ବିକଶିତ ଭାରତ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବପ୍ନ । ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ହେଉଛି ଭାରତର ବିକାଶ| ବିକଶିତ ଭାରତ ଗଠନରେ ଯୁବକଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରବାସୀ ଭାରତୀୟ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ।
ପ୍ରବାସୀ ଭାରତୀୟଙ୍କୁ ପ୍ରଶଂସା କରି ମାଣ୍ଡଭିୟେ କହିଛନ୍ତି ଯେ ଦେଶର ବିକାଶରେ ଭାଗିଦାରୀ ଦେବା ଜରୁରୀ | ପ୍ରବାସୀମାନେ ଯେଉଁଠି ରହୁଛନ୍ତି, ସେଠାରେ ଯାହା ଶ୍ରେଷ୍ଠ ତାହା ସେମାନେ କରିବା ଉଚିତ ।
ଯାହା ଦେଶ ପାଇଁ ହିତ,ଦେଶର ବିକାଶରେ କିଛି ବି ସହଯୋଗ ଦେଶର ବିକାଶ କରିବାରେ ସହାୟକ ହେବ । ବିକଶିତ ଭାରତ ଗଠନରେ ଯୁବକଙ୍କର ଭୂମିକା ନିଶ୍ଚୟ ରହିଥିବା କହିଛନ୍ତି ମନ୍ତ୍ରୀ ।
ମଣ୍ଡଭୀୟ କହିଛନ୍ତି ଭାରତରେ ୨୦ରୁ ୧୩ ଜଣ ଯୁବ |ତେଣୁ ଏମାନେ ହେଉଛନ୍ତି ଭାରତର ଶକ୍ତି, ଯୁବ ଶକ୍ତି ଦେଶ ବିକାଶରେ ଜରୁରୀ | କୋଭିଡ ଭ୍ୟାକ୍ସିନ ରିସର୍ଚ୍ଚ ବେଳେ ଭାରତର ଯୁବ ବୈଜ୍ଞାନିକଙ୍କ ଅବଦାନକୁ ମଞ୍ଚରେ ପ୍ରଶଂସା କରିଛନ୍ତି ମନ୍ତ୍ରୀ |
୩୫ ମିଲିୟନ ପ୍ରବାସୀ ବିଦେଶରେ ରହୁଛନ୍ତି |ସେମାନେ ଚାହିଁଲେ ଦେଶର ବିକାଶ ଆହୁରି ଆଗକୁ ବଢ଼ିବ । ଦେଶ ବିକାଶରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି ।
ସେ ଆହୁରି କହିଛନ୍ତି, ବିକଶିତ ଭାରତ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଦିଆଯାଇଥିବା ଲକ୍ଷ୍ୟ| ପ୍ରବାସୀ ଭାରତୀୟ ଦେଶର ବିକାଶରେ ଭାଗିଦାରୀ ଦେବା ଜରୁରୀ | ପ୍ରବାସୀ ଭାରତୀୟ ସମ୍ମେଳନ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏପରି କହିଛନ୍ତି ।