ପ୍ରବାସୀ ଭାରତୀୟ ଦିବସ ପାଇଁ ଚଳିତ ଥର ଓଡ଼ିଶାକୁ ବାଛିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ତରଫରୁ କୃତଜ୍ଞତା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ଏପରି ହେବା ଦ୍ବାରା ଓଡ଼ିଶାକୁ ସାରା ବିଶ୍ବର ଲୋକ ଜାଣିଲେ । ଏଠିକାର ଲୋକଙ୍କ ଆତିଥ୍ୟ ମଧ୍ୟ ଜାଣିବାକୁ ପାଇଲେ । ମଉର୍ ଯେତେ ଲୋକଙ୍କୁ ଭୋଟିଲାଣି ସମସ୍ତେ କହୁଛନ୍ତି ଏଠିକାର ଲୋକଙ୍କ ଆତିଥ୍ୟ ବହୁତ ଭଲ । ଏଠିକାର ଆତିଥ୍ୟ କୁ ବୈଷୟିକ ସ୍ତରର ଅତିଥି ମାନେ ବହୁତ ପସନ୍ଦ କରିଛନ୍ତି । ଏଠିକାର ପରିବେଶ କୁ ପସନ୍ଦ କରିଛନ୍ତି । ଏହା ସହ ରାଜ୍ୟ ସରକାର ଙ୍କ ଆୟୋଜନ ବହୁତ ଉଚ୍ଚସ୍ତରୀୟ ହୋଇଛି ବୋଲି କହୁଛନ୍ତି । ଗୋଟେ ଆନ୍ତର୍ଜାତିକ ସ୍ତରର ଉତ୍ସବ ଆମ ରାଜ୍ୟ ପାଳନ କରି ପାରିଛି ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଧନ୍ୟବାଦ ଦେଉଛି ଓଡିଶାକୁ ଏହି ମର୍ୟ୍ୟାଦା ଆଣିଥିବାରୁ ଏବଂ ଓଡ଼ିଶାର ମାନ ସମ୍ମାନ ବଢ଼ାଇ ଥିବାରୁ…
ପ୍ରଧାନମନ୍ତ୍ରୀ ଭାରତରୁ ଆରମ୍ଭ କରିଥିଲେ ଗୋଟିଏ ଗଛ ମା’ଙ୍କ ନାରେ ଲଗାଇବାକୁ ତାକୁ ବିଶ୍ୱ ସ୍ତରରେ ପହଞ୍ଚାଇବାକୁ ଆହ୍ୱାନ କରିଛନ୍ତି । ଗୋଟିଏ ଗୋଟିଏ ଗଛ ଲଗାଇ ବିଶ୍ୱ ପରିବେଶକୁ ସନ୍ତୁଳନକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ। ଭାରତ ହେଉଛି ଐତିହ୍ୟ ଓ ପରମ୍ପରା ଏକ ଅପାର ଗନ୍ତାଘର । ଭାରତର ପରମ୍ପରା, ଐତିହ୍ୟ ଓ ଐତିହାସିକ ପୃଷ୍ଠ ଭୂମିରେ ବିରାସଦ ରେ ୟାକୁ ଦେଖାଇବା ପାଇଁ ବିଶ୍ଵ ସ୍ତରର ପର୍ୟ୍ୟଟକ ମାନେ ଆସନ୍ତୁ ତାହା ପ୍ରବାସୀ ମାନେ ଭାରତର ଆମ୍ବାସଡ଼ର ଭାବେ କାମ କରନ୍ତୁ ଏଇଟା ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି ।
ଓଡ଼ିଶା ହେଉଛି ଶାନ୍ତିର ମାଟି । କଳିଙ୍ଗ ଯୁଦ୍ଧ ର ପରିଚୟ ଶାନ୍ତି ପାଇଁ ଖ୍ୟାତି ଅର୍ଜିଛି । ତେଣୁ ଯୁଦ୍ଧ ନୁହେଁ ବୁଦ୍ଧ ର ଆହ୍ୱାନ ଦେଇ କି ଆମର ବହୁତ ପୁରୁଣା ଐତିହାସିକ ତଥ୍ୟ କୁ ଏବଂ ତାର ସମାଜରେ ମୂଳ ଚରିତ୍ର କଣ ଥିଲା ତାକୁ ଦର୍ଶାଇଛନ୍ତି । ଶାନ୍ତି ର ଚରିତ୍ର ହିଁ ଆମ ସମାଜରେ ଥିଲା । ତେଣୁ ଆମ ସମାଜର ଚରିତ୍ର କୁ ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ତରରେ ଏବଂ ରାଜନୈତିକ ଓ କୁଟନୈତିକ ସ୍ତରରେ ରଖି ଆମ ଓଡ଼ିଶା ମର୍ୟ୍ୟାଦା ବଢ଼ାଇଛନ୍ତି । ବିଶ୍ୱର ଯୁବକ ମାନଙ୍କ ଦେଶ ହେଉଛି ଭାରତ । ଆଗମୀ ଦିନରେ ଯୁବକ କାନ୍ଧରେ ହିଁ ଭାରତ ର ନେତୃତ୍ୱ ଆଗକୁ ବଢିବ ।