ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡ଼ୋନାଲ୍ଟ ଟ୍ରମ୍ପ ତାଙ୍କର ସହାୟକ ଭୋଟେରାନ ଟେକ ବ୍ୟବସାୟୀ ତଥା ଧନୀ ବ୍ୟକ୍ତି ଏଲନ ମସ୍କ ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପକ୍ଷରୁ ଏଚ-1ବି ଭିସାକୁ ସମର୍ଥନ କରାଯାଇଛି । ଏହି ଲୋକଙ୍କ ଅନୁଯାୟୀ ଏଚ-1ବି ଭୁସା ଆମେରିକାର ସ୍ବାର୍ଥରେ ରହିଛି । ଏହା ଦ୍ବାରା ଆମେରିକୀୟ କମ୍ପାନୀମାନେ ଯୋଗ୍ୟ ତଥା କୁଶଳୀ ବିଦେଶୀ ବୃତ୍ତିଗତମାନଙ୍କୁ ନିଯୁକ୍ତି ଜାରି ରଖିପାରିବେ କାରଣ ଏହି ଭିସା କାର୍ଯ୍ୟକ୍ରମ ନିର୍ଦ୍ଦିଷ୍ଟ ବୃତ୍ତିରେ ନିଯୁକ୍ତିକୁ ଅନୁମତି ଦେଇଥାଏ।
ଅନ୍ୟପକ୍ଷରେ ଏକ ଗୋଷ୍ଠୀ ବିଶ୍ବୋସ କରୁଛନ୍ତି ଯେ ଏହି ଭିସା ଯୋଗୁ ଆମେରିକୀୟମାନେ ଚିକିରି ହରାଉଛନ୍ତି । ଏପରିକି ବାମ ଏବଂ ଦକ୍ଷିଣପନ୍ଥୀ ସେଲିବ୍ରିଟିମାନେ ଏଚ-1ବି ଭିସା ଉପରେ ଏକଜୁଟ ହୋଇ ସମାନ ମତ ସୃଷ୍ଟି କରୁଥିବା ଦେଖାଯାଉଛି ।
ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିବୃତ୍ତିକୁ ଦେଖିଲେ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟବହାରକାରୀଙ୍କ ଏପରି ଅନେକ ମନ୍ତବ୍ୟ ଦେଖିବାକୁ ମିଳୁଛି ଯାହା ଭାରତୀୟ ଏଚ୍-୧ବି ଭିସା ଧାରକଙ୍କୁ ଟାର୍ଗେଟ କରୁଥିବା ଜଣାପଡିଛି। ଏଥିରୁ ଏହା ଜଣାପଡୁଛି ଯେ, ଆମେରିକାରେ ଭାରତୀୟ ଏଚ୍-୧ବି ଭିସାଧାରୀଙ୍କ ବିରୁଦ୍ଧରେ କୁଶଳୀ ବିଦେଶୀ ଶ୍ରମିକ କିମ୍ବା ଭାରତୀୟମାନଙ୍କୁ ଏହି ଭିସା ଉପରେ ନିଯୁକ୍ତି ନ ଦେବା ଭଳି ଏକ ପରିବେଶ ସୃଷ୍ଟି ହେଉଛି।
ଖବର ଅନୁଯାୟୀ, ଆମେରିକାର ବର୍ମୋଟର ସିନେଟର ବର୍ନି ସାଣ୍ଡର୍ସଙ୍କୁ ବାମପନ୍ଥୀ ଚିନ୍ତାଧାରାକୁ ସମର୍ଥନ କରୁଥିବା ବୋଲି ବିବେଚନା କରାଯାଇଥାଏ। ତେବେ ସେ ଜଣେ ଆତ୍ମ-ଘୋଷିତ ଗଣତାନ୍ତ୍ରିକ ସମାଜବାଦୀ। ନିକଟରେ ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲ ଜରିଆରେ ଏଚ୍-୧ବି ଭିସା ପ୍ରସଙ୍ଗରେ ଏକ ବିବୃତି ଦେଇଛନ୍ତି, ଯେଉଁଥିରେ ସେ ଏଲନ୍ ମସ୍କକୁ ମଧ୍ୟ ଟାର୍ଗେଟ୍ କରିଥିଲେ।
ବର୍ନି ସାଣ୍ଡର୍ସ ଏଲୋନ୍ ମସ୍କ ଏଚ୍-୧ବି ଭିସା କାର୍ଯ୍ୟକ୍ରମକୁ ସମର୍ଥନ କରୁଥିବାକୁ ନେଇ ଅଭିଯୋଗ କରିଛନ୍ତି। କାରଣ ଏହା ଅଧିକ କୁଶଳୀ ଶ୍ରମିକଙ୍କ ବଦଳରେ ଶସ୍ତା ଶ୍ରମ ଯୋଗାଉଛି। ବର୍ନି ସାଣ୍ଡର୍ସ ଶସ୍ତା ଶ୍ରମିକ ନିଯୁକ୍ତି କରି ଅଧିକ ଟଙ୍କା ରୋଜଗାର କରୁଥିବା ବିଲିୟନେୟାରଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।
ଜାନୁଆରି ୩ରେ ସୋସିଆଲ ମିଡିଆରେ ତାଙ୍କର ବିସ୍ତୃତ ବିବୃତିର ଏକ କପି ସେୟାର କରୁଥିବାବେଳେ ବର୍ନି ସାଣ୍ଡର୍ସ ଲେଖିଛନ୍ତି ଯେ, ଏଲନ୍ ମସ୍କଙ୍କର ଭୁଲ୍ ରହିଛି। ଏଚ୍-୧ବି ଭିସା କାର୍ଯ୍ୟକ୍ରମର ମୁଖ୍ୟ କାର୍ଯ୍ୟ ହେଉଛି ସର୍ବୋତ୍ତମ ଏବଂ ଉଜ୍ଜ୍ୱଳ ନିଯୁକ୍ତି ନୁହେଁ ବରଂ ଭଲ ବେତନ ପ୍ରାପ୍ତ ଆମେରିକୀୟ ଚାକିରୀକୁ ବିଦେଶରୁ ସ୍ୱଳ୍ପ ବେତନ ପ୍ରାପ୍ତ ଶ୍ରମ ସହିତ ବଦଳାଇବା। ସେମାନେ ଯେତେ ଶସ୍ତା ଶ୍ରମିକ ନିଯୁକ୍ତି କରିଥାନ୍ତି। ଏହାଦ୍ବାରା କୋଟିପତିମାନେ ଅଧିକ ଟଙ୍କା ରୋଜଗାର କରିବେ।