ଭାରତ ଓ ପାକିସ୍ତାନର ମଧ୍ୟରେ ବହୁଦିନ ଧରି ରାଜନୀତିକ ଏବଂ ସାମରିକ ଉତ୍ତେଜନା ରହିଛି।
ରୋହିତ୍ ଶର୍ମା ଭାରତୀୟ ଟିମ କ୍ୟାପ୍ଟେନ ଭାବେ ପାକିସ୍ତାନ ଗସ୍ତ କରିବାର ସମ୍ଭାବନାକୁ ନେଇ ମଧ୍ୟ ଆଲୋଚନା ହେଉଛି।
ରାଜନୀତିକ ଓ କ୍ରିକେଟ ଭିତରେ ତାଙ୍କ ନେତୃତ୍ୱ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।
ପାକିସ୍ତାନ ଯିବେ ରୋହିତ ଶର୍ମା । ଆସନ୍ତା ମାସ 19 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ ଟ୍ରଫି । ଏଥିପାଇଁ ସବୁ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଚଳିତ ବର୍ଷ ଏହାର ଆୟାଜକ ପାକିସ୍ତାନ ରହିଛି ।
ତେବେ ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ପାକିସ୍ତାନ ଯିବାକୁ ମନା କରିବାରୁ ଭାରତୀୟ ଦଳ ନିଜର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ଏପରି କି ଭାରତୀୟ ଦଳ ଯଦି ଫାଇନାଲ ଖେଳେ ତେବେ ଫାଇନାଲ ମ୍ୟାଚ ମଧ୍ୟ ଦୁବାଇରେ ଖେଳାଯିବ ବୋଲି ଜଣାପଡ଼ିଛି ।
ଏଥିପାଇଁ ଅଧିନାୟକମାନଙ୍କର ଫଟୋସୁଟ ନିମନ୍ତେ ଭାରତୀୟ ଅଧିନାୟକ ରୋହିତ୍ ଶର୍ମା ପାକିସ୍ତାନ ଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚାମ୍ପିୟନ୍ସ ଟ୍ରଫିର ଉଦଘାଟନୀ ମ୍ୟାଚ ପାକିସ୍ତାନରେ ଖେଳାଯିବ ।
ଏଥିରେ ପ୍ରତ୍ୟେକ ଦଳର ଅଧିନାୟକ ଯୋଗ ଦେବେ । ତେଣୁ ରୋହିତ ଶର୍ମା ଯିବା ନେଇ ଚର୍ଚ୍ଚା ଜାରି ରହିଛି । ଅନ୍ୟପଟେ ପିସିବି ସମସ୍ତ ଦଳର ଖେଳାଳି ଓ ଅଧିନାୟକଙ୍କ ଭିସା ପାଇଁ ସରକାରଙ୍କ ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି ।
ଏହା ସହ ଉଦଘାଟନୀ ସମାରୋହରେ ସମସ୍ତ ଦଳର ଅଧିନାୟକ ଯୋଗ ଦେବେ ବୋଲି ଆଇସିସି ତଥା ସରକାରଙ୍କୁ ଜଣାଇଦେଇଛି ପିସିବି । ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆକୁ ଜିତାଇବା ପାଇଁ ଯଶପ୍ରୀତ ବୁମରାହ ପୁରା ଚେଷ୍ଟା କରିଥିଲେ ,ବୁମରାହ ୩୨ ୱିକେଟ୍ ନେଇ ପ୍ଲେୟାର ଅଫ୍ ଦି ସିରିଜ୍ ମଧ୍ୟ ବନିଥିଲେ, ଅନ୍ତିମ ଟେଷ୍ଟର ଦ୍ବିତୀୟ ଇନିଙ୍ଗସରେ ଆହତ ହେବା କାରଣରୁ ବୋଲିଂ କରିନଥିଲେ ବୁମରାହ ।ଜାତୀୟ ଗଣମାଧ୍ୟମ ଅନୁସାରେ ବର୍ତ୍ତମାନ ବି ସୁସ୍ଥ୍ୟ ହୋଇନାହାଁନ୍ତି ବୁମରାହ ।
ରିପୋର୍ଟ ଅନୁଯାୟୀ, ଡାକ୍ତରମାନେ ଯଶପ୍ରୀତ ବୁମ୍ରାଙ୍କୁ ସମ୍ପୂର୍ଣ୍ଣ ବେଡ୍ ବିଶ୍ରାମ ନେବାକୁ କହିଛନ୍ତି। ସିଡନୀ ଟେଷ୍ଟରେ ଯଶପ୍ରୀତ ବୁମରା ଆହତ ହୋଇଥିଲେ। ଆସନ୍ତା ସପ୍ତାହରେ ବୁମରାହଙ୍କୁ ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସଲେନ୍ସକୁ ପଠାଯିବାର ସମ୍ଭାବନା ରହିଛି।
ଭାରତ ଚାମ୍ପିୟନ୍ସ ଟ୍ରଫି ପାଇଁ ସ୍ବାର୍ଡ ଆନାଉନ୍ସ କରିନାହିଁ ,ହୁଏତ ବୁମରାହଙ୍କ ସ୍ବାସ୍ଥ୍ୟର ଅପଡେଟ ପାଇଁ ଦଳ ଚୟନ ପାଇଁ ଲେଟ କରୁଛି ବିସିସିଆଇ । ଏବେ ବୁମ୍ରାଙ୍କ ପାଇଁ ଚାମ୍ପିୟନ୍ସ ଟ୍ରଫି ନଖେଳିପାରନ୍ତି ବୋଲି କୁହାଯାଉଛି, ବୁମରାଙ୍କ ଆଘାତ ଏତେ ଯେ ସେ କେତେ ଦିନ ପରେ ଫେରିବେ ତାହା ଅନୁମାନ କରାଯାଇପାରିବ ନାହିଁ।