ଦେଶର ବରିଷ୍ଠ ଆଣବିକ ବୈଜ୍ଞାନିକ ଡ଼ଃ ରାଜାଗୋପାଲ ଚିଦାମ୍ବରମଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୋଦୀ କହିଛନ୍ତି ଯେ ଡକ୍ଟର ରାଜାଗୋପାଲ ଚିଦାମ୍ବରମ ଭାରତର ଆଣବିକ କାର୍ଯ୍ୟକ୍ରମର ଅନ୍ୟତମ ସ୍ଥପତି ଅଟନ୍ତି ଏବଂ ଭାରତର ବୈଜ୍ଞାନିକତଥା ରାଜନୈତିକ ଦକ୍ଷତାକୁ ଦୃଢ଼ୀଭୁତ କରିବାରେ ପ୍ରମୁଖ ଅବଦାନ ରଖିଥିଲେ।
ପ୍ରଧାନମନ୍ତ୍ରୀ ତାଙ୍କ ପୂର୍ବ ପଦରେ କହିଛନ୍ତି, “ଡ଼ଃ ରାଜାଗୋପାଲ ଚିଦାମ୍ବରମଙ୍କ ଦେହାନ୍ତରେ ଗଭୀର ଦୁଃଖିତ | ସେ ଭାରତର ଆଣବିକ କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ସ୍ଥପତି ଥିଲେ ଏବଂ ଭାରତର ବୈଜ୍ଞାନିକ ଏବଂ ରଣନ ରାଜନୈତିକ ଦକ୍ଷତାକୁ ଦୃଢ଼ୀଭୁତ କରିବାରେ ସେ ମହତ୍ ଅବଦାନ ରଖିଥିଲେ। ସମଗ୍ର ଦେଶ ତାଙ୍କୁ କୃତଜ୍ଞତାର ସହିତ ମନେ ରଖିବେ ଏବଂ ତାଙ୍କର ଉଦ୍ୟମ ଭବିଷ୍ୟତ ପିଢ଼ି ପ୍ରେରଣା ଦେବ। ”
ସୂଚନାଯୋଗ୍ୟ ଯେ ଡକ୍ଟର ରାଜାଗୋପାଲ ଚିଦାମ୍ବରମ ନଭେମ୍ବର 11, 1936 ରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ଆଜି ମୁମ୍ବାଇର ଏକ ଡାକ୍ତରଖାନାରେ ଚିଦାମ୍ବରମଙ୍କର ମୃତ୍ୟୁ ହୋଇଛି। ତାଙ୍କୁ 88 ବର୍ଷ ହୋଇଥିଲା। ସେ ପୋଖରାନ୍ -1 (1975) ଏବଂ ପୋଖରାନ୍-୨ (1998) ର ଆଣବିକ ପରୀକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ | 1975 ଏବଂ 1999 ରେ ଚିଦାମ୍ବରମଙ୍କୁ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା।