ବହୁ ପ୍ରତିକ୍ଷା ପରେ ରିଲିଜ ହୋଇଛି କଙ୍ଗନା ରାନାଓ୍ବତଙ୍କ ଫିଲ୍ମ ଏମରଜେନ୍ସି । ବହୁ ବିବାଦ ପରେ ରିଲିଜ ହୋଇଛି ଏମରଜେନ୍ସି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ହଲ ଯାଇ ଫିଲ୍ମ ଏମରଜେନ୍ସି ଦେଖିଛନ୍ତି । ଏମରଜେନ୍ସିରେ କଙ୍ଗନାଙ୍କ ଅଭିନୟକୁ ଖୁବ ତାରିଫ କରିଛନ୍ତି ଫଡ଼ନାଭିସ । ଫଡ଼ନାଭିସ କହିଛନ୍ତି ଖୁବ ଚମତ୍କାର ଅଭିନୟ କରିଛନ୍ତି କଙ୍ଗନା । ତେବେ ବିଶେଷ କରି ଏମରଜେନ୍ସି ଫିଲ୍ମଟି ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉପରେ ଆଧାରିତ । ଆଉ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି କଙ୍ଗନା ।
ମୁଖ୍ୟମନ୍ତ୍ରୀ ଫଡନାଭିସ୍ ଙ୍କ ପାଇଁ ଫିଲ୍ମ ଏମରଜେନ୍ସି ସ୍ବତସ୍ତ୍ର ସ୍କ୍ରିନିଂ ରଖିଥିଲେ ଅଭିନେତ୍ରୀ କଙ୍ଗନା । ଫିଲ୍ମ ଦେଖିବା ପରେ ସିଏମ ମିଡିଆରେ କହିଥିଲେ କଙ୍ଗନାଙ୍କ ଫିଲ୍ମ ଏବଂ ତାଙ୍କ ଅଭିନୟ ଖୁବ୍ ପସନ୍ଦ ଆସିଲା । ଏହା ଆମ ଦେଶର ଇତିହାସର ର ଏପରି ଏକ ଅଧ୍ୟାୟ ଯେଉଁଥିରେ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିଲା । ଭାରତର ସମ୍ବିଧାନକୁ ବନ୍ଦ କରିଦିଆଯାଇଥିଲା । ଲକ୍ଷ ଲକ୍ଷ ନେତାଙ୍କୁ ୨-୨ ବର୍ଷ ଜେଲ ହୋଇଥିଲା । ଯେଉଁଭାବରେ ଲୋକଙ୍କ ସହ ଅତ୍ୟାଚାର ହୋଇଥିଲା ଏହାର ସମସ୍ତ ଘଟଣାକୁ ପ୍ରଭାବୀ ଢଙ୍ଗରେ ଫିଲ୍ମରେ ପରିବେଷଣ କରାଯାଇଛି । କଙ୍ଗନା ଯେଉଁ ଭାବରେ ସ୍ବର୍ଗୀୟ ପିଏମ ଇନ୍ଦିରା ଗାନ୍ଧୀଙ୍କ ଅଭିନୟ ନିଖୁଣ ଭାବେ ନିଭାଇଛନ୍ତି ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ।