ଲସ ଆଞ୍ଜେଲସରେ ଲାଗିଥିବା ଭୟଙ୍କର ନିଆଁରେ ମୃତ୍ୟୁ ସଂଖ୍ୟା 11 କୁ ବୃଦ୍ଧି ପାଇଛି । ଏଲନ କାଉଣ୍ଟି ମେଡ଼ିକାଲ ଏକଜାମିନର ଅଫିସ ଏସବୁ ମୃତ୍ୟୁ କୁ ନିଶ୍ଚିତ କରିଛି । ଦିନ ବିତିବା ସହିତ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅଫିସ ପକ୍ଷରୁ ଆଶଙ୍କା କରାଯାଉଛି । ସେପଟେ ନିଆଁ ଲିଭାଇବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ପାଣି ଅଭାବ ଏକ ବଡ଼ ଏକ ବଡ଼ ପ୍ରସଙ୍ଗ ପାଲଟିଛି । ଜଳ ଅଭାବନକୁ ନେଇ କାଲିଫର୍ଣ୍ଣିଆର ଗଭର୍ଣ୍ଣର ଗାଭିନ୍ ନ୍ୟୁସମ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଳ ଅଭାବ ଯୋଗୁଁ କିପରି ନିଆଁ ଲିଭାଇବା କାମ ପ୍ରଭାବିତ ହେଉଛି ସେ ତାହାର ତଦନ୍ତ ଦାବି କରିଛନ୍ତି ।
ଗଭର୍ଣ୍ଣର କହିଛନ୍ତି ଯେ କେତେକ ଅଗ୍ନି ହାଇଡ୍ରେଣ୍ଟରେ ଜଳ ଯୋଗାଣ ଅଭାବ ଏବଂ ସାନ୍ତା ୟାନେଜ୍ ଜଳଭଣ୍ଡାରରୁ ଜଳ ଯୋଗାଣ ଅନୁପଲବ୍ଧତା ଅଭିଯୋଗର ନିରପେକ୍ଷ ତଦନ୍ତ ହେବା ଉଚିତ ।
ଲସ୍ ଆଞ୍ଜେଲସ ସହରର ଉତ୍ତରରେ ଥିବା ୨୫ ମାଇଲ (୪୦ କିଲୋମିଟର) ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୧୨,୦୦୦ରୁ ଅଧିକ ଘର ଓ କୋଠା ପୋଡ଼ି ଯାଇଛି। ପାଖାପାଖି ଦେଢ଼ ଲକ୍ଷ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୮ ମାସରୁ ଅଧିକ ସମୟ ଧରି ଏହି ଅଞ୍ଚଳରେ ବର୍ଷା ହୋଇନଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଭୟଙ୍କର ଅଗ୍ନିକାଣ୍ଡ ହଲିଉଡ ହିଲ୍ସରେ ପହଞ୍ଚିଥିବା ବେଳେ ଅନେକ ଆମେରିକୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ଘରେ ମଧ୍ୟ ନିଆଁ ଲାଗିଯାଇଛି।