Sunday, May 11, 2025
No Result
View All Result
Odisha 365

Latest News

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଯୁବ ପ୍ରବାସୀ ଭାରତୀୟ ଦିବସ ସମାରୋହରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟଙ୍କ ଅଂଶଗ୍ରହଣ

Ramesh Parida by Ramesh Parida
Jan 9, 2025, 07:00 am GMT+0530
FacebookTwitterWhatsAppTelegram

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଆଜି ଭୁବନେଶ୍ୱର ଠାରେ ଯୁବ ପ୍ରବାସୀ ଭାରତୀୟ ଦିବସ ସମାରୋହକୁ ସମ୍ବୋଧିତ କରି ପ୍ରବାସୀମାନଙ୍କୁ ଏକ ପ୍ରଭାବଶାଳୀ ବାର୍ତ୍ତା ଦେଇଛନ୍ତି ।

ଏକ ବିକଶିତ ଏବଂ ସମୃଦ୍ଧ ଭାରତ ଗଠନରେ ସହଯୋଗ କରିବା ପାଇଁ ବିଦେଶରୁ ନିଜର ଅଭିଜ୍ଞତା ଏବଂ ସର୍ବୋତ୍ତମ କାର୍ଯ୍ୟ ପଦ୍ଧତି ନେଇ ଆସିବା ପାଇଁ ସେ ପ୍ରବାସୀମାନଙ୍କୁ ନିବେଦନ କରିଥିଲେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷା ନିଖିଲ ଖଡ଼ସେ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଗେରିଟା ଉପସ୍ଥିତ ଥିଲେ।

ଉଦଘାଟନୀ ଅଭିଭାଷଣରେ ଡକ୍ଟର ମାଣ୍ଡଭୀୟ କହିଥିଲେ, ଭାରତର ଭବିଷ୍ୟତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦୂରଦୃଷ୍ଟିପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଆଜାଦି କା ଅମୃତ ମହୋତ୍ସବ ଅଧୀନରେ ଭାରତର ସ୍ୱାଧୀନତା ପ୍ରାପ୍ତିକୁ ୭୫ ବର୍ଷ ପୂର୍ତ୍ତି ଆକାରରେ ରେଖାଙ୍କିତ ହୋଇଛି ।

ଏକ ବିକଶିତ ରାଷ୍ଟ୍ରର ଏହି ଲକ୍ଷ୍ୟକୁ ସାକାର କରିବାରେ ଯୁବବର୍ଗଙ୍କ କେନ୍ଦ୍ରୀୟ ଭୂମିକା ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ମହାତ୍ମା ଗାନ୍ଧୀଙ୍କ ପରିବର୍ତ୍ତନକାରୀ ଯାତ୍ରାରୁ ପ୍ରେରଣା ନେଇ ଡକ୍ଟର ମାଣ୍ଡଭୀୟ କହିଥିଲେ, ଦକ୍ଷିଣ ଆଫ୍ରିକାରେ ରହଣି ସମୟରେ ଗାନ୍ଧିଜୀ ହାସଲ କରିଥିବା ଶିକ୍ଷା ଭାରତର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲା।

ଭାରତର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସାରା ବିଶ୍ୱରୁ ସମାନ ଅଭିଜ୍ଞତା ଏବଂ ସର୍ବୋତ୍ତମ କାର୍ଯ୍ୟପଦ୍ଧତି ନେଇ ଆସିବା ପାଇଁ ସେ ପ୍ରବାସୀମାନଙ୍କୁ ଉତ୍ସାହିତ କରିଥିଲେ।

‘‘ଭାରତର ଯୁବକମାନେ ହେଉଛନ୍ତି ଦେଶର ସବୁଠାରୁ ବଡ଼ ସମ୍ପଦ। ଭାରତରେ ପ୍ରତି ୨୦ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ବୟସ ୩୫ ବର୍ଷରୁ କମ୍ ଏବଂ ଯୁବବର୍ଗଙ୍କ ହାରାହାରି ବୟସ ୨୯ବର୍ଷ ହୋଇଥିବାରୁ ଆଗାମୀ ବର୍ଷଗୁଡ଼ିକରେ ଆମ ଦେଶ ବିଶ୍ୱର ନେତୃତ୍ୱ ନେବାର ସ୍ଥିତିରେ ରହିଛି।

ପ୍ରବାସୀମାନଙ୍କ ଯୋଗଦାନ ‘‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’’ର ପରିକଳ୍ପନାକୁ ସାକାର କରିବାରେ ସହାୟକ ହୋଇପାରିବ, ଯାହା ଏକତା, ବିକାଶ, ବିଶ୍ୱାସ ଏବଂ ସାମୂହିକ ପ୍ରୟାସର ଗୁରୁତ୍ୱକୁ ରେଖାଙ୍କିତ କରିଥାଏ,’’ ଡକ୍ଟର ମାଣ୍ଡଭୀୟ କହିଥିଲେ ।

