ମୋ ପାଇଁ ସବୁକିଛି ଶିବ , ସତ୍ୟ ହିଁ ଶିବ , ଶିବ ହିଁ ସୁନ୍ଦର । ହସି ହସି କଥା କହୁଥିବା ଏହି ଇଞ୍ଜିନିୟର ବାବା କୁହନ୍ତି , ମୁଁ ବର୍ତ୍ତମାନ ମୋର ବେଷ୍ଟ୍ ଷ୍ଟେଜ୍ ରେ ଅଛି । ଯଦି ଆପଣ ଜ୍ଞାନ ପଛରେ ଦୌଡୁଛନ୍ତି ତାହେଲେ ଶେଷରେ ଆଧ୍ୟାତ୍ମ ମାର୍ଗରେ ହିଁ ପହଂଚିବେ । ମହାକୁମ୍ଭରେ ଆସି ସଙ୍ଗମରେ ବୁଡ଼ ପକାଇ ମନକୁ ଅପାର ଶାନ୍ତି ମିଳୁଛି ।’’ ବୋଲି କହିଛନ୍ତି ବାବା ଅଭୟ ସିଂ
ମହାକୁମ୍ଭରେ ସନ୍ୟାସୀଙ୍କୁ ନେଇ ଅନେକ ରୋଚକ ଖବର ଆସୁଛି । ଲାପଟପ ବାବା, ଆଟି ବାବା, ତ୍ରିକାଳଦର୍ଶୀ ବାବା, ଅଘୋରୀ ବାବା , ନାଗା ସାଧୁଙ୍କୁ ନେଇ ଚର୍ଚା ହେଉଛି ।
ହଜାର ହଜାର ସାଧୁ ପ୍ରୟାଗରାଜରେ ଆସି ପହଁଚିଛନ୍ତି । ବିଶ୍ବର କୋଣ ଅନୁକୋଣରୁ ଆାସ୍ଥାର ବୁଡ଼ ପକାଇବା ପାଇଁ ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଆପଣ ଆଗରୁ ନାଗାସାଧୁ , ଅଘୋରୀ ମହିଳା ସାଧ୍ବୀ ଙ୍କ ବିଷୟରେ ପଢ଼ିଥିବେ । ବିଭିନ୍ନ ଦେବାଦେବୀଙ୍କ ପ୍ରତି ସମର୍ପିତ ସାଧୁଙ୍କ ସଙ୍ଗମ ବେଳେ ଏବେ ମହାକୁମ୍ଭକୁ ଏମିତି ଅନେକ ବିଚିତ୍ର ବାବାଙ୍କ ଆଗମନ ହୋଇଛି ଯାହାକୁ ଚର୍ଚ୍ଚା ଥମିବାର ନାଁ ନେଉନି ।
ସେହିଭଳି ହିଁ ଜଣେ ବାବା ହେଉଛନ୍ତି ଆଇଆଇଟିଆନ ବାବା । ଯାହାଙ୍କୁ ଲୋକ ଇଞ୍ଜିନିୟର ବାବା ବୋଲି ମଧ୍ୟ ଡ଼ାକନ୍ତି । ବାବାଙ୍କ କହିବା ମୁତାବକ ସେ ଆଇଆଇଟି ମୁମ୍ବାଇରୁ ଏରୋସ୍ପେସ ଇଞ୍ଜିନିୟରିଂରେ ପାଠ ପଢିଛନ୍ତି ।
ବିଜ୍ଞାନର ରାସ୍ତା ଛାଡ଼ି ଆଧ୍ୟାତ୍ମର ମାର୍ଗରେ ଚାଲୁଛନ୍ତି ବାବା । ଆଧ୍ୟାତ୍ମ ମାର୍ଗ ତାଙ୍କୁ ମାନସିକ ଶାନ୍ତି ଦେଉଥିବା କଥା କୁହନ୍ତି ବାବା । ଏନେଇ ସେ ସନାତନ ଧର୍ମର ପ୍ରଚାର ପ୍ରସାର କରୁଛନ୍ତି ।
ଏହି ଇଞ୍ଜିନିୟର୍ ବାବାଙ୍କ ପ୍ରକୃତ ନାଁ ଅଭୟ ସିଂ। ଘର ହରିୟାଣାରେ । ବାବା କୁହନ୍ତି , ଆଇଆଇଟି ବମ୍ବେରୁ ଏରୋସ୍ପେସ୍ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ ହେବା ପରେ ସେ କ୍ୟାମ୍ପସ୍ ଇଣ୍ଟରଭ୍ୟୁରେ ସିଲେକ୍ସନ୍ ହୋଇ ଲକ୍ଷାଧିକ ଟଙ୍କାର ପ୍ୟାକେଜରେ ଚାକିରି ପାଇଁ ମନୋନିତ ହୋଇଥିଲେ ।
କିଛି ଦିନ ପାଇଁ ଚାକିରି ମଧ୍ୟ କରିଥିଲେ । କିନ୍ତୁ ନିଶା କିଛି ଅଲଗା ଥିଲା । ପିଲାବେଳୁ ଫଟୋଗ୍ରାଫି ପ୍ରତି ରୁଚି ରଖୁଥିବା ଅଭୟଙ୍କୁ ଟ୍ରାଭେଲ୍ ଫଟୋଗ୍ରାଫି ଖୁବ୍ ଭଲ ଲାଗୁଥିଲା ।
ସେ ଫଟୋଗ୍ରାଫି ସମ୍ବନ୍ଧୀୟ କୋର୍ସ କରିବା ପାଇଁ ଇଞ୍ଜିନିୟରିଂ ଛାଡ଼ି କୋର୍ସ ଆରମ୍ଭ କଲେ । ଯେଉଁ ସମୟରେ ଜୀବନକୁ ନେଇ ତାଙ୍କର ଦର୍ଶନରେ ପରିବର୍ତ୍ତନ ଆସିଲା । ସେ ଫିଜିକ୍ସ କୋଚିଂ ଦେବାପାଇଁ ଏକ କୋଚିଂ ସେଣ୍ଟର ବି ଖୋଲିଥିଲେ କିନ୍ତୁ ତାଙ୍କ ମନ ଆଧ୍ୟାତ୍ମ ଆଡ଼କୁ ଢଳିସାରିଥିଲା ।
ଇଞ୍ଜିନିୟର ବାବା ନିଜ ଜୀବନକୁ ଭଗବାନ ଶିବଙ୍କ ପ୍ରତି ସମର୍ପିତ କରିଛନ୍ତି । ସେ କୁହନ୍ତି , ‘‘ଏବେ ଆଧ୍ୟାତ୍ମ ମାର୍ଗରେ ମତେ ମଜା ଆସୁଛି । ବିଜ୍ଞାନ ଜରିଆରେ ମୁଁ ଆଧ୍ୟାତ୍ମକୁ ବୁଝିବାକୁ ଏବଂ ଗଭୀରତାକୁ ଯିବାକୁ ଚେଷ୍ଟା କରୁଛି ।