ଜେଲ୍ ଗଲେ ଜନସୂରାଜ ମୁଖ୍ୟ ପ୍ରଶାନ୍ତ କିଶୋର । 14 ଦିନ ପାଇଁ ସେ ଜେଲ ଯାଇଛନ୍ତି । ଜାମିନ ସର୍ତ୍ତ ନମାନିବାରୁ ତାଙ୍କୁ ଜେଲ ପଠାଯାଇଛି । ବିପିଏସସି ପରୀକ୍ଷା ରଦ୍ଦ ଦାବିରେ ପାଟନା ଗାନ୍ଧୀ ମଇଦାନରେ ଆମରଣ ଅନଶନ କରୁଥିବା ପ୍ରଶାନ୍ତ କିଶୋରଙ୍କୁ ଭୋର ୪ଟାରେ ଗିରଫ କରିଥିଲା ପୋଲିସ ।
ତାଙ୍କୁ ଆମ୍ବୁଲାନ୍ସରେ ଏମ୍ସ ନିଆଯାଇଥିଲା। ଏହାପରେ ପାଟନା ସିଭିଲ୍ କୋର୍ଟ ପ୍ରଶାନ୍ତ କିଶୋରଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ । ସର୍ତ୍ତ ଅନୁସାରେ ଭବିଷ୍ୟତରେ କୌଣସି ଧାରଣା ବା ପ୍ରଦର୍ଶନରେ ସାମିଲ ହୋଇପାରିବେନି ପିକେ ।
ତେବେ କୋର୍ଟଙ୍କ ସର୍ତ୍ତ ଅନୁସାରେ ବେଲ୍ ବଣ୍ଡରେ ଦସ୍ତଖତ କରିବାକୁ ମନା କରିଛନ୍ତି ପ୍ରଶାନ୍ତ କିଶୋର । ଯୁବକଙ୍କ ସହ ହେଉଥିବା ଅନ୍ୟାୟ ବିରୋଧରେ ସ୍ବର ଉଠାଇବା ଯଦି ଦୋଷ ତେବେ ସେ ଜେଲ୍ ଯିବାକୁ ଉଚିତ୍ ମଣିବେ ବୋଲି କହିଛନ୍ତି ।