ଭାରତର ଦୁଇ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଓ ଚାଇନ । ପଡ଼ୋଶୀ ହେବା ପରେ କି କେମିତି ସମ୍ପର୍କ ଭଲ ରହିବ ସେନେଇ କେବେ ଚିନ୍ତା ନାହିଁ ବରଂ କେମିତି ଭାରତର ଆଶାନ୍ତି ସୃଷ୍ଟି ହେବା ସେହି କଥା ବେଶୀ ଭାବେ ପାକିସ୍ତାନ । ଆଉ ଚୀନ ସୀମାକୁ ନେଇ ସବୁବେଳେ ଅଶାନ୍ତି ସୃଷ୍ଟି କରେବ । ଇଏ କିଛି ନୂଆ କଥା ନୁହେଁ । ହେଲେ ଏବେ ବ୍ରାଜିଲ ଚୀନ ଓ ପାକିସ୍ତାନକୁ ଯେଉଁପରି ଭାବରେ ଚକମା ଦେଇଛି ତାହାକୁ ନେଇ ପୂରା ବିଶ୍ବରେ ଚର୍ଚ୍ଚା ହେଉଥିବା ବେଳେ ଭାରତର ଗୁରୁତ୍ବ ପୂରା ଦେଶରେ ବଢୁଥିବା ସ୍ପଷ୍ଟ ହୋଇଛି । କାରଣ ବ୍ରିକ୍ସରେ ପାକିସ୍ତାନ ସାମିଲ ହେବାକୁ ଆବେଦନ କରିଥିବା ବେଳେ ଇଣ୍ଡୋନେସିଆ ପାଇଛି ସ୍ଥାନ । ଯାହାକୁ ନେଇ ରାଗରେ ରକ୍ତଚାଉଲ ଚୋବାଉଛନ୍ତି ଉଭୟ ପାକିସ୍ତାନ ଓ ଚାଇନା ।
ବ୍ରିକ୍ସ ବିକାଶଶୀଳ ଦେଶ ସମୂହକୁ ନେଇ ଗଠିତ ଏକ କମିଟି ପରି । ଏଥିରେ ଭାରତ, ଋଷିଆ, ଚାଇନା, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ସଦସ୍ୟ ଅଛନ୍ତି । ଏବେ ବ୍ରିକ୍ସର ଅଧ୍ୟକ୍ଷ ଅଛି ବ୍ରାଜିଲ । ଏହାରି ଭିତରେ ବ୍ରାଜିଲ ଘୋଷଣା କରିଛି କି, ବ୍ରିକ୍ସରେ ନୂଆ ରାଷ୍ଟ୍ର ଯୋଗ ଦେଇଛି । ବ୍ରାଜିଲର ଏହି ଘୋଷଣା ପରେ ପାକିସ୍ତାନକୁ ଶକ୍ତ ଝଟକା ଲାଗିଛି । କାରଣ ପାକିସ୍ତାନ ବାରମ୍ବାର ଆବେଦନ କରିବା ପରେ ତାକୁ ବ୍ରିକ୍ସର ସଦସ୍ୟତା ମିଳିନଥିଲା । ହେଲେ ଇଣ୍ଡୋନେସିଆକୁ ସଦସ୍ୟତା ମିଳିବା ପରେ ଏବେ ଚାଇନା ବି ଚୁପ୍ । କୁହାଯାଉଛି ବିଶ୍ବରେ ଇଣ୍ଡୋନେସିଆ ଏମିତି ଏକ ରାଷ୍ଟ୍ର ଯେଉଁଠାରେ ସର୍ବାଧିକ ମୁସଲିମ୍ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି ।
୨୦୨୩ରୁ କମ୍ରାଗତ ଭାବରେ ବ୍ରିକ୍ସର ସଦସ୍ୟତା ହାସଲ କରିବାକୁ ଆବେଦନ କରୁଛି ପାକିସ୍ତାନ । ଆଶା ରଖିଥିଲା କମିଟି, ପାକିସ୍ତାନର ଆବେଦନକୁ ବିଚାର କରିବ ଏବଂ ବ୍ରିକ୍ସର ସଦସ୍ୟତା ହାସଲ କରିବ । କିନ୍ତୁ ବ୍ରାଜିଲ ଇଣ୍ଡୋନେସିଆରେ ନୂଆ ସରକାର ଗଠନ କରିବା ପରେ ବ୍ରିକ୍ସ ସଦସ୍ୟତା ଦେବା ସହିତ ସ୍ବାଗତ ମଧ୍ୟ କରିଛି ।
ବ୍ରିକ୍ସରେ ସାମିଲ ହେବା ପାଇଁ କେବଳ ପାକିସ୍ତାନ ନୁହେଁ ବରଂ ଅନେକ ରାଷ୍ଟ୍ର ଚାହାଁନ୍ତି । ୨୦୦୯ରେ ବ୍ରାଜିଲ, ଋଷିଆ, ଭାରତ, ଚୀନ ମିଶି ବ୍ରିକ୍ସ କମିଟି ଗଠନ କରିଥିଲେ । ପରେ ପରେ ୨୦୧୦ରେ କମିଟିରେ ଦକ୍ଷିଣ ଆଫ୍ରିକା ସାମିଲ ହୋଇଥିଲା । ଠିକ୍ ସେହିପରି, ପୂର୍ବବର୍ଷ ବ୍ରିକ୍ସରେ ଗ୍ରୀସ, ଇରାନ, ଇଥୋପିଆ ସହ ୟୁଏଇ ସାମିଲ ହୋଇଥିଲା । ଏହାସହ ସାଉଦି ଆରବକୁ ବ୍ରିକ୍ସରେ ଯୋଗ ଦେବା ଲାଗି ଆମନ୍ତ୍ରଣ କରାଯାଇଥିଲା । ହେଲେ ଏଯାଏଁ ବ୍ରିକ୍ସରେ ସାଉଦି ଆରବ ବ୍ରିକ୍ସରେ ସାମିଲ ହୋଇପାରିନାହିଁ । ସେପଟେ ତୁର୍କୀ, ଆଜେରବାଇଜାନ ଓ ମାଲେସିଆ ଔପଚାରିକା ଭାବରେ ବ୍ରିକ୍ସରେ ସାମିଲ ହେବା ଲାଗି ଆବେଦନ କରିଛନ୍ତି ।