ଓଡ଼ିଶାର ଭୁବନେଶ୍ବର ଜନତା ମଇଦାନରେ ଅନୁଷ୍ଠିତ ହେଉଥିବା 18 ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ପ୍ରବାସୀ ଭାରତୀୟ ଦିବସ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଉଛି ।
ଦେଶର ବିକାଶରେ ଭାତୀୟଙ୍କ ଅବଦାନ ଅବିସ୍ମରଣୀୟା ଆସନ୍ତୁ ସ୍ବଦେଶୀ ଚିନ୍ତାଧାରାକୁ ଆପଣାଇବା ସହ ବିଶ୍ବ ଦରବାରରେ ନିଜ ଦେଶର କଳା, ସଂସ୍କୃତି ପରମ୍ପରାର ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଶପଥ ନେବା । ଓଡ଼ିଶୀ ନୃତ୍ୟ ପଟ୍ଟଚିତ୍ର ଏବଂ ସମ୍ବଲପୁରୀ ହସ୍ତତନ୍ତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ବିଭିଦତଦ ପରମ୍ପରାର ଏକ କେନ୍ଦ୍ର ଅଟେ । ସେ କହିଛନ୍ତି ଓଡ଼ିଶା ରାଜ୍ୟ ହେଉଛି ବିବିଧ ସଂସ୍କୃତି ଏବଂ ଐତିହାସିକ ଉକ୍ତର୍ଷର ଏକ ହବ । ଓଡ଼ିଶୀ ହେଉଛି ଭାରତର ପୁରାତନ ଶାସ୍ତ୍ରୀୟ ନୃତ୍ୟ ମଧ୍ୟରୁ ଅନ୍ୟତମ ଓଡ଼ିଶାର ପଟ୍ଟଚିତ୍ରର ଜଟିଳ କଳା ଜଗତକୁ ଆକର୍ଷିତ କରିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସମ୍ବଲପୁରର ବିଶ୍-ପ୍ରସିଦ୍ଧ ହସ୍ତତନ୍ତ କପଡା ଆମର ଅନ୍ୟତମ ପ୍ରିୟ ତଥା ଜୀବନ୍ତ ପରମ୍ପରା ମଧ୍ୟରୁ ଅନ୍ୟତମ। ଓଡିଶା ପ୍ରାକୃତିକ ସୌନ୍ଦର୍ଯ୍ୟର ଭଣ୍ଡାର। ଏହା ପ୍ରବାସୀଙ୍କୁ ବେଶ୍ ଆକୃଷ୍ଟ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଜ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ପଞ୍ଜିନିବେଶ ଉପରେ ଗୁରୁତ୍ବ ଦେଇଥିଲେ । ପୁଞ୍ଜିନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହୁଅନ୍ତୁ। ବ୍ୟବସାୟ ପାଇଁ ଓଡ଼ିଶା ହେଉଛି ଉପଯୁକ୍ତ ସ୍ଥାନ । ରାଜ୍ୟ ସରକାର ସବୁ ପ୍ରକାଳ ସହଯୋଗ କରିବେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଓଡିଶା ଆଗକୁ ବଢୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟର ଓଡ଼ିଶା ଭରପୁର । ଏହା ଆପଣମାନଙ୍କୁ ପୁଞ୍ଜିନିବେଶରେ ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।