ବିହାର ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି । ଏବେ ଚର୍ଚା ହେଉଛି ପୁଣି ନୀତିଶ ଏନଡିଏ ଛାଡିବେ । ତେବେ ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ଏସବୁ ଭିତରେ ନୀତିଶଙ୍କୁ ନେଇ ଥମୁନି ଚର୍ଚ୍ଚା ।
ବିହାରରେ କିଏ ସରକାର କରିବ ତାକୁ ନେଇ ଗଣମାଧ୍ୟମରେ ଦୁଇ ଦିନ ହେଲା ଚାଲିଛି ବୟାନବାଜି । କାରଣ