Sunday, May 11, 2025
No Result
View All Result
Odisha 365

Latest News

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀକରଣରେ 33 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ : ସିଏଜି ରିପୋର୍ଟ

Ramesh Parida by Ramesh Parida
Jan 7, 2025, 09:24 am GMT+0530
FacebookTwitterWhatsAppTelegram

ଦିଳ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଶୀଶ ମହଲର ମରାମତି ଓ ନବୀକରଣ ପାଇଁ ପ୍ରାରମ୍ଭିକ ଅଟକଳ ମୂଲ୍ୟ 7.9 କୋଟି ଥିଲା । କିନ୍ତୁ ଏଠାରେ 33 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଭାରତର ମହାନିୟନ୍ତ୍ରକ ଓ ମହା ସମୀକ୍ଷକ ତାଙ୍କ ରିପୋର୍ଟରେ କହିଛନ୍ତି । 2020 ଆରମ୍ଭ ହୋଇଥିବା ନବୀକରଣ ର ଅଡ଼ିଟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପାଇଁ କିଣାଯାଇଥିବା ଉପକରଣ ଓ ସୁବିଧା ମଧ୍ୟ ତାଲିକାଭୁକ୍ତ କରାଯାଇଛି । ତାହା ମଧ୍ୟରେ 28.9 ଲକ୍ଷ ଟଙ୍କାରେ କିଣାଯାଇଥିବା 88 ଇଞ୍ଚର ଓଏଲଇଡ଼ି ଟିଭି 43.9 ଲକ୍ଷ ଟଙ୍କାରେ ପରିବାର ପାଇଁ କିଣାଯାଇଥିବା ଅନ୍ୟ 10 ଟି ଓଏଲଇଡ଼ି ଟିଭି  3.2 ଲକ୍ଷ ଟଙ୍କାର ସାମସଙ୍ଗ ‘ଫ୍ଲେକ୍ସ ଫ୍ୟାମିଲି ହବ୍ ଫ୍ରେଞ୍ଚ ମଲ୍ଟି-ଡୋର୍’ ଫ୍ରିଜ୍, ୧.୮ ଲକ୍ଷ ଟଙ୍କାର ମାଇକ୍ରୋୱେଭ ଓଭେନ୍, ସାଢ଼େ ୬ ଲକ୍ଷ ଟଙ୍କାର ଦୁଇଟି ଷ୍ଟିମ୍ ଓଭେନ୍, ୧.୯ ଲକ୍ଷ ଟଙ୍କାର ଫ୍ରଣ୍ଟ ଲୋଡିଂ ଅଟୋମେଟିକ୍ ୱାସିଂ ମେସିନ୍ ଓ ୧୩ ଲକ୍ଷ ଟଙ୍କାର ୧୦ଟି ବେଡ୍ ଓ ସୋଫା ରହିଛି। ସାଢ଼େ ୧୯ ଲକ୍ଷ ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ପକ୍ଷରୁ ବଡି ମସାଜର ଜାକୁଜି, ଷ୍ଟିମ୍ ବାଥ୍‌ ପାଇଁ ସୌନା ଓ ସ୍ପା ଲଗାଯାଇଛି। ୭ଟି ସର୍ଭ୍ୟାଣ୍ଟ କ୍ୱାର୍ଟର ନିର୍ମାଣ ପାଇଁ ଅତିରିକ୍ତ ୧୯.୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ସିଏଜି ରିପୋର୍ଟରେ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ନବୀକରଣକୁ ଅନ୍ତର୍ଭୁକ୍ତ କରାଯାଇଛି। କିନ୍ତୁ ଦିଲ୍ଲୀ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବଙ୍ଗଳାର କାମ ଅତି କମ୍‌ରେ ୨୦୨୩ ମଧ୍ୟଭାଗ ପର୍ଯ୍ୟନ୍ତ ଜାରି ରହିଥିଲା, ଯାହା ସୂଚାଉଛି ଯେ ବିବାଦୀୟ ପ୍ରକଳ୍ପରେ ହୋଇଥିବା ମୋଟ ଖର୍ଚ୍ଚ ସିଏଜିଙ୍କ ଦ୍ୱାରା ଯାଞ୍ଚ କରାଯାଇଥିବା ଖର୍ଚ୍ଚଠାରୁ ଯଥେଷ୍ଟ ଅଧିକ ହୋଇପାରେ। ୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଅରବିନ୍ଦ କେଜ୍ରିଵାଲ ରହୁଥିବା ଏହି ବଙ୍ଗଳାର ନବୀକରଣ ଦିଲ୍ଲୀ ନିର୍ବାଚନ ପ୍ରଚାରରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି, କୋଭିଡ୍ ମହାମାରୀ ସମୟରେ ‘ତାଙ୍କ ଶୀଶ୍‌ ମହଲ’ରେ ଜନସାଧାରଣଙ୍କ ଟଙ୍କା ଖର୍ଚ୍ଚ କରିଥିବାରୁ ଉଭୟ ବିଜେପି ଓ କଂଗ୍ରେସ ଆପ୍ ନେତାଙ୍କୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ତିନି ଦିନ ମଧ୍ୟରେ ଦୁଇଥର ଏହି ପ୍ରସଙ୍ଗ ଉଠାଇଛନ୍ତି। ମହାମାରୀ ସମୟରେ କେଜ୍ରିୱାଲ ‘ଶୀଶ୍‌ ମହଲ’ ନିର୍ମାଣ କରାଇଥିଲେ ବୋଲି ରବିବାର ସେ କହିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦସ୍ତାବିଜ ପ୍ରମାଣ ଅଭାବରୁ ଖର୍ଚ୍ଚର ସତ୍ୟତା ଜଣାପଡ଼ି ନ ଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଉପଲବ୍ଧ ହୋଇଥିବା ‘ଆଂଶିକ’ ରେକର୍ଡକୁ ଆଧାର କରି ଏହି ଅଡିଟ୍ କରାଯାଇଥିଲା। ରେକର୍ଡ ଉପଲବ୍ଧ ନ ହେବା ପ୍ରସଙ୍ଗକୁ ସିଏଜି ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଉଠାଇଥିଲେ। ଏହାବ୍ୟତୀତ ପିଡବ୍ଲ୍ୟୁଡି ଏହାର ପ୍ରାଥମିକ ଆକଳନକୁ ୪ ଥର ସଂଶୋଧନ କରିବାରେ ଅନିୟମିତତା ହୋଇଥିବା ଅଡିଟ୍‌ରୁ ଜଣାପଡ଼ିଛି। ସିଏଜି ରିପୋର୍ଟରେ କୁହାଯାଇଛି ଯେ ୨୫.୮ କୋଟି ଟଙ୍କାର ଅତିରିକ୍ତ କାର୍ଯ୍ୟ ପାଇଁ ଟେଣ୍ଡର କରାଯାଇ ନାହିଁ।

ଷ୍ଟାଫ୍ ବ୍ଲକ୍ ନିର୍ମାଣ ପାଇଁ ଉଦ୍ଦିଷ୍ଟ ୧୯.୮ କୋଟି ଟଙ୍କା ମୂଳ କାର୍ଯ୍ୟ ସହ ସମ୍ପୃକ୍ତ ନ ଥିବା ଅନ୍ୟ ସ୍ଥାନରେ ୭ଟି ସର୍ଭ୍ୟାଣ୍ଟ କ୍ୱାର୍ଟର୍ସ ନିର୍ମାଣ ପାଇଁ ବ୍ୟବହୃତ ହେବା ନେଇ ରିପୋର୍ଟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୬ ଫ୍ଲାଗଷ୍ଟାଫ୍ ରୋଡ୍ ସ୍ଥିତ ବାସଭବନରେ ୨୧,୦୦୦ ବର୍ଗଫୁଟର ଏହି ନିର୍ମିତ ଅଞ୍ଚଳରେ ୮ଟି ବେଡ୍‌ରୁମ୍, ୩ଟି ମିଟିଂ ରୁମ୍, ୨ଟି ଡ୍ରଇଂ ରୁମ୍, ୨ଟି ରୋଷେଇ ଘର, ୧୨ଟି ଶୌଚାଳୟ ଓ ଗୋଟିଏ ଡାଇନିଂ ହଲ୍ ରହିଛି। ତିନି ମହଲା ବିଶିଷ୍ଟ ଏହି କୋଠାରେ ୨୪ଟି ସୋଫା ସେଟ୍, ୭୬ଟି ଟେବୁଲ, ୪୫ଟି ଚେୟାର, ୮ଟି ଶଯ୍ୟା ଓ ୫ଟି ରିକ୍ଲାଇନର ସୋଫା (ପ୍ରତ୍ୟେକ ସୋଫାର ମୂଲ୍ୟ ୮୦,୯୫୫ ଟଙ୍କା, ମୋଟ ୪ ଲକ୍ଷରୁ ଅଧିକ)। ୨୦୨୪ ଅକ୍ଟୋବର ୧୧ ତାରିଖ ସୁଦ୍ଧା ପିଡବ୍ଲ୍ୟୁଡି ଦ୍ୱାରା ପ୍ରସ୍ତୁତ ତାଲିକାରେ ରୋଷେଇ ଘର, ଶୌଚାଳୟ, ୱାସିଂ ଏରିଆ, ଜିମ୍ ଓ ଅନ୍ୟାନ୍ୟ ସୁବିଧା ଥିବା ସ୍ଥାନରେ ୭୫ଟି ବୋସ୍ ସିଲିଂ ସ୍ପିକର ଓ ୫୦ଟି ଇନ୍‌ଡୋର ଏସି ଲଗାଯାଇଥିବା ଦର୍ଶାଯାଇଛି। ନବୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ପିଡବ୍ଲ୍ୟୁଡି ଦ୍ୱାରା ତିନୋଟି କନ୍ସଲଟାନ୍ସି ଫାର୍ମ ଚୟନକୁ ନେଇ ସିଏଜି ପ୍ରଶ୍ନ ଉଠାଇଛନ୍ତି।

Tags: INDIAnewsodisha
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.