Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଆଧ୍ୟାତ୍ମିକ

ବ୍ୟବସ୍ଥିତ ଜଗାଦର୍ଶନ

ଲେଖକ: ଜାନକୀଶ ବଡ଼ପଣ୍ଡା

Ramesh Parida by Ramesh Parida
Jan 15, 2025, 05:42 pm GMT+0530
FacebookTwitterWhatsAppTelegram

ଶୃଙ୍ଖଳିତ ଦେବନୀତି ପାଳନ, ଦିଅଁ ଦର୍ଶନ, ମହାପ୍ରସାଦ ପ୍ରସ୍ତୁତି ଓ ବିକ୍ରି ବ୍ୟବସ୍ଥିତ ହେଉ ବୋଲି ସମସ୍ତେ ଚାହାନ୍ତି। ପୂର୍ବ ସରକାରଙ୍କ ଅମଳର ଦର୍ଶନ ଅବ୍ୟବସ୍ଥା ତଥା କେବଳ ସିଂହଦ୍ବାର ଦେଇ ପ୍ରବେଶ ଅନୁମତିକୁ ସର୍ବସାଧାରଣ ବିରୋଧ କରି ଆସୁଥିଲେ। ପୂର୍ବପରି ଚାରିଦ୍ବାର ଖୋଲି ଦିଆଗଲେ କୋଭିଡ୍‌ ପୂର୍ବରୁ ଯେଭଳି ବ୍ୟବସ୍ଥିତ ଦର୍ଶନ ମିଳୁଥିଲା ସେପରି ସମ୍ଭବ ହେବ ବୋଲି ବିଚାର କରୁଥିଲେ ଭକ୍ତମାନେ। ଭକ୍ତଙ୍କ ଆଶା ପୂରଣ କରିବାକୁ ନୂଆ ସରକାର ନିର୍ବାଚନ କାଳରେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। କୋଭିଡ୍‌ କଟକଣା ପରଠୁଁ ବଡ଼ଦାଣ୍ଡରେ ବ୍ୟାରିକେଡ୍‌ କରାଯାଇ ଦର୍ଶନ ବ୍ୟବସ୍ଥା କରାଯାଇଥିଲା।

ଶୃଙ୍ଖଳିତ ଦେବନୀତି ପାଳନ, ଦିଅଁ ଦର୍ଶନ, ମହାପ୍ରସାଦ ପ୍ରସ୍ତୁତି ଓ ବିକ୍ରି ବ୍ୟବସ୍ଥିତ ହେଉ ବୋଲି ସମସ୍ତେ ଚାହାନ୍ତି। ପୂର୍ବ ସରକାରଙ୍କ ଅମଳର ଦର୍ଶନ ଅବ୍ୟବସ୍ଥା ତଥା କେବଳ ସିଂହଦ୍ବାର ଦେଇ ପ୍ରବେଶ ଅନୁମତିକୁ ସର୍ବସାଧାରଣ ବିରୋଧ କରି ଆସୁଥିଲେ। ପୂର୍ବପରି ଚାରିଦ୍ବାର ଖୋଲି ଦିଆଗଲେ କୋଭିଡ୍‌ ପୂର୍ବରୁ ଯେଭଳି ବ୍ୟବସ୍ଥିତ ଦର୍ଶନ ମିଳୁଥିଲା ସେପରି ସମ୍ଭବ ହେବ ବୋଲି ବିଚାର କରୁଥିଲେ ଭକ୍ତମାନେ। ଭକ୍ତଙ୍କ ଆଶା ପୂରଣ କରିବାକୁ ନୂଆ ସରକାର ନିର୍ବାଚନ କାଳରେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। କୋଭିଡ୍‌ କଟକଣା ପରଠୁଁ ବଡ଼ଦାଣ୍ଡରେ ବ୍ୟାରିକେଡ୍‌ କରାଯାଇ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ସର୍ବସାଧାରଣଙ୍କ ପାଇଁ କେବଳ ସିଂହଦ୍ବାର ଦେଇ ପ୍ରବେଶ ଓ ଉତ୍ତରଦ୍ବାର ଦେଇ ପ୍ରସ୍ଥାନ ଅନୁମତି ଥିଲାବେଳେ, ପୁରୀବାସୀଙ୍କ ପାଇଁ କିଛିମାସ ତଳେ ପଶ୍ଚିମ ଦ୍ବାର ଦେଇ ପ୍ରବେଶ ଓ ପ୍ରସ୍ଥାନ ଅନୁମତି ଦିଆଯାଇଥିଲା। ଧାଡ଼ିରେ ଅପେକ୍ଷାମାଣ ଭକ୍ତଙ୍କ ସୁବିଧା ପାଇଁ ବଡ଼ଦାଣ୍ଡରେ ବାତାନୁକୂଳିତ ଟନେଲ୍‌ ମଧ୍ୟ ନିର୍ମାଣ ହୋଇଥିଲା। କିନ୍ତୁ, ପ୍ରବଳ ଦାବି ସତ୍ତ୍ବେ ଚାରି ଦ୍ବାର ଖୋଲାଯାଉ ନ ଥିଲା। ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ବଡ଼ଦାଣ୍ଡରେ ଧାଡ଼ିରେ ଚାଲିବା ପରେ ମନ୍ଦିର ବେଢ଼ାରେ ପ୍ରବେଶ କରୁଥିଲେ ଓ ସାତପାହାଚ ପୂର୍ବରୁ ସେମାନଙ୍କୁ ପୁନର୍ବାର ଧାଡ଼ିରେ ଅପେକ୍ଷା କରିବାକୁ ପଡୁଥିଲା।

ଏବେ ବଡ଼ଦାଣ୍ଡରେ ବ୍ୟାରିକେଡ୍ ନାହିଁ, ମୁକ୍ତ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଚାରିଦ୍ବାର ଖୋଲା ରହିଛି। ଯେଉଁମାନେ ଚାରିଦ୍ବାର ଦେଇ ମନ୍ଦିର ବେଢ଼ାରେ ପ୍ରବେଶ କରୁଛନ୍ତି, ସେମାନଙ୍କୁ କିନ୍ତୁ ପୂର୍ବଭଳି ସାତପାହାଚ ପୂର୍ବରୁ ଧାଡ଼ିରେ ରହିବାକୁ ପଡୁଛି। ସେମାନେ ପୂର୍ବଭଳି ନାଟମଣ୍ଡପ ଦେଇ ଜଗମୋହନରେ ପ୍ରବେଶ କରୁଛନ୍ତି ଏବଂ ପ୍ରବଳ ଭିଡ଼ରେ ଦଳାଚକଟାକୁ ସାମ୍ନା କରୁଛନ୍ତି। ସିସିଟିଭି ନଥିବାର ସୁଯୋଗ ନେଇ ବହୁ ମହିଳା ଭକ୍ତଙ୍କୁ ଅସଦାଚରଣ କରାଯାଉଥିବାର ଖବର ମିଳୁଛି।

କୋଭିଡ୍ ପୂର୍ବରୁ ଚାରିଦ୍ୱାର ଖୋଲା ରହୁଥିଲା ଓ ଭକ୍ତମାନେ ସ୍ୱଳ୍ପ ସମୟରେ ଓ ସୁବିଧାରେ ଦିଅଁ ଦର୍ଶନ କରୁଥିଲେ ବୋଲି କୁହାଯାଉଥିଲେ ବି, ଏହା ସତ୍ୟର ଅପଳାପ ବ୍ୟତିତ ଅନ୍ୟ କିଛି ନୁହେଁ। ଆମକୁ ମନେ ରଖିବାକୁ ହେବ ଯେ, କ୍ରମଶଃ ଭକ୍ତଙ୍କ ସଂଖ୍ୟା ବଢୁଛି। ଦେଶର ଲୋକସଂଖ୍ୟା ଏବେ ୧୪୫ କୋଟି, ଏବଂ ଭବିଷ୍ୟତରେ ଏହା ସର୍ବାଧିକ ୧୭୫ କୋଟି ଛୁଇଁବାର ଆକଳନ କରାଯାଉଛି। ଭାରତୀୟଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ସହ ତାଳଦେଇ, ଗମନାଗମନ ସୁବିଧା ଓ ଭକ୍ତଙ୍କ ତୀର୍ଥାଟନ ପାଇଁ ଆଗ୍ରହ ଓ ସାମର୍ଥ୍ୟ ବଢୁଥିବାରୁ ଆଗକୁ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢ଼ିବା ସୁନିଶ୍ଚିତ।

ଶ୍ରୀମନ୍ଦିରରେ ଭକ୍ତଙ୍କୁ ଅବାଧ ଦର୍ଶନ ବ୍ୟବସ୍ଥା ସମେତ ମୌଳିକ ସୁବିଧା ଯୋଗାଇ ଦେବାକୁ ୨୦୧୯ରେ ସର୍ବୋଚ୍ଚ ନ୍ୟାୟାଳୟ ଉଭୟ ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନଙ୍କୁ ନିର୍ଦେଶ ଦେଇଥିଲେ। ଏଥିପାଇଁ ସମ୍ଭବତଃ ମନ୍ଦିର ଭିତରେ ଓ ବାହାରେ ଭକ୍ତମାନେ ଧାଡ଼ିବାନ୍ଧି ଦର୍ଶନ କରିବାର ବ୍ୟବସ୍ଥା କରାଯାଇଥିଲା। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ସୁବିଧା ଯୋଗାଇ ଦେବାକୁ ଜାତୀୟ ମାନବାଧିକାର କମିସନ ନିର୍ଦେଶ ଦେଇଥିଲେ ହେଁ, ଆନ୍ତରିକତା ନଥିବାରୁ ଏସବୁ କାର୍ଯ୍ୟକାରୀ କରି ନଥିଲେ ପୂର୍ବ ସରକାର।

ନୂଆ ସରକାର ଆସିବା ପରେ ପ୍ରତିଶ୍ରୁତି ପାଳନ କରି ଭକ୍ତଙ୍କ ପାଇଁ ଚାରିଦ୍ବାର ଖୋଲାଯାଇ ସାରିଛି। ବାଇଶିପାହାଚ-ଆନନ୍ଦ ବଜାର ବାଟ ଖୋଲିଛି। କିନ୍ତୁ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇନଥିବାରୁ ପୂର୍ବଭଳି ଶ୍ରୀମନ୍ଦିର ଭିତର ଓ ବାହାରେ ଭିଡ଼ ଦେଖିବାକୁ ମିଳୁଛି। ଚାରିଦ୍ବାର ଖୋଲାଯାଇ ଥିବାରୁ, ଯେଉଁ ଭକ୍ତଗଣ ଖୁସି ହୋଇଥିଲେ, ସେମାନେ ଦର୍ଶନ କରିବାକୁ ଯାଇ ଯନ୍ତ୍ରଣା ପାଉଛନ୍ତି। ଆନନ୍ଦ ବଜାରର ସ୍ଥାନାନ୍ତରୀକରଣ ଓ ଦର୍ଶନ ବ୍ୟବସ୍ଥା ପରିବର୍ତ୍ତନରେ ଏହାର ସମାଧାନର ସୂତ୍ର ରହିଛି ବୋଲି ଆମର ବିଶ୍ବାସ।

ଚାରିଦ୍ବାରରୁ ଭକ୍ତଗଣ ଧାଡ଼ି ବାନ୍ଧି ବେଢ଼ା ମଧ୍ୟକୁ ପ୍ରବେଶ କରିବାର ସୁବନ୍ଦୋବସ୍ତ କରାଯାଇଥିଲେ ବି ସେମାନଙ୍କୁ ପୂର୍ବଭଳି ସାତପାହାଚ ନିକଟସ୍ଥ ବ୍ୟାରିକେଡ୍‌ଠାରେ ଅଟକି ରହିବାକୁ ପଡୁଛି। ଚାରିଦ୍ବାର ଦେଇ ଭକ୍ତଙ୍କ ସୁଅ ଛୁଟୁଥିବା ଫଳରେ ଭିତର ବେଢ଼ାରେ ଗହଳି ପୂର୍ବାପେକ୍ଷା ବଢ଼ିଛି। ଗହଳି ନିୟନ୍ତ୍ରଣ କରିବା ପାଇଁ ଖୋଲାଯାଇଥିବା ଚାରିଟିଯାକ ଦ୍ବାର ଦେଇ ଭକ୍ତଙ୍କୁ ପର୍ଯ୍ୟାୟକ୍ରମେ ପ୍ରବେଶ ଅନୁମତି ଦିଆଯାଉଥିବାରୁ ପରିଣତି ସ୍ବରୂପ, ସମ୍ପୂର୍ଣ୍ଣ ପରିକ୍ରମା ମାର୍ଗ ଓ ବଡ଼ଦାଣ୍ଡ ଲୋକାରଣ୍ୟରେ ପରିଣତ ହେଉଛି। ଚାରିଦ୍ବାର ଖୋଲାଗଲେ ଆମେ ଅକ୍ଳେଶରେ ଦର୍ଶନ କରିପାରିବା ବୋଲି ଯେଉଁ ଆଶା କରିଥିଲେ, ତାହା ଏବେ ମିଳେଇଯାଉଛି।

ଏବେ, ସାତପାହାଚ ଠାରୁ ନାଟମଣ୍ଡପ ଦେଇ ଭିତରକାଠ ପର୍ଯ୍ୟନ୍ତ ରହିଥିବା ଚାରିଟି ଦ୍ବାର ମଧ୍ୟରୁ କେବଳ ବେହରଣ ଦ୍ବାରକୁ ଖୋଲା ରଖାଯାଇ ପଣ୍ଡାଦ୍ବାର, ଘଣ୍ଟିଦ୍ବାର ଓ ମୁଦୁଲିଦ୍ବାରକୁ ପୂର୍ବଭଳି ସର୍ବସାଧାରଣ ପ୍ରସ୍ଥାନମାର୍ଗ ଭାବେ ବ୍ୟବହାର କରା ଯାଉନାହିଁ। ଏସବୁକୁ ଖୋଲି ଦିଆଗଲେ ଭିଡ଼ କମିବ। ନାଟମନ୍ଦିର, ଜଗମୋହନ ଓ ଗର୍ଭଗୃହ ମଧ୍ୟରେ ଜନଗହଳି ଜନିତ ଦୁର୍ଘଟଣା ଏଡ଼ାଇବାକୁ ଏକାଧିକ ପ୍ରସ୍ଥାନ ଦ୍ବାର ଖୋଲାଯିବା ଆବଶ୍ୟକ ମନେହୁଏ। ନାଟମଣ୍ଡପ ଭିତରେ ଥିବା ଗରୁଡ଼ ସ୍ତମ୍ଭ ପାଖରୁ ଦିଅଁମାନଙ୍କୁ ଦର୍ଶନ କରିବାରେ ବାଧକ ହେଉଛନ୍ତି କିଛି ସେବାୟତ। ଭିତରକାଠ ଓ ବାହାରକାଠ ନିକଟରେ ସେମାନେ ବଡ଼ବଡ଼ ପିତ୍ତଳ ଥାଳି ଧରି ମହାବାହୁଙ୍କ ଆଡ଼କୁ ପିଠିକରି ପ୍ରାଚୀର ଭାବେ ରହୁଥିବାର ଦେଖାଯାଉଛି; ଯେଉଁଥିପାଇଁ ଗରୁଡ଼ସ୍ତମ୍ଭ ପାଖରେ ଠିଆ ହୋଇ ଦିଅଁଙ୍କୁ ଦର୍ଶନ କରି ହେଉନାହିଁବହୁ ପ୍ରତୀକ୍ଷା ପରେ ଥରେ ନାଟମଣ୍ଡପ ମଧ୍ୟକୁ ପ୍ରବେଶ କରିଗଲା ପରେ, ଭକ୍ତଗଣ କାଳିଆ ସାଆନ୍ତଙ୍କୁ ମନଭରି ଦେଖି, ଭକ୍ତିଭାବରେ ତଲ୍ଲୀନ ହୋଇଯିବାକୁ ଚାହାନ୍ତି। ଏହାହିଁ ଶ୍ରୀମନ୍ଦିର ଭିତର ଭିଡ଼ ବଢ଼ାଇବା ସହ ଭକ୍ତଙ୍କ ଯନ୍ତ୍ରଣା ବୃଦ୍ଧିର ଅନ୍ୟତମ କାରଣ ହୋଇଥିଲେ ବି ଭକ୍ତଙ୍କ ଭାବାବେଗକୁ ଅସମ୍ମାନ କରି ମନ୍ଦିର ପରିସରରୁ ସେମାନଙ୍କୁ ବଳପ୍ରୟୋଗ କରି ବାହାର କରିବା ଅମାନୁଷିକ ହେବ।

ଦର୍ଶନ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ବାହାରକାଠ ପାଖରେ ପ୍ରବଳ ଧସ୍ତାଧସ୍ତି ହେଉଛି। ଶ୍ରୀଜୀଉଙ୍କ ଦର୍ଶନରୁ ବହୁ ଭକ୍ତ ବଞ୍ଚିତ ହେଉଛନ୍ତି। ଭକ୍ତଙ୍କ ଅସନ୍ତୋଷ ବୃଦ୍ଧି ପାଉଛି। ଏବେ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ଦିଅଁଙ୍କୁ ଦର୍ଶନ କରି ନପାରି ତଥା ଦଳାଚକଟାର ତିକ୍ତ ଅନୁଭୂତି ନେଇ ପ୍ରସ୍ଥାନ କରୁଛନ୍ତି। ବ୍ୟବସ୍ଥାଗତ ପୂର୍ବ-ପ୍ରସ୍ତୁତି ବିନା ଚାରିଦ୍ବାର ଖୋଲିଦେଇ ପ୍ରତିଶ୍ରୁତି ପାଳନ କରିବା ଏକ ଲୋକଦେଖାଣିଆ ଅହଙ୍କାର ପ୍ରଦର୍ଶନ; ସମାଧାନ ନୁହେଁ। ଏଥିରେ ଓଡ଼ିଆ ଅସ୍ମିତା ଓ ଭକ୍ତଙ୍କ ନିରାପତ୍ତା ଯେ ବିପନ୍ନ ହେଉଛି, ତାହା ‘ଲୋକଙ୍କ ସରକାର’ ଯେତେଶୀଘ୍ର ବୁଝିପାରିବେ ଓ ପ୍ରତିକାର ବ୍ୟବସ୍ଥା କରିବେ ସେତେ ଭଲ।

ଭକ୍ତଗଣ ଯଥାଶୀଘ୍ର ଶ୍ରୀମନ୍ଦିର ପରିସରରୁ ସ୍ବତଃ ବାହାରକୁ ବାହାରିଯିବା ପାଇଁ ଆନନ୍ଦ ବଜାରର ଅବସ୍ଥିତି ମହତ୍ତ୍ବପୂର୍ଣ୍ଣ। ମହାପ୍ରସାଦ ପାଇବାପାଇଁ ଭକ୍ତଙ୍କ ଆକୁଳତା ସହ ଆନନ୍ଦବଜାରର ଅବସ୍ଥିତି କାରଣରୁ ମନ୍ଦିର ବେଢ଼ାରେ ଅତ୍ୟଧିକ ଗହଳି ଲାଗି ରହୁଛି। ଏହା ଉପଲବ୍‌ଧି କଲାପରେ ଆନନ୍ଦ ବଜାର ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦେଇଛନ୍ତି ଗଜପତି ମହାରାଜ। ସେ ‘ଅନ୍ନଯଜ୍ଞ କ୍ଷେତ୍ର ପରିକଳ୍ପନା’ ପ୍ରସ୍ତୁତ କରି ଉତ୍ତର ଦ୍ବାର ନିକଟବର୍ତ୍ତୀ ଏକ ମଠରେ ବିକଳ୍ପ ଆନନ୍ଦ ବଜାର ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ। ଆମେ ଜାଣୁ ଯେ ଅଧୁନା ଶ୍ରୀମନ୍ଦିରରେ ବିଦ୍ୟମାନ ଭୋଗମଣ୍ଡପ, ରୋଷଘର, ସ୍ନାନ ମଣ୍ଡପ ଓ ଆନନ୍ଦ ବଜାର ଇତ୍ୟାଦି ମୂଳ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା ହେବାର ପରବର୍ତ୍ତୀ କାଳରେ ନିର୍ମିତ ହୋଇଛି। ପରିକ୍ରମା ମାର୍ଗ ମଧ୍ୟ ପୂର୍ବରୁ ନଥିଲା। ଏଣୁ, ବିକଳ୍ପ ଆନନ୍ଦ ବଜାର ନିର୍ମାଣ କଲେ, ତାହା ପରମ୍ପରାର ବିରୁଦ୍ଧାଚରଣ ହେବ ନାହିଁ। ଶ୍ରୀମନ୍ଦିରର ଚାରିଦିଗରେ ଅନ୍ତତଃ ଏକ କିଲୋମିଟର ଦୂରରେ ଚାରିଗୋଟି ବିକଳ୍ପ ଆନନ୍ଦବଜାର ଅତ୍ୟନ୍ତ ବ୍ୟବସ୍ଥିତ, ଭକ୍ତିମୟ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆରାମପ୍ରଦ ଭାବେ ପ୍ରତିଷ୍ଠା କରାଗଲେ ଭଲ ହୁଅନ୍ତା।

ପ୍ରସ୍ତାବିତ ଆନନ୍ଦ ବଜାର ମଧ୍ୟରୁ ଗୋଟିଏ ବଡ଼ଦାଣ୍ଡରେ ଓ ଆଉ ଗୋଟିଏ ରେଳ ଷ୍ଟେସନ ନିକଟବର୍ତ୍ତୀ ସ୍ଥାନରେ ପ୍ରତିଷ୍ଠା କରାଯିବା ଉଚିତ। ତୃତୀୟଟିକୁ ବାତାନୁକୂଳିତ କରାଯାଇ ଗାଡ଼ିମୋଟର ରହଣୀସ୍ଥଳ ନିକଟରେ ନିର୍ମାଣ କରାଗଲେ ସେଠାରେ ଦେଶବିଦେଶରୁ ଆସୁଥିବା ଅନେକ ଭକ୍ତ ମହାନନ୍ଦରେ ମହାପ୍ରସାଦ ସେବନ କରିବାକୁ ଆଗ୍ରହ ପ୍ରକାଶ କରନ୍ତେ। ଚତୁର୍ଥଟି ରହନ୍ତା ସହର ବାହାରକୁ ଗାଡ଼ିମଟରରେ ପରିବହନ ହେବାକୁ ଥିବା ବରାଦି ଶ୍ରୀମହାପ୍ରସାଦ ପାଇଁ। ଏହି ସମସ୍ତ ପ୍ରସ୍ତାବିତ ଆନନ୍ଦ ବଜାରକୁ ମହାପ୍ରସାଦ ଉଠିଲା ପରେ ପ୍ରଶାସନ ପକ୍ଷରୁ ବ୍ୟାଟେରିଚାଳିତ ସ୍ୱତନ୍ତ୍ର ଗାଡ଼ିରେ ଯୋଗାଣ ହେଲେ, ଶ୍ରୀମନ୍ଦିର ପରିସର ମଧ୍ୟ ପରିଷ୍କାର ପରିଚ୍ଛନ୍ନ ରହନ୍ତା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିୟନ୍ତ୍ରିତ ବିକଳ୍ପ ଆନନ୍ଦ ବଜାରର ତଳ ମହଲାରେ ପ୍ରତୀକ୍ଷାଳୟ, ହାତ-ପାଦଧୁଆ ସୁବିଧା ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ନିର୍ମାଲ୍ୟ, ଖଜା, ପଥର ମୂର୍ତ୍ତୀ, ନାଲିବାଡ଼ି, ପଟ୍ଟଚିତ୍ର, ପୁସ୍ତକ, ଭଜନ ସିଡି, ଉପହାର ସାମଗ୍ରୀ ଇତ୍ୟାଦି ବିକ୍ରି କରାଯିବାପାଇଁ ଦୋକାନ ଓ ଉପର ମହଲାରେ ପରିଚ୍ଛନ୍ନ ଭୋଜନାଳୟ ରହନ୍ତା।

ଆଶା, ଆମର ଉପରୋକ୍ତ ମତାମତଗୁଡ଼ିକୁ ବିଚାର କରାଯିବ। ଏପରି ହୋଇପାରିଲେ, ପୂର୍ବପରି ଚାରିଦ୍ବାର ଦେଇ ଭକ୍ତଗଣ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରି ଚକାନୟନଙ୍କୁ ଦର୍ଶନ କରି ପରମ ସନ୍ତୋଷ ଲାଭ କରନ୍ତେ ଏବଂ ଆଗାମୀ ଦିନରେ ବିମାନ, ମେଟ୍ରୋ ରେଳ ଓ ଗାଡ଼ିମଟରରେ ଆସୁଥିବା କ୍ରମବର୍ଦ୍ଧିଷ୍ଣୁ ଭକ୍ତଜନଙ୍କ ପାଇଁ ଚକାଡୋଳା ଦର୍ଶନ ସରଳ, ସୁଗମ ଓ ଭାବପୂର୍ଣ୍ଣ ହୋଇପାରନ୍ତା।

ମୋ: ୯୪୩୮୨୯୯୦୩୭।

ShareTweetSendShare

RelatedNews

ଖୋଲିଲା କେଦାରନାଥ ଧାମ
Latest News

ଖୋଲିଲା କେଦାରନାଥ ଧାମ

ପ୍ରାଚୀନ ଶୈବପୀଠ ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଡିଆସ୍ଥିତ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥଯାତ୍ରା
Latest News

ପ୍ରାଚୀନ ଶୈବପୀଠ ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଡିଆସ୍ଥିତ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥଯାତ୍ରା

ଆଜି ପବିତ୍ର ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ
ଆଧ୍ୟାତ୍ମିକ

ଆଜି ପବିତ୍ର ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ

Latest News

ରାମ ମନ୍ଦିର ଟ୍ରଷ୍ଟ ଗତ 5 ବର୍ଷ ମଧ୍ୟରେ ଦେଇଛି 400 କୋଟି ଟଙ୍କାର ଟିକସ

ଆମେରିକାରେ ହିନ୍ଦୁ ମନ୍ଦିିରରେ ଅଜଣା ବ୍ୟକ୍ତିଙ୍କ ଭଙ୍ଗାରୁଜା
ଅପରାଧ

ଆମେରିକାରେ ହିନ୍ଦୁ ମନ୍ଦିିରରେ ଅଜଣା ବ୍ୟକ୍ତିଙ୍କ ଭଙ୍ଗାରୁଜା

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.