ଡକ୍ଟର ମାଣ୍ଡଭୀୟ ମଧ୍ୟ ‘‘ସୀମାଠାରୁ ଊର୍ଦ୍ଧ୍ୱରେ: ଜଗତୀକରଣ ବିଶ୍ୱରେ ପ୍ରବାସୀ ଯୁବ ନେତୃତ୍ୱ’’ ବିଷୟବସ୍ତୁ ଉପରେ ଏକ ପୂର୍ଣ୍ଣାଙ୍ଗ ଅଧିବେଶରେ ଅଧ୍ୟକ୍ଷତା କରିଥିଲେ ।

ନିଜର ଅଭିଭାଷଣରେ ସେ କୃଷି, ଶିଳ୍ପ, ସେବା ଏବଂ ଆଇଟି କ୍ଷେତ୍ରରେ ଭାରତର ବିପୁଳ ସମ୍ଭାବନା ଉପରେ ଆଲୋକପାତ କରିଥିଲେ ଏବଂ ଅନ୍ୟ ବିଶ୍ୱ ଅର୍ଥବ୍ୟବସ୍ଥା ତୁଳନାରେ ପ୍ରଭାବଶାଳୀ ହୋଇଥିବା ୮ ପ୍ରତିଶତ ଜିଡିପି ଅଭିବୃଦ୍ଧି ହାର ସହିତ ଦେଶର ବିକାଶ ଗତି ଉପରେ ଗୁରୁତ୍ୱାରୋପ କରିଥିଲେ।

ସେ କହିଥିଲେ, ପରିବର୍ତ୍ତିତ ବିଶ୍ୱ ପରିଦୃଶ୍ୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତର କ୍ଷମତା ଏବଂ ସାମର୍ଥ୍ୟ ରହିଛି। ଅଭିବୃଦ୍ଧି ଓ ନବସୃଜନ ପାଇଁ ଭାରତର ବଜାର, ଯୁବବର୍ଗ ଏବଂ ମାନବ ସମ୍ବଳ, ବ୍ୟାପକ ସୁଯୋଗ ପ୍ରଦାନ କରିଥାଏ। ଯୁବବର୍ଗଙ୍କୁ ସଶକ୍ତ କରିବା ଓ ସେମାନଙ୍କ ସଫଳତା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ସରକାର ଗତ ଦଶନ୍ଧି ମଧ୍ୟରେ ନିର୍ଣ୍ଣାୟକ ପଦକ୍ଷେପ ନେଇଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ ବିଶ୍ୱବ୍ୟାପୀ ପ୍ରବାସୀ ଭାରତୀୟଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ବିଷୟରେ ଉଲ୍ଲେଖ କରିଥିଲେ; ବିଶେଷ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେମାନଙ୍କ ଅବଦାନ ସମ୍ପର୍କରେ କହିଥିଲେ ଯେଉଁଥିରେ ଅନେକ ଡାକ୍ତର, ନର୍ସ ଏବଂ ସିଇଓ ବିଦେଶରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି ।

ଡକ୍ଟର ମାଣ୍ଡଭୀୟ ମଧ୍ୟ କୋଭିଡ-୧୯ ମହାମାରୀ ସମୟରେ ଭାରତର ମୁକାବିଲା ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଥିରେ ଭାରତ ବିଶ୍ୱର ବିଭିନ୍ନ ଦେଶକୁ ଜରୁରି ଔଷଧ ଯୋଗାଇଥିଲା, ଯାହା ଭାରତର ନେତୃତ୍ୱ ଏବଂ ଆତ୍ମନିର୍ଭରଶୀଳତାକୁ ଦର୍ଶାଇଥାଏ। ‘‘ଭାରତ ଏବଂ ବିଶ୍ୱ ମଧ୍ୟରେ ସେତୁ ନିର୍ମାଣ କରିବାରେ ପ୍ରବାସୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ସେମାନଙ୍କର ଅମୂଲ୍ୟ ଯୋଗଦାନ ଜାରି ରଖିବାକୁ ମୁଁ ପ୍ରବାସୀମାନଙ୍କୁ ଆହ୍ୱାନ କରୁଛି,’’ ଡକ୍ଟର ମାଣ୍ଡଭୀୟ ଶେଷ କରିଥିଲେ।

Tags: BJPINDIAmansukhnewsodishapravasi-bharatiya-divas
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.