ବାଘ ଆଳୁ ନୁହେଁ ଯେ ମମତା ସରକାର ରଖିଦେବେ । ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କ ଏହି ଅଭିଯୋଗ ପରେ ରାଗିଲେ ମମତା । ବାଘ ଉଦ୍ଧାର ନେଇ ଓଡ଼ିଶା ସରକାର ଓ ବନ ବିଭାଗକୁ କଲେ ଟାର୍ଗେଟ । ଜିନ୍ନତକୁ ଓଡ଼ିଶା ଫେରେଇବା ପରେ ଜୋର ଧରିଲା ରାଜନୀତି । ଆଉ ଏକ ବାଘ ବେଙ୍ଗଲ ଚାଲିଯାଇଥିବାର ଆଣିଲେ ଅଭିଯୋଗ । ଯଦି ଓଡ଼ିଶା ଜଙ୍ଗଲରେ ଜାଗା ନାହିଁ ବାଘକୁ ଆମକୁ ଦେଇଦିଅ । ରାଗିକି ଖୋଲା ମଞ୍ଚରେ ଏପରି ମମତା ଆହ୍ବାନ ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଓଡିଶା ବନ ବିଭାଗ ନିଜେ ଆସୁ ନିଜ ବାଘକୁ ନେଇକିଯାଉ । ଓଡ଼ିଶା ସରକାର ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ଯେ, ତାଙ୍କ ବାଘ ତାଙ୍କ ଜଙ୍ଗଲରୁ ଅନ୍ୟ ରାଜ୍ୟକୁ ନଯାଉ । ପୂର୍ବରୁ ମଧ୍ୟ ବାଘୁଣୀ ଜିନ୍ନତ ବେଙ୍ଗଲ ଯାଇ ପାଞ୍ଚୋଟି ଜିଲ୍ଲାରେ ଆତଙ୍କ ଖେଳେଇଥିଲା । ଯାହା ପାଇଁ ସ୍କୁଲ ଠାରୁ ଘର ସବୁ ବନ୍ଦ ହେଇଯାଇଥିଲା । ଏବଂ ଆମ ବନ ବିଭାଗ ଦିନ ରାତି ଏକ କରି ବାଘୁଣୀକୁ ଉଦ୍ଧାର କଲା ସେମିତି ଫୋନ ଆସିବା ଆରମ୍ଭ ହେଲା ଜଲଦି ଫେରାଅ । ଆମେ ମଧ୍ୟ ବାଘୁଣୀକୁ ଫେରାଇଦେଲୁ । ଏପରି କଣ ପାଇଁ କରୁଛ ..? ଯଦି ବାଘ ପଠାଇବାର ଅଛି ତେବେ ସବୁଦିନ ପାଇଁ ପଠାଇଦିଅ । ଆମ ପାଖରେ ଜଙ୍ଗଲ ଅଛି, ଆମ ପାଖରେ ଟାଇଗର ରେସ୍କ୍ୟୁ ସେଣ୍ଟର ଅଛି ତେଣୁ ଆମକୁ କିଛି ସମସ୍ୟା ହେବ ନାହିଁ ବାଘ ରଖିବାରେ । ଓଡିଶା ସରକାରଙ୍କୁ ଅନୁରୋଧ କରୁଛି ନିଜ ଟିମ୍ ପଠାଇ ବାଘ ନେଇଯାଅ । ଏପରି ରାଗ ଗର ଗର ହୋଇ କହିଛନ୍ତି ଦିଦି ।