଛୁ । ଏହା ଦ୍ୱାରା ଫିନ୍‌ଟେକ୍  କ୍ଷେତ୍ରରେ ଅଧିକ ନିବେଶ ଆସିବ ଓ ଇନୋଭେସନ୍  ପାଇଁ ମଧ୍ୟ  ସୁଯୋଗ ସୃଷ୍ଟି ହେବ । ଦକ୍ଷତା କ୍ଷେତ୍ରରେ ଆମେ ଯଥେଷ୍ଟ ଅଗ୍ରଗତି କରିଛୁ । କିନ୍ତୁ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡିଶାରେ ଏକ ବିଶ୍ୱସ୍ତରୀୟ ଦକ୍ଷ କର୍ମଜୀବି ପ୍ରସ୍ତୁତ  କରିବା ଆମର ଲକ୍ଷ୍ୟ ।

ଏଥିପାଇଁ ଦୁଇଟି ଏମଓୟୁ ହୋଇଛି । ଆମର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସିଙ୍ଗାପୁରର ଆଇଟିଇଇଏସ୍ ସହିତ ଗୋଟିଏ ଏମଓୟୁ କରିଛି । ନାନ୍ୟାଙ୍ଗ୍ ଟେକ୍ନୋଲୋଜିକାଲ ୟୁନିଭର୍ସିଟି ସହିତ ଆଇଆଇଟି ଭୁବନେଶ୍ୱର ଏବଂ ଶକ୍ତି ବିଭାଗ ମଧ୍ୟ ଆଉ ଗୋଟିଏ ଏମଓୟୁ କରିଛନ୍ତି । ଏହା ଦ୍ୱାରା ଆଇ.ଟି.ଆଇ.ଟି.ଇ.ଏସ୍ ସେମିକଣ୍ଡକ୍ଟର ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଟେକ୍ନୋଲୋଜି କ୍ଷେତ୍ରରେ ଆମ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ହୋଇପାରିବ । ଆଧୁନିକ ସହରାଞ୍ଚଳ ଯୋଜନା ଠାରୁ ଆରମ୍ଭ କରି ନୂତନ ସହର ପ୍ରତିଷ୍ଠା, ପେଟ୍ରୋଲିୟମ, କେମିକାଲ୍‍ସ, ଗ୍ରୀନ ଏନର୍ଜି ଓ ଦକ୍ଷତା ବିକାଶ ପରି ଆଧୁନିକ କ୍ଷେତ୍ରର ବିକାଶ ପାଇଁ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପ୍ରଧାନମନ୍ତ୍ରୀ ମୋଦୀଙ୍କର ଓଡିଶାର ବିକାଶ ଉପରେ ସ୍ୱତନ୍ତ୍ର ଫୋକସ୍ ରହିଛି । ମୋଦୀଜୀଙ୍କ ପୂର୍ବଦୋୟ ଯୋଜନାରେ ଓଡିଶାର ବିକାଶକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି । ଡବଲ ଇଂଜିନ୍ ସରକାରରେ ମିଳିତ ସହଯୋଗ ଯୋଗୁ, ଆମର ବିକାଶମୂଖୀ ପଦକ୍ଷେପ ଉପରେ ଏକ ଗୁଣବତ୍ତା ପ୍ରଭାବ ପଡିଛି । ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସବୁ ଦୃଷ୍ଟିରୁ ଏକ ଐତିହାସିକ ଘଟଣା । ବିକାଶର ଭିଜନକୁ ବାସ୍ତବତାରେ ପରିଣତ କରିବା ଦିଗରେ ଆମ ଓଡିଶା ପାଇଁ ଏହା ଏକ ମାଇଲଷ୍ଟୋନ୍ ସାବ୍ୟସ୍ତ ହୋଇଛି । ଏହାଦ୍ୱାରା ୨୦୩୬ ମସିହା ସୁଦ୍ଧା  ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଲକ୍ଷ୍ୟ ପୂରଣ ଦିଗରେ ଏକ ସୁଦୃଢ ଭିତ୍ତି ପଡିପାରିଛି ।

Tags: INDIAnewsodisha
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.