ଗୁଜରାଟର ପୋରବନ୍ଦର ବିମାନବନ୍ଦରରେ କୋଷ୍ଟଗାର୍ଡ଼ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଅଗ୍ନିଶମ ଏବଂ ଡ଼ାକ୍ତରୀ ଦଳ ଘଟଣାସ୍ଥଳରେପହଞ୍ଚିଛନ୍ତି । ଡ଼ିଏମ ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ନ୍ୟୁଜ ଏଜେନ୍ସି ଏନଆଇର ରିପୋର୍ଟ ଅନୁଯାୟୀ ଭାରତୀୟ ତଟରକ୍ଷୀ ବାହିନୀର ଜଣେ ଅଧିକାରୀ କହିଛନ୍ତି ଯେ ଏକ ନିୟମିତ ତାଲିମ ବିମାନ ଉଡ଼ଶଣ ସମୟରେ ଗୁଜରାଟର ପୋରବନ୍ଦରରେ କୋଷ୍ଟଗାର୍ଡ଼ର ଏଲଏଚ ଧ୍ରୁଭ ହେଲିକପ୍ଟର ଦିର୍ଘଟଣାଗସ୍ତ ହୋଇଛି । ଭୂମିରେ ମାଡ଼ହେବ ମାତ୍ରେ ହେଲିପ୍ଟରରେ ନିଆଁ ଲାଗିଯାଇଥିଲା ।
ଏହାପୂର୍ବରୁ ୨ ସେପ୍ଟେମ୍ବର ୨୦୨୪ରେ ପୋରବନ୍ଦର ଉପକୂଳ ନିକଟ ଆରବ ସାଗରରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ଉନ୍ନତ ହାଲୁକା ହେଲିକପ୍ଟର ଖସିପଡିଥିଲା। ଏହି ଦୁର୍ଘଟଣା ପରେ ଚାରିଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିଲେ।
ଖବର ଅନୁଯାୟୀ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ପରେ ଏହି ଦୁର୍ଘଟଣା ଘଟିଛି। ବିମାନରେ ଦୁଇଜଣ ପାଇଲଟ୍ ଏବଂ ଅନ୍ୟ ତିନି ଜଣ ଥିଲେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।