ଭାରତ ସରକାର ବୈଜ୍ଞାନିକ ଭି ନାରାୟଣନଙ୍କୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନର ନୂଆ ଅଧ୍ୟକ୍ଷ ଏବଂ ମହାକାଶ ବିଭାଗର ସଚିବ ନୁଯୁକ୍ତି କରିଛନ୍ତି । କ୍ୟାବିନେଟ ନିଯୁକ୍ତି କମିଟି ଏହାକୁ ଅନୁମୋଦନ କରିଛି । ଆସନ୍ତା 14 ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଥିବା ଇସ୍ରୋର ବର୍ତମାନର ଅଧ୍ୟକ୍ଷ ଏସ ସୋମନାଥଙ୍କ ସ୍ଥାନରେ ତାଙ୍କୁ ଏହି ନୁଯୁକ୍ତି ଦିଆଯାଇଛି । ଆସନ୍ତା 2 ବର୍ଷ ପର୍ଯ୍ୟନ୍ତ ଇସ୍ରୋର ଅଧ୍ୟକ୍ଷ ଦାୟିତ୍ବରେ ନାରାୟଣନ ।
ଭି. ନାରାୟଣନଙ୍କ ଇସ୍ରୋରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ଅନେକ ପଦବୀରେ ରହି କାମ କରିଛନ୍ତି ଭି. ନାରାୟଣନ।ତାମିଲ ମାଧ୍ୟମ ବିଦ୍ୟାଳୟରେ ଅଧ୍ୟୟନ କରିବା ପରେ ନାରାୟଣନ ଖଡ଼ଗପୁରର ଆଇଆଇଟିରୁ କ୍ରାୟୋଜେନିକ ଇଞ୍ଜିନିୟରିଂରେ ଏମ୍ଟେକ୍ ଏବଂ ଏରୋସ୍ପେସ୍ ଇଞ୍ଜିନିୟରିଂରେ ପିଏଚ୍ଡି କରିଛନ୍ତି । ସେ ଏମ୍ଟେକ୍ ପ୍ରୋଗ୍ରାମରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ଯେଉଁଥିପାଇଁ ତାଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା । ଭି. ନାରାୟଣନ ବର୍ତ୍ତମାନ ବାଲିୟାମାଲାସ୍ଥିତ ଲିକ୍ୱିଡ୍ ପ୍ରୋପଲସନ୍ ସିଷ୍ଟମ୍ ସେଣ୍ଟର (ଏଲପିଏସସି)ର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ମହାକାଶ ଆୟୋଗର ଅଧ୍ୟକ୍ଷ ଥିବା ନାରାୟଣନ୍ କ୍ରାୟୋଜେନିକ୍ ଇଞ୍ଜିନର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ପ୍ରାୟ ଚାରି ଦଶନ୍ଧିର ଅଭିଜ୍ଞତା ସହିତ ନାରାୟଣନ ଇସ୍ରୋରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
ତେବେ ଇସ୍ରୋର ଅଧ୍ୟକ୍ଷ ନିଯୁକ୍ତି ହେବା ପରେ ନାରାୟଣନ କହିଛନ୍ତି, ଆମ ପାଖରେ ଅନେକ ମହାନ ପ୍ରତିଭା ଅଛନ୍ତି । ସମସ୍ତଙ୍କୁ ଏକା ସଙ୍ଗରେ ନେଇ ଇସ୍ରୋକୁ ଅଧିକ ଉଚ୍ଚତାରେ ପହଞ୍ଚାଇବି। ଏହା ମୋର ଶପଥ ।