ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଜାତୀୟ ସଭାପତି ଜମାଲ ସିଦ୍ଦିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦିଲ୍ଲୀର ଇଣ୍ଡିଆ ଗେଟର ନାମ ବଦଳାଇବାକୁ ଅନୁରୋଧ କରିଛନ୍ତି । ସେ ଦାବି କରିଛନ୍ତି ଯେ ଇଣ୍ଡିଆ ଗେଟ ନାମକୁ ପରିବର୍ତନ କରି ଭାରତ ମାତା ଦ୍ବାର ନାମିତ କରାଯାଉ । ଏଭଳି ନାମିତ କରିବା ଦ୍ବାରା ସମ୍ଭରେ ଲିଖିତ ହଜାର ହଜାର ଶହୀଦ ଦେଶପ୍ରମୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
ସେ ଚିଠି ଉଲ୍ଲେଖ କରିଛନ୍ତି, ଆପଣଙ୍କ ନେତୃତ୍ୱରେ ଭାରତର ୧୪୦ କୋଟି ଭାରତୀୟ ଭାଇ ଓ ଭଉଣୀଙ୍କ ହୃଦୟରେ ଦେଶପ୍ରେମ ତଥା ଉତ୍ସର୍ଗୀକୃତ ଭାବନା ବୃଦ୍ଧି ପାଇଛି। ଆପଣଙ୍କ କାର୍ଯ୍ୟକାଳ ମଧ୍ୟରେ ମୋଗଲ ଆକ୍ରମଣକାରୀ ଏବଂ ଲୁଣ୍ଠିତ ବ୍ରିଟିଶମାନେ ଯେଉଁଭଳି ଭାବରେ କ୍ଷତ ସୃଷ୍ଟି କରିଥିଲେ ତାହାର ଦାସତ୍ୱର ଦାଗ ଧୋଇ ହୋଇଯାଇଛି, ସମଗ୍ର ଭାରତ ଏଥିରେ ଖୁସି।
ଆପଣ ନିଷ୍ଠୁର ମୋଗଲ ଔରଙ୍ଗଜେବଙ୍କ ନାମରେ ନାମିତ ରାସ୍ତାର ନାମକୁ ଏପିଜେ କାଲାମ ରୋଡ୍ ନାମିତ କରିଛନ୍ତି। ଇଣ୍ଡିଆ ଗେଟ୍ରେ କିଙ୍ଗ ଜର୍ଜ ଭିଙ୍କ ପ୍ରତିମୂର୍ତ୍ତିକୁ ହଟାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି।
ରାଜପଥକୁ କର୍ତ୍ତବ୍ୟ ପଥ ଭାବରେ ନାମିତ କରିଛନ୍ତି। ଏସବୁ ଭାରତର ସଂସ୍କୃତି ସହିତ ଜଡିତ। ସେହିଭଳି, ଦୟାକରି ଇଣ୍ଡିଆ ଗେଟ୍ ନାମକୁ ‘ଭାରତ ମାତା ଦ୍ୱାର’ ଭାବରେ ପରିବର୍ତ୍ତନ କରନ୍ତୁ। ସେ କହିଛନ୍ତି ଦୟାକରି ମୋର ପ୍ରସ୍ତାବକୁ ବିଚାର କରନ୍ତୁ ଏବଂ ଇଣ୍ଡିଆ ଗେଟ୍ର ନାମକୁ ‘ଭାରତ ମାତା ଦ୍ୱାର’ ଭାବରେ ପରିବର୍ତ୍ତନ କରନ୍ତୁ।