2025 ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ନିଜର ଇସ୍ତାହାର ଜାରି କରିଛି । ବିଜେପି ସଭାପତି ଜେପି ନଡ଼୍ଡ଼ା କହିଛନ୍ତି ଯେ ଦିଲ୍ଲୀର ମହିଳାମାନଙ୍କ ପାଇଁ ମହିଳା ସମୃଦ୍ଧି ଯୋଜନା ପାଇଁ ମାସିକ 2500 ଟଙ୍କା ପ୍ରଥମ କ୍ୟାବିନେଟରେ ପାରିତ ହେବ । ଏଲପିଜି ସିଲିଣ୍ଡରକୁ ମିଳିବ 500 ଟଙ୍କା ସବସିଡ଼ି । ହୋଲି ଓ ଦୀପାବଳିରେ 1ରୁ 2 ସିଲିଣ୍ଡର ଅତିରିକ୍ତ ମିଳିବ । ମାତୃତ୍ବ ସୁରକ୍ଷା ଯୋଜନାରେ 21 ହଜାର ଟଙ୍କା ଦିଆଯିବା 6 ଟି ପୁଷ୍ଟିକର କିଟ ପୃଥକ ଭାବେ ଦିଆଯିବ ।
ଆମେ ସବୁ ବର୍ଗର ଲୋକଙ୍କ ସହ ଯୋଗାଯୋଗ କରିଥିଲୁ। ୧,୮୦,୦୦୦ରୁ ଅଧିକ ପରାମର୍ଶ ମିଳିଥିଲା। ୧୨ ହଜାରରୁ ଅଧିକ ଲୋକଙ୍କ ସହ ଯୋଗାଯୋଗ କରାଯାଇଛି। ଇସ୍ତାହାର ତିନୋଟି ଭାଗରେ ରହିବ। ମୁଁ ଆଜି ପ୍ରଥମ ଭାଗ ମୁକ୍ତିଲାଭ କରୁଛି । ଦ୍ବିତୀୟ ଓ ତୃତୀୟ ପରବର୍ତ୍ତୀ ସମୟରେ ଆସିବ।
୨୦୧୮ ରୁ ଆମ୍ ଆଦମୀ ପାର୍ଟି ଦ୍ୱାରା ଆୟୁଷ୍ମାନ ଭାରତ ଯୋଜନାରୁ ଦିଲ୍ଲୀର ୫୧ ଲକ୍ଷ ଲୋକ ବଞ୍ଚିତ ହୋଇଛନ୍ତି। ଆମେ ପ୍ରଥମ କ୍ୟାବିନେଟରେ ଦିଲ୍ଲୀରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବୁ । ଦିଲ୍ଲୀ ସରକାରଙ୍କ ତରଫରୁ ଅତିରିକ୍ତ ୫ ଲକ୍ଷ ଟଙ୍କାର ବୀମା ଯୋଗାଇ ଦିଆଯିବ । ଦିଲ୍ଲୀବାସୀଙ୍କୁ କେନ୍ଦ୍ର ସରକାର ୫ ଲକ୍ଷ ଓ ରାଜ୍ୟ ସରକାର ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଦେବେ। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଦିଲ୍ଲୀବାସୀଙ୍କୁ ମୋଟ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିବ ।