କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ସହ ମତଭେଦ କରିବାକୁ ନେଇ ବିବାଦରେ ଫସିଛନ୍ତି । ପ୍ରବଳ ଚାପ ପରେ ଟ୍ରୁଡୋ ଆଜି ନିଜେ ଇସ୍ତଫା ଦେଇପାରନ୍ତି। ଏକ ରିପୋର୍ଟ ଅନୁଯାୟୀ, ବୁଧବାର ଦିନ କାନାଡାର ମନ୍ତ୍ରୀଙ୍କ ବୈଠକ ପୂର୍ବରୁ ଟ୍ରୁଡୋଙ୍କୁ ଏହି ଘୋଷଣା କରିବାକୁ ପଡିପାରେ । ବିଦେଶୀ ଗଣମାଧ୍ୟମରେ ଏନେଇ ଚର୍ଚା ହେଉଛି ଯେ ଆଜି ନିଜେ ଇସ୍ତଫା ଦେବାର ଘୋଷଣା କରିପାରନ୍ତି । ସେ ଲିବରାଲ୍ ପାର୍ଟି ନେତା ପଦରୁ ଇସ୍ତଫା ଦେବେ ବୋଲି ଆଶା କରାଯାଉଛି।