ବର୍ଡ଼ର ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଶେଷ ଟେଷ୍ଟ ସିଡ଼ନୀର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ଦୁଇ ଦିନର ମ୍ୟାଚ ଶେଷ ହୋଇଛି । ଏହା ସହିତ ଟିମ ଇଣ୍ଡିଆ 145 ରନ ଅଗ୍ରଣୀ ହାସଲ କରିଛି । ଦ୍ବିତୀୟ ଦିନ ଶେଷ ସୁଦ୍ଧା ଭାରତୀୟ ଦଳ 6 ଓ୍ବିକେଟ ହରାଇ 141 ରନ ସଂଗ୍ରହ କରିଛି । ଏଭଳି ପରିସ୍ଥିତିରେ ସଡ଼ନୀରେ ଖେଳାଯାଉଥିବା ମ୍ୟାଚରେ ଆୟୋଜକ ଅଷ୍ଟ୍ରେଲିଆକୁ ଟିମ ଇଣ୍ଡିଆ କେତେ ରନ ଟାର୍ଗେଟ ଦେଇପାରେ ସେନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।
ସିଡନୀରେ ଅଷ୍ଟ୍ରେଲିଆ ସବୁଠୁ ବଡ଼ ରନ୍ ଚେଜ୍ କରିଛି। ଜାନୁଆରୀ ୨୦୦୬ରେ ଅଷ୍ଟ୍ରେଲିଆ ସିଡନୀ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଇନିଂସରେ ୨୮୮/୨ ରନ୍ ଚେଜ୍ କରିଥିଲା। ସିଡନୀ ଟେଷ୍ଟର ଚତୁର୍ଥ ଇନିଂସରେ ଏହା ହେଉଛି ସବୁଠାରୁ ବଡ ରନ୍। ଏହି ତାଲିକାରେ ଅଷ୍ଟ୍ରେଲିଆ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ଫେବୃଆରୀ ୧୮୯୮ ରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଇନିଂସରେ ଅଷ୍ଟ୍ରେଲିଆ ୨୭୬/୪ ସ୍କୋର କରିଥିଲା ।
ସିଡନୀ ଟେଷ୍ଟର ଦୁଇ ଦିନ ଶେଷ ହେବା ପରେ ଟିମ୍ ଇଣ୍ଡିଆ ଅସୁବିଧାରେ ପଡିଥିବା ଜଣାପଡିଛି। ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରି ଭାରତ ଦିନ ଶେଷ ସୁଦ୍ଧା ବୋର୍ଡରେ ୧୪୧/୬ ରନ୍ କରିଛି।
ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଅଲ୍ଆଉଟ୍ ହୋଇ ୧୮୫ ରନ୍ ସଂଗ୍ରହ କରିଥିଲା। ତା’ପରେ କଙ୍ଗାରୁ ଦଳ ଏହାର ପ୍ରଥମ ଇନିଂସରେ ଅଲ୍ଆଉଟ୍ ହୋଇ ୧୮୧ ରନ୍ କରିଥିଲେ।
ଏହି ଅବଧିରେ ସିରାଜ ଏବଂ ପ୍ରସାଦ କୃଷ୍ଣ ଭାରତ ପାଇଁ ସର୍ବାଧିକ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଅବଶିଷ୍ଟ ୨ଟି ଲେଖାଏଁ ୱିକେଟ୍ ଅଧିନାୟକ ଜସପ୍ରୀତ୍ ବୁମ୍ରା ଏବଂ ଅଲରାଉଣ୍ଡର ନୀତୀଶ ରେଡ୍ଡୀ ନେଇଥିଲେ।
ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ଋଷଭ ପନ୍ତ ମାତ୍ର ୩୧ ବଲରେ ୬୧ ରନ୍ ସଂଗ୍ରହ କରିଥିଲେ। ଏହି ଇନିଂସ ସମୟରେ ପନ୍ତ ୪ଟି ଚମତ୍କାର ଛକା ଏବଂ ୨ଟି ଜୌକା ମାରିଥିଲେ। ସେଥିମଧ୍ୟରୁ ପନ୍ତ ମିଚେଲ ଷ୍ଟାର୍କଙ୍କ ବଲରେ ଲଗାତାର ୨ଟି ଛକା ମାରିଥିଲେ।