ମହାକାଶରେ ଇସ୍ରୋର ବଡ଼ ସଫଳତା । ସଫଳ ହେଲା ଭାରତୀୟ ମହାକାଶ ଏଜେନସି ର ସ୍ପେଡ଼େକ୍ସ ମିଶନ । ବିଶ୍ବର ଚତୁର୍ଥ ରାଷ୍ଟ୍ର ଭାବେ ଭାରତ ସ୍ପେଶ ଡ଼କିଂରେ ସଫଳତା ହାସଲ କରିଛି ।
ମହାକାଶରେ ଇସ୍ରୋର ବଡ଼ ସଫଳତା। ସଫଳ ହେଲା ଭାରତୀୟ ମହାକାଶ ଏଜେନ୍ସି (ଇସ୍ରୋ)ର ସ୍ପେଡେକ୍ସ ମିଶନ। ବିଶ୍ୱର ଚତୁର୍ଥ ରାଷ୍ଟ୍ର ଭାବେ ଭାରତ ସ୍ପେଶ୍ ଡକିଂରେ ସଫଳତା ହାସଲ କରିଛି। ତେବେ ପ୍ରଥମ ଥର ପାଇଁ ୨ଟି ସାଟେଲାଇଟକୁ ସଂଯୋଗୀକରଣ କରାଯାଇଛି।
ଟାର୍ଗେଟ ସାଟେଲାଇଟ ସହ ଚେଜର ସାଟେଲାଇଟକୁ ସଫଳତାର ସହ ମହାକାଶରେ ସଂଯୋଗୀକରଣ କରାଯାଇଥିବା ନେଇ ଇସ୍ରୋ ପକ୍ଷରୁ ପୋଷ୍ଟ ଜରିଆରେ ସୂଚନା ଦିଆଯାଇଛି। ଏହାଦ୍ୱାରା ଚନ୍ଦ୍ରଯାନ-୪ ଅଭିଯାନ, ମହାକାଶରେ ସ୍ପେଶ୍ ଷ୍ଟେସନ୍ ଏବ ଚନ୍ଦ୍ରରେ ଭାରତୀୟଙ୍କୁ ଓହ୍ଲାଇବାରେ ସ୍ୱପ୍ନ ସାକାର ଦିଗରେ ସହାୟକ ହେବ ।
ପ୍ରଥମ ଥର ପାଇଁ 2 ଟି ସାଟେଲାଇଟକୁ ସଂଯୋଗୀକରଣ କରାଯାଇଛି ।ଟାର୍ଗେଟ ସାଟେଲାଇଟ ସହ ଚେଜର ସାଟେଲାଇଟକୁ ସଫଳତାର ସହ ମହାକାଶରେ ସଯୋଗୀକରଣ କରାଯାଇଥିବା ନେଇ ଇସ୍ରୋ ପକ୍ଷରୁ ପୋଷ୍ଟ ଜରିଆରେ ସୂଚନା ଦିଆଯାଇଛି ।
ଏହାଦ୍ବାରା ଚନ୍ଦ୍ରଯାଦ -4 ଅଭିଯାନ , ମହାକାଶରେ ସ୍ପେଶ ଷ୍ଟେସନ ଏବ ଚନ୍ଦ୍ରରେ ଭାରତୀୟଙ୍କୁ ଓହ୍ଲାଇବାରେ ସ୍ବପ୍ନ ସାକର ଦିଗରେ ସହାୟକ ହେବ ।
ଇସ୍ରୋର ଏହି ଅଭିଯାନ ସଫଳ ହେବା ପରେ ମହାକାଶରେ ଏଭଳି ଦକ୍ଷ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ଦେଶ ହୋଇଛି । ଏହାପୂର୍ବରୁ ଆମେରିକା, ରୁଷ ଓ ଚୀନ୍ ସଫଳାତାର ସହ ଅନ୍ତରୀକ୍ଷ ଡକିଂ କରିଥିଲେ। ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଖୁବ୍ ଜଟିଳ ପ୍ରକ୍ରିୟା ହୋଇଥିବା ବେଳେ ଏଥିପାଇଁ ସ୍ୱଦେଶୀ ଜ୍ଞାନକୌଶଳ ଉପଯୋଗ କରିଛି ଇସ୍ରୋ।
ଗତ ଡିସେମ୍ବର ୩୦ରେ ଉତକ୍ଷେପଣରେ, ୨ଟି ଯାକ ସ୍ପେଶକ୍ରାଫ୍ଟ ପୃଥିବୀ ପୃଷ୍ଠରୁ ୪୭୦ କିଲୋମିଟର ଉଚ୍ଚତାରେ ବୃତ୍ତାକାର କକ୍ଷଥରେ ଘୁରି ବୁଲୁଥିଲେ। ଉଭୟ ଚେଜର୍ ଓ ଟାର୍ଗେଟର ଓଜନ ୨୨୦ କିଲୋଗ୍ରାମ୍ ଲେଖାଏଁ ହୋଇଥିବା ବେଳେ, ସେମାନେ ମହାକାଶରେ ଘଣ୍ଟାପ୍ରତି ୨୪ ହଜାର କିଲୋମିଟର ବେଗରେ ଘୁରି ବୁଲୁଥିଲେ। ଏଭଳି ସ୍ଥିତିରେ ସେମାନଙ୍କୁ ନିଖୁଣ ଭାବେ ଯୋଡିବା ଇସ୍ରୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା।