ଏଣିକି ଉପକୃତ ହେବ ଲଦାଖବାସୀ । ଆଉ ଯାତାୟତରେ ହେବନାହିଁ ଅସୁବିଧା । ଲଦାଖକୁ ସବୁ ଋତୁରେ ଯିବା ଆସିବା କରିପାରିବେ ଲୋକେ । ବିଶେଷ କରି ଭାରତୀୟ ସେନା ଉପକୃତ ହେବେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁକାଶ୍ମୀରରେ ଜେଡ଼ ମୋଡ଼ ବା ସୋନମାର୍ଗ ଟନେଲରେ ଉଦଘାଟନ କରିଛନ୍ତି । 27ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ସାଢେ 6 କିଲେମିଟର ଲମ୍ବ ଟନେଲର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଜେଡ଼ ମୋଡ଼ ଟନେଲ ଗଗନଗିରିରୁ ସୋନମାର୍ଗ ପର୍ଯ୍ୟନ୍ତ ରହିଛି ।
ଟନେଲରୁ କ’ଣ ମିଳିବ ଲାଭ?
– ଶ୍ରୀନଗର ଓ ଲଦାଖ ମଧ୍ୟରେ ଅଲୱେଦର କନେକ୍ଟିଭିଟି ସହଜ ହେବ
– ସୋନମାର୍ଗ ଟନେଲ ଲଦାଖକୁ ସବୁ ଋତୁରେ ଯୋଡ଼ିବ
– ଲଦାଖକୁ ଯିବା ପାଇଁ ପାହାଡିଆ ଅଞ୍ଚଳ ଦେଇ ବୁଲିବୁଲି ଯିବାକୁ ଅଧିକ ସମୟ ଲାଗିବନି
– ହୋଟେଲ, ପରିବହନ, ରେଷ୍ଟୁରାଣ୍ଟ ସହିତ ସ୍ଥାନୀୟ ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି କରିବ
– ଦେଢ ଘଣ୍ଟାର ଯାତ୍ରା ମାତ୍ର ୪୦ ମିନିଟ୍ରେ ସମ୍ଭବ ହୋଇପାରିବ
– ସମୟ ଓ ଇନ୍ଧନ ସୁରକ୍ଷା ସହ ଲଜିଷ୍ଟିକ୍ ନିବେଶରେ ହ୍ରାସ ହେବ
– ସ୍ଥାନୀୟ କୃଷି ଉତ୍ପାଦନ ବଡ଼ ବଜାରରେ ପହଞ୍ଚିପାରିବ
– କେଶର, ସେଓ, ଅଖରୋଟ୍, ଚେରୀ ଆଦି ବଡ଼ ବଜାରରେ ପହଞ୍ଚିବ