ଜେଡ଼ ମୋଡ଼ ସୁଡ଼ଙ୍ଗ ଜାମ୍ମୁ କାଶ୍ମୀର ଏବଂ ଲଦାଖ ପାଇଁ ରାଜନୈତିକ ଏବଂ ଆର୍ଥିକ ଦୃଷ୍ଟିରୁ ବୁହୁତ ଗୁରୁତ୍ବପୂଣ୍ଣ । 13 ଜାନୁଆରୀ ଅର୍ଥାତ ଆସନ୍ତାକାଲି ଜେଡ଼ ମୋଡ଼ ସୁଡ଼ଙ୍ଗକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଏମ ମୋଦୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟକ୍ରମ ସ୍ଥଳରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏସପିଜି ଟିମ ଶ୍ରୀନଗର ପହଞ୍ଚିସାରିଛନ୍ତି । ଏହି ଟିମ ର ନଜରରେ ରହିବ ବିଭିନ୍ନ ଜରୁରୀ ସ୍ଥାନ । ତେବେ ଆପଣଙ୍କୁ ଏଠି କହି ରହୁଛି ଯେ ଜେଡ଼ ମୋଡ଼ ସୁଡ଼ଙ୍ଗ କୂଟନୈତିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ବପୂଣ୍ଣ । ଲଦାଖ ଅଞ୍ଚଳରେ ଦେଶର ପ୍ରତିରକ୍ଷା ଆବଶ୍ୟକତା ପାଇଁ ଏହି 6.5 କିଲୋମିଟର ଲମ୍ବା ସୁଡ଼ଙ୍ଗ ସବୁଠାରୁ ଗୁରୁତ୍ବପୂଣ୍ଣ ଭୂମିକା ଗ୍ରହଣ କରୁଛି ।
ଜେଡ୍ ମୋଡ ସୁଡ଼ଙ୍ଗ କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଦିନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ପୋଷ୍ଟରେ ମୋଦୀ ଳେଖିଥିଲେ ମୁଁ ଏହି ସୁଡ଼ଙ୍ଗର ଉଦଘାଟନ ପାଇଁ ଜମ୍ମୁ ଏବଂ କାଶ୍ମୀରର ସୋନମାର୍ଗ ଗସ୍ତ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛି । ଏହାକୁ ଜେଡ ମୋଡ ସୁଡ଼ଙ୍ଗ କହିବାର କାରଣ ଏହା ଦେଖିବାକୁ ପୁରା ଇଂରାଜୀ ଅକ୍ଷରର ଜେଡ୍ ଆକାରର । ଏହି ସୁଡ଼ଙ୍ଗ ନିର୍ମାଣ ପରେ ୧୨ କିଲୋମିଟର ଦୂରତା କମି ଯାଇ ୬.୫ କିଲୋମିଟର ସିମିତ ହୋଇଛି । ଆଉ ଏହି ଦୂରତା କୁ ପୁରା କରିବା ପାଇଁ ମାତ୍ର ୧୫ ମିନିଟ୍ର ସମୟ ଲାଗିବ । ସୁଡ଼ଙ୍ଗ ଖୋଲିଲେ ସବୁଠାରୁ ଅଧିକା ଲାଭ ହେବ ଯେ ଶୀତ ଦିନେ ଜିବା ଆସିବା ସମୟରେ ତୁଷାରପାତ ଯୋଗୁଁ ଘଣ୍ଟା ଘଣ୍ଟା ଆଉ ହାଇୱେରେ ଅଟକି ରହିବାକୁ ପଡିବ ନାହିଁ।
ଜେଡ୍ ମୋଡ ସୁଡ଼ଙ୍ଗ ବିଭିନ୍ନ କାରଣରୁ ସତ୍ବନ୍ତ୍ର । କୁହାଯାଉଛି ଏହି ସୁଡ଼ଙ୍ଗ ରେ ଗାଡିଗୁଡିକ ୮୦ କିଲୋମିଟର ବେଗରେ ପ୍ରତି ଘଣ୍ଟାକୁ ଦୌଡିବ । ସେହିପରି ୧୦୦୦ ଯାନବାହାନ ଚଳପ୍ରଚଳ କରିବାର କ୍ଷମତା ରଖୁଛି ଜେଡ ମୋଡ ସୁଡ଼ଙ୍ଗ। ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏହି ସୁଡ଼ଙ୍ଗର ମଧ୍ୟ ପ୍ରଶଂସା କରିଛନ୍ତି।