ସୀମାରେ ଅଶାନ୍ତି ସୃଷ୍ଟି କରିବାରେ ପାକିସ୍ତାନ ମାହିର । ବିନା କାରଣରେ ଗୁଳିମାଡ଼ କରିବା ସହିତ ଭାରତୀୟ ସେନା ଉପରକୁ ଆକ୍ରମଶ କରୁଥିବା ଅନେକ ସମୟରେ ନଜିର ରହିଛି । ପାକିସ୍ତାନକୁ ଜବାବ ଦେବା ଲାଗି ସେନା ପ୍ରତି ମୂହୂର୍ତ୍ତରେ ସଜାଗ ବି ଥାଏ । ପାକିସ୍ତାନକୁ ପାନେ ଦେବା ଲାଗି ବିଏସଏଫ ବି ରଣନୀତି ପ୍ରସ୍ତୁତ କରିଛି ସତ ହେଲା ପଡ଼ୋଶୀର ଆକ୍ରମଣରେ ଅକାରଣରେ ଜୀବନ ଦେଉଛନ୍ତି ଭାରତୀୟ ଯବାନ । ହେଲା ଏବେ ସେମିତି ଆଉ ହେବନି କାରଣ ବିଏସଏଫକୁ ମିଳିବ ପର୍ଶୁରାମଙ୍କ ଅସ୍ତ୍ର । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।
ମହାଭାରତ କାହିଁକି ପାଣ୍ଡବ ଓ କୌରବଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ମଧ୍ୟରୁ ପ୍ରାୟ ସମସ୍ତେ ଜାଣିଥିବେ । ପୁରାଣଶାସ୍ତ୍ର ଅନୁସାରେ ଶ୍ରକୃଷ୍ଣ ଭଲରେ ଜାଣିଥିଲେ ଜାଣିଥିଲେ ପାଣ୍ଡବଙ୍କ ଅପେକ୍ଷା କୌରବ ଅଧିକ ଶକ୍ତିଶାଳୀ ଥିଲେ । ସେମାନଙ୍କ ପାଖରେ କର୍ଣ୍ଣଙ୍କ ପରି ଯୋଦ୍ଧା ଥିଲେ । ଖାଲି ଏତିକି ନୁହେଁ ତାଙ୍କ ପାଖରେ ଏକ ଦୁର୍ଲଭ ଅସ୍ତ୍ର ଥିଲା ଯାହା କୌରବ ଓ ପର୍ଶୁରାମ ଚଳାଇବା ଜାଣିଥିଲେ । କୌରବଙ୍କ ପାଖରେ ଥିଲା ଭାର୍ଗବସ୍ତ୍ର ଯାହାର ମୁକାବିଲା ଅର୍ଜୁନ କରିପାରିବେ ନାହିଁ ବୋଲି କହିଥିଲେ । ଇଏ ତ ଥିଲା ପୁରାଣ ଓ ଶାସ୍ତ୍ରର କଥା । ଏବେ କିନ୍ତୁ ଭାରତୀୟ ସେନାକୁ ଭାର୍ଗବସ୍ତ୍ର ମିଳିବାକୁ ଯାଉଛି । ମଙ୍ଗଳବାର ପରୀକ୍ଷାମୂଳକ ଭାବରେ କିଛି ଯବାନଙ୍କୁ ନେଇ ପରୀକ୍ଷା ମଧ୍ୟ କରାଯାଇଛି । କୁହାଯାଉଛି କି, ଏହି ବସ୍ତ୍ର ମିଳିବା ପରେ ସେନାର ଚିନ୍ତା ଦୂର ହେବ ଓ ପାକିସ୍ତାନ ପାନେ ପାଇବ ।
ଅନେକ ସମୟରେ ଦେଖାଯାଉଛି କି, ପାକିସ୍ତାନ ହୀନ ଚକ୍ରାନ୍ତ କରି ଭାରତରେ ଅଶାନ୍ତି ସୃଷ୍ଟି କରୁଛି । ଏମିତିକି ସୀମାକୁ ଲାଗି ରହିଥିବା ପଂଜାବ ପ୍ରଦେଶରେ ଡ୍ରୋନ ସାହାଯ୍ୟରେ ନିଶା କାରବାର ବି ବଢାଉଛି । ଯେଉଁଥି ଲାଗି ଅନେକ ଯୁବକ ଏବେ ନିଶା ଖାଇ ବେକାର ହେଲେଣି । ନିଶା କାରବାରରେ ଆତଙ୍କୀର ପ୍ଲାନ ହେଉଥିବା ବି ଜଣାପଡ଼ିଛି । ହେଲେ ଭାର୍ଗବସ୍ତ୍ର ଆସିବା ପରେ ପାକିସ୍ତାନ ସେନା ଯେଉଁପରି ଭାବରେ ବେଆଇନ କାମ କରୁଛି ସେଥିରେ ରୋକ ଲାଗିପାରିବ ବୋଲି କୁହାଯାଉଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଓଡ଼ିଶାର ଗୋପାଳପୁରରେ ଏହା ପରୀକ୍ଷା କରାଯାଇଛି । ସେନାକୁ ଏହା ମିଳିବା ପରେ ବେଆଇନ ଡ୍ରୋନ କାରବାର ସଂପୂର୍ଣ୍ଣ ବ୍ୟାନ୍ ହୋଇପାରିବ । ସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାର ପରୀକ୍ଷା କରାଯାଇଥିଲା ଯାହା ଲକ୍ଷକୁ ଅତି ସହଜରେ ଟାର୍ଗେଟ୍ ବି କରିପାରୁଛି ।