ଜନତା ମୈଦାନରେ ଚାଲିଥିବା ପ୍ରବାସୀ ଭାରତୀୟ ସମ୍ମିଳନୀରେ ଆଜି ଶେଷ ଦିନ ଉଦଯାପନୀ ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ପ୍ରବସୀ ଭାରତୀୟ ମାନଙ୍କ ମଧ୍ୟରେ ଚୟନିତ ସଦସ୍ୟ ମାନଙ୍କୁ ସେମାନଙ୍କ ଉପଲବ୍ଧି ଗୁଡ଼ିକ ପାଇଁ ସମ୍ମାନିତ କରିବେ ରାଷ୍ଟ୍ରପତି ।
ଆଜି ପୂର୍ବାହ୍ନରେ ରାଜଭବନରୁ ସିଧାସଳଖ ଜନତା ମୈଦାନ ଅଭିମୁଖେ ଯାଇ ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଉଦଯାପନୀ ଉତ୍ସବରେ ଯୋଗଦେବେ ଭାରତ ଓ ବିଦେଶରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରବାସୀ ଭାରତୀୟ ସମ୍ମାନ 2025 ପ୍ରଦାନ କରାଯିବ । ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ପୂର୍ବରୁ ନାମ ଘୋଷଣା କରାଯାଇଛି । 8 ତାରିଖରୁ ଆରମ୍ଭ ହୋଇଥିବା ବିରାଟ ସମ୍ମିଳନୀକୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଉଦଘାଟନ କରି ପ୍ରବାସୀ ମାନଙ୍କୁ ସମ୍ବୋଧିତ କରିଥିବା ବେଳେ ଆଜି ରାଷ୍ଟ୍ରପତି ପ୍ରବାସୀ ମାନଙ୍କ ପାଇଁ ନିଜ ଅଭିଭାଷଣରେ ବକ୍ତବ୍ୟ ରଖିବେ ।