ନମୋ ଭାରତ କରିଡ଼ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଣିକି ଦିଲ୍ଲୀରୁ ମେରଟ ଯିବା ହେବ ସହଜ । ମାତ୍ର 40 ମିନିଟରେ ଦିଲ୍ଲୀରୁ ମେରଟ ପହଞ୍ଚି ହେବ । ନମୋ ଭାରତ କରିଡ଼ରର ଅତିରିକ୍ତ 13 କିଲୋମିଟର ଫେଜର ମୋଦୀ ଶୁଭାରମ୍ଭ କରିଛନ୍ତି । ଏହା ସହ ନମୋ ଭାରତ ଟ୍ରେନ ପ୍ରଥମ ଥର ଦିଳ୍ଲୀରେ ପ୍ରବେଶ କରିବ । ସାହିବାବାଦ ଓ ଦକ୍ଷିଣ ମେରଟ ମଧ୍ୟରେ ପୂର୍ବରୁ 42 କିଲୋମିଟର ମାର୍ଗ ରହିଛି । ଏହା ମଧ୍ୟରେ ରହିଛି 9 ଟି ଷ୍ଟେସନ । ଆଜିର ଉଦଘାଟନ ପରେ ଏହି ରାସ୍ତା 55 କିଲୋମିଟର ହେବ । ପ୍ରଧାନମନ୍ତ୍ରୀ ଦିଲ୍ଲୀରେ 12 ହଜାର 200 କୋଟି ଟଙ୍କା ଯୋଜନାର ଶୁଭାରମ୍ଭ କରିଛନ୍ତି ।
ଏଥିରୁ ନମୋ ଭାରତ କରିଡର ପାଇଁ ଖର୍ଚ୍ଚ ହୋଇଛି ୪ହଜାର ୬୦୦ ଟଙ୍କା। ଅପରାହ୍ଣ ୫ଟା ବେଳେ ଯାତ୍ରୀଙ୍କ ପାଇଁ ନମୋ ଭାରତ ଟ୍ରେନ୍ ପ୍ରତି ୧୫ ମିନିଟ ବ୍ୟବଧାନରେ ଯାତାୟତ କରିବ। ନ୍ୟୁ ଅଶୋକ ନଗରରୁ ଦକ୍ଷିଣ ମେରଟ ପର୍ୟ୍ୟନ୍ତ ଯିବା ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ୧୫୦ରୁ ୨୦୦ ଟଙ୍କା। ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ୨.୮ କିଲୋମିଟର ଲମ୍ବା ଜନକପୁରୀରୁ କ୍ରିଷ୍ଣା ପାର୍କ ଖଣ୍ଡର ମଧ୍ୟ ଉଦଘାଟନ କରିଛନ୍ତି। ଏଥିପାଇଁ ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।
‘ନମୋ ଭାରତ’ ରାପିଡ ଟ୍ରେନ୍ । ନମୋ ଭାରତ ରାପିଡ୍ ରେଲ୍ ପ୍ରକଳ୍ପ ପିଏମଙ୍କ ଗତି ଶକ୍ତି ସେଣ୍ଟ୍ରାଲର ମାଷ୍ଟର ପ୍ଲାନ । ଯାତ୍ରୀଙ୍କ ସୁରକ୍ଷାକୁ ସୁବିଧାଜନକ ପାଇଁ ଏହି ପ୍ରକଳ୍ପ । ଅନ୍ୟ ଟ୍ରେନ୍ ତୁଳନାରେ ସାମାନ୍ୟ ଅଲଗା ‘ନମୋ ଭାରତ’ ।
ନମୋ ଭାରତ ଟ୍ରେନରେ ହ୍ବିଲଚେୟାର- ଷ୍ଟ୍ରେଚର ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି ।
ଯାତ୍ରୀଙ୍କ ସହାତୟା ପାଇଁ ପ୍ରତି ଟ୍ରେନରେ ଆଟେଣ୍ଡାଣ୍ଟ ଉପଲବ୍ଧ ରହିଛନ୍ତି
ଏମରଜେନ୍ସି ସ୍ଥିତିରେ ସହାୟତା ପାଇଁ କୋଚଙ୍କ କବାଟ ପାଖରେ ରହିଛି ପ୍ୟାନିକ ବଟନ ଷ୍ଟେସନରେ ମାଗଣା ପାନୀୟ ଜଳ, ଶୌଚାଳୟ, ଦୃଷ୍ଟିବାଧିତଙ୍କ ପାଇଁ ରାମ୍ପ ଓ ସିସିଟିଭି ରହିଛି ।