ବିଶ୍ବର ସବୁଠାରୁ ବଡ଼ ଧାର୍ମିକ ସମାଗମ କହିଲା କୁମ୍ଭମେଳାକୁ ବୁଝାଏ । ଚଳିତବର୍ଷ ତ ମହାକୁମ୍ଭର ଆୟୋଜନ ହେବାକୁ ଯାଉଛି । ପ୍ରତି 12 ବର୍ଷକୁ ଥରେ ଭାରତର 4 ଟି ପବିତ୍ର ସ୍ଥଳ ହରିଦ୍ବାର, ପ୍ରୟାଗରାଜ ଉଜ୍ଜେନ ଏବଂ ନାସିକରେ ଆୟୋଜିତ ହେଉଥିବା କୁମ୍ଭେମଳା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଆଧ୍ୟାମିକ ସ୍ତରରେ ଏଠାକୁ ଆକର୍ଷିତ କରିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ମେଳା ପଛରେ ଏକ ଅଭୁତ ପୌରାଣିକ କଥା ମଧ୍ୟ ଲୁଚି ରହିଛି ।
ସମୁଦ୍ର ମନ୍ଥନ କଥା: କୁମ୍ଭମେଳାର ଉପତ୍ତି ସମୁନ୍ଦ୍ର ମନ୍ଥନ କଥା ସହ ଜଡ଼ିତ ରହିଛି । ପୌରାଣିକ କଥାନୁସାରେ ଦେବତା ଏବଂ ଅସୁରଙ୍କ ମଧ୍ୟରେ ଅମୃତପାନକୁ ନେଇ ସମୁଦ୍ର ମନ୍ଥନ ହୋଇଥିଲା । ଏହି ମନ୍ଥନରୁ ଅନେକ ଅଦ୍ଭୁତ ବସ୍ତୁର ଆବିର୍ଭାବ ହେଲା । ଯେଉଁଥିରେ ଥିଲା ଅମୃତ କଳସ , ଯାହାକୁ ପରିଶେଷରେ ପାନ କରି ଦେବତାମାନେ ଅମର ହୋଇଗଲେ ।
ଅମୃତ ଚୋରିର ପ୍ରୟାସ: ଅମୃତ କଳସକୁ ନେଇ ଦେବତା ଓ ଦାନବଙ୍କ ମଧ୍ୟରେ ଯୁଦ୍ଧ ଉତ୍ପନ୍ନ ହେଲା । ଏହି ଯୁଦ୍ଧରେ ଅମୃତ କଳସ ଅନେକଥର ଆକାଶକୁ ଉଡିଲା ଯାହାର ୪ ଟି ବୁନ୍ଦା ପୃଥିବୀ ଉପରେ ପଡ଼ିଲା । ଅମୃତର ସେହି ୪ ଟି ବୁନ୍ଦା ହରିଦ୍ବାର , ପ୍ରୟାଗରାଜ , ଉଜ୍ଜେନ ଏବଂ ନାସିକରେ ପଡ଼ିଥିବା କଥା ସାଧୁସନ୍ଥ କୁହନ୍ତି ।
କୁମ୍ଭମେଳାର ଆୟୋଜନ: ମାନ୍ୟତା ରହିଛି କି ଯେଉଁ ଯେଉଁ ସ୍ଥାନରେ ଅମୃତର ୪ ବୁନ୍ଦା ପଡିଲା ସେହି ସ୍ଥାନ ପବିତ୍ର ଭୂମି ରୂପେ ଖ୍ୟାତ ହେଲା । ଏହି ସ୍ଥାନରେ ପବିତ୍ର ବୁଡ଼ ପକାଇଲେ ମୋକ୍ଷ ପ୍ରାପ୍ତି ହେବାର କଥା ମଧ୍ୟ କୁହାଯାଏ । ସେଥିପାଇଁ ପ୍ରତି ୧୨ ବର୍ଷରେ ଏହି ୪ ସ୍ଥାନରେ କୁମ୍ଭମେଳା ଆୟୋଜନ କରାଯାଏ । କୁମ୍ଭମେଳା ସମୟରେ ଏହି ପବିତ୍ର ଭୂମିର ପବିତ୍ର ନଦୀରେ ସ୍ନାନ କଲେ ସବୁ ପାପ ଧୋଇହୁଏ ଏବଂ ମୋକ୍ଷ ପ୍ରାପ୍ତ ହୁଏ ।
କୁମ୍ଭମେଳାର ମହତ୍ତ୍ବ : କୁମ୍ଭମେଳା କେବଳ ଏକ ଧାର୍ମିକ ସମାଗମ ନୁହଁ ବରଂ ଭାରତୀୟ ସଂସ୍କୃତି ଏବଂ ସଭ୍ୟତାର ଏକ ପ୍ରତୀକ । ଏହି ମେଳା ଲକ୍ଷାଧିକ ଲୋକଙ୍କୁ ଏକାଠି କରି ସାମାଜିକ ଏକତାର ପ୍ରତୀକକୁ ପ୍ରଜ୍ଜ୍ବଳିତ କରିଥାଏ ।