ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ବିବାଦୀୟ ବକ୍ତବ୍ୟ ଦେଇଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଅଶ୍ବିନ ଏବେ ଏଭଳି କିଛି କହି ବିବାଦୀୟ ହୋଇପଡ଼ିଛନ୍ତି ।
ଏକ କଲେଜ କାର୍ଯ୍ୟକ୍ରମରେ ହିନ୍ଦୀ ଭାଷା ଉପରେ ସେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଉଠିଛି । ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ହିନ୍ଦୀ ଏକ ରାଷ୍ଟ୍ରଭାଷା ନୁହିଁ ବୋଲି କହିଛନ୍ତି ।
ତାମିଲନାଡୁର ଚେନ୍ନାଇରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସ୍ନାତକ ସମାରୋହର ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇ ଅଶ୍ୱିନ୍ କହିଥିଲେ, “ହିନ୍ଦୀ ଏକ ରାଷ୍ଟ୍ର ଭାଷା ନୁହେଁ, ବରଂ ଏକ ଅଧିକାରୀକ ଭାଷା”। ଯାହାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ବିତର୍କ ହେଉଛି । ପୂର୍ବରୁ ହିନ୍ଦୀକୁ ଏକ ରାଷ୍ଟ୍ର ଭାଷା କୁହାଯିବା ନେଇ ବିବାଦ ହୋଇସାରିଥିବା ବେଳେ ଏବେ ଅଶ୍ବିନଙ୍କ ବୟାନ ପୁଣି ଥରେ ବିତର୍କ ଆରମ୍ଭ କରିଛି।