Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ପୋଲାଭରମ ପ୍ରକଳ୍ପକୁ ନେଇ ରାଜନୀତି

Ramesh Parida by Ramesh Parida
Jan 16, 2025, 03:40 pm GMT+0530
FacebookTwitterWhatsAppTelegram

ପୋଲାଭରମ ପ୍ରକଳ୍ପ ଏକ ବିବାଦସ୍ପଦ ନଦୀ ଜଳ ବନ୍ଧ ଯୋଜନା ହୋଇସାରିଛି । ଯାହାକୁ ନେଇ ରାଜ୍ୟ ରାଜ୍ୟ ଭିତରେ ବିବାଦ ବଢ଼ୁଛି ।  ଯାହା ଭାରତର ଆନ୍ଧ୍ର ପ୍ରଦେଶର ଗୋଦାବରୀ ନଦୀ ଉପରେ ନିର୍ମାଣ ହେଉଛି।

ଏହା ନା କେବଳ ଆନ୍ଧ୍ର ପ୍ରଦେଶ, ଅଧାରୁ ଓଡିଶା ଏବଂ ଛତିଶଗଡ଼ର ଲୋକମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇବାର ସଂଭାବନା ରହିଛି ।  ଯାହାକୁ ରାଜନୀତି ଚାଲିଛି ।

ପୋଲାଭରମ ପ୍ରକଳ୍ପ ଗୋଦାବରୀ ନଦୀର ଜଳକୁ ଚାଷ, ପାନୀୟ ଜଳ, ଓ ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର କରିବା ଉଦ୍ଦେଶ୍ୟରେ ଏକ ବିଶାଳ ବନ୍ଧ ଯୋଜନା ହେଉଛି। ଏହା ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଏବଂ ଇଲୁରୁ ନିକଟରେ ନିର୍ମାଣ ହେଉଛି।

ଚାଷୀମାନଙ୍କ ଉପକାର ପାଇଁ ଉଦ୍ଦେଶ୍ୟ ହେଲେ ମଧ୍ୟ, ତା’ର ଆର୍ଥିକ, ପରିବେଶିକ ଓ ସାମାଜିକ ପ୍ରଭାବ ଗୁଡ଼ିକ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିବାଦ ହୋଇଛି ଆମ ରାଜ୍ୟ ଓଡ଼ିଶା ପାଇଁ । ଲୋକଙ୍କ ଭୟ ରହିଛି ବନ୍ୟାକୁ ନେଇ ।

ଆନ୍ଧ୍ର ପ୍ରଦେଶର ଦୃଷ୍ଟିକୋଣ:ଆନ୍ଧ୍ର ପ୍ରଦେଶ ସରକାର ଏହାକୁ ରାଜ୍ୟର ଜଳ ସମସ୍ୟା ସମାଧାନର ବଡ଼ କାରଣ ଭାବେ ଦେଖୁଛନ୍ତି।

ଚାଷୀଙ୍କ ଉପକାର ତଥା ଗାଁମାନଙ୍କ ଜଳ ଆବଶ୍ୟକତା ପୂରଣ କରିବାକୁ କରାଯାଉଥିବା ସେଠାକାର ସରକାର କହୁଛନ୍ତି ।
ରାଜ୍ୟର ଅନେକ ଦଳ ଏହାକୁ ବିକାଶର ପ୍ରତୀକ ଭାବେ ବିବେଚନା କରୁଛନ୍ତି।

2026 ଡ଼ିସେମ୍ବର ମାସ ମଧ୍ୟରେ ପୋଲାଭରମ ପ୍ରକଳ୍ପ ସାରିବାକୁ ଆନ୍ଧ୍ର ଅଣ୍ଟା ଭିଡ଼ିଛି । ଏହା ବିରୋଧରେ ତତକାଳୀନ ବିଜେଡ଼ି ସରକାର କରିଥିବା ଦାବି ଓ ଆପତ୍ତିକୁ କେନ୍ଦ୍ର ସରକାର ଉପେକ୍ଷା  କରି ଚାଲିଥିବା ଦଳ ଅଭିଯୋଗ କରିଛି ।

ପୋଲାଭରମ ଯୋଗୁଁ ମାଲକାନଗିରି ଜିଲ୍ଲାର ବିସ୍ତୀଣ୍ଣ ଅଞ୍ଚଳ ଜଳମଗ୍ନ ହେବା ସହ ହଜାର ହଜାର ଆଦିବାସୀ ପରିବାର ଗୃହଶୂନ୍ୟ ହେବା ଆଶଙ୍କା ସତ୍ତ୍ବେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ସମ୍ପୂଣ୍ଣ ନିରବତା ଅବଲମ୍ବନ କରି ପରୋକ୍ଷରେ ଆନ୍ଧ୍ରକୁ ସମର୍ଥନ କରିବା ପରି କାମ କରୁଥିବା ଦଳ ଅଭିଯୋଗ କରୁଛି ।

ବିଜେଡ଼ି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ପ୍ରତିନିଧିମାନେ ଗତମାସରେ ଦିଲ୍ଲୀ ଯାଇ ବିିଭିନ୍ନ ମନ୍ତ୍ରଣାଳୟ ନିକଟରେ ଓଡ଼ିଶାର ଉଦ୍‌ବେଗ ଉପସ୍ଥାପନ କରିଥିଲେ ମଧ୍ୟ କେନ୍ଦ୍ର ସରକାର ରହସ୍ୟମୟ ଭାବରେ ନିରବ ରହିଥିବା ବିଜେଡି କହିଛି ।

ଏହାର ସୁଯୋଗ ନେଇ ଆନ୍ଧ୍ର ଏହି ପ୍ରକଳ୍ପକୁ ଯଥାଶୀଘ୍ର ସାରିବାକୁ ଲକ୍ଷ୍ୟ ରଖିଥିବା ବେଳେ କେନ୍ଦ୍ର ସରକାର ଏଥିରେ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରୁଛନ୍ତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ସଂସଦୀୟ ଷ୍ଟାଣ୍ଡିଂ କମିଟି ଆନ୍ଧ୍ର ପ୍ରଦେଶ ଗସ୍ତରେ ଆସି ପୋଲାଭରମ ପ୍ରକଳ୍ପର ସମୀକ୍ଷା କରିଛନ୍ତି।

ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ୍ଡିଙ୍କ ଅଧ୍ୟକ୍ଷତାରେ ଏହି ୧୦ ଜଣିଆ କମିଟି ପୋଲାଭରମ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ନିକଟରୁ ପ୍ରକଳ୍ପ ବାବଦରେ ସମସ୍ତ ତଥ୍ୟ ପଚାରି ବୁଝିବା ସହ ପ୍ରକଳ୍ପର ତ୍ୱରିତ କାର୍ଯ୍ୟନ୍ୱୟନ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ବିଡ଼ମ୍ବନା ହେଉଛି ଷ୍ଟାଣ୍ଡିଂ କମିଟି ସଦସ୍ୟମାନେ ପ୍ରକଳ୍ପ ପରିଦର୍ଶନ କରିବା ସମୟରେ ଆନ୍ଧ୍ର ପ୍ରଦେଶର ଜଳସମ୍ପଦ ଅଧିକାରୀଙ୍କ ସହ ଓଡ଼ିଶାର ଉଦବେଗ ବିଷୟରେ ଆଲୋଚନା କରିଥିଲେ ହେଁ ପ୍ରକଳ୍ପ କାମ ତ୍ୱରିତ୍‌ କରିବାକୁ କମିଟି ଆନ୍ଧ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଏପରିକି ପ୍ରତି ୩ ମାସରେ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ କମିଟି ସମୀକ୍ଷା କରିବ ବୋଲି ନିଜ ଆଡ଼ୁ ପ୍ରସ୍ତାବ ଦେଇଛି।

ଯାହାକୁ ନେଇ ବୁଦ୍ଧିଜୀବୀ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ନିକଟ ଅତୀତରେ ଓଡ଼ିଶା ବାରମ୍ୱାର ପ୍ରକଳ୍ପ ବିରୋଧରେ ସ୍ୱର ଉତ୍ତୋଳନ କରି ଆସୁଥିଲେ ହେଁ ପଛୁଆ ପାଣି କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବେ ବୋଲି ସର୍ଭେ କରାଯାଉ ନାହିଁ।

ଡ଼ିସେମ୍ବର ମାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଅଧ୍ୟକ୍ଷ କେନ୍ଦ୍ର ଜଳ କମିସନ, ଆଦିବାସୀ ବ୍ୟାପାର ବିଭାଗର ସଚିବ, ପରିବେଶ ଓ ଜଙ୍ଗଲ ବିଭାଗର ସଚିବ ଓ ଜାତୀୟ ଜନଜାତି କମିସନଙ୍କୁ ମଧ୍ୟ ଭେଟି ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ହେବାକୁ ଥିବା କ୍ଷତି ସମ୍ପର୍କରେ ଅବଗତ କରିଛନ୍ତି।

ଏପରିକି ଜାତୀୟ ଜନଜାତି କମିସନ ଏହି ପ୍ରସଙ୍ଗକୁ ଗୁରୁତର ସହିତ ନେଇ ସେ ଅତିଶୀଘ୍ର ପ୍ରଭାବିତ ହେବାକୁ ଥିବା ମାଲକାନଗିରି ଜିଲ୍ଲା ଗସ୍ତ କରି ସ୍ଥିତିର ଆକଳନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ମାତ୍ର ପ୍ରତିଶ୍ରୁତି ଏଯାବତ୍‌ କାର୍ଯ୍ୟକାରୀ ହୋଇପାରି ନାହିଁ। ଓଡ଼ିଶାକୁ ନ୍ୟାୟ ଦେବା ପରିବର୍ତ୍ତେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ଯେପରି ଅତ୍ୟଧିକ ଆଗ୍ରହ ପ୍ରଦର୍ଶନ କରୁଛନ୍ତି ଏବଂ ଓଡ଼ିଶା ସରକାର ଏ କ୍ଷେତ୍ରରେ ନିରବ ରହୁଛନ୍ତି, ତାହାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।

ଆସନ୍ତା ୨୦୨୬ ମସିହା ଅକ୍ଟୋବର ୨୬ ତାରିଖ ସୁଦ୍ଧା ପୋଲାଭରମ୍‌ ପ୍ରକଳ୍ପ ସାରିବାକୁ ଆନ୍ଧ୍ର ପ୍ରଦେଶ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ପ୍ରକଳ୍ପର କ୍ଷମତା ୩୬ ଲକ୍ଷ କ୍ୟୁସେକ ଜଳରୁ ଏକତରଫା ଭାବେ ୫୦ ଲକ୍ଷ କ୍ୟୁସେକକୁ ବୃଦ୍ଧି କରାଯାଇ ଥିବାରୁ ଓଡ଼ିଶା ପାଇଁ ଘୋର ବିପଦ ସୃଷ୍ଟି ହୋଇଛି। ଏହାଦ୍ୱାରା ମାଲକାନଗିରି ଜିଲ୍ଲାର ପ୍ରାୟ ଶତାଧିକ ଗ୍ରାମ ଜଳମଗ୍ନ ହେବ ବୋଲି ଆକଳନ କରାଯାଇଛି। ତେବେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ତାହାକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି ।

Tags: INDIAnewsodishaTOP NEWS
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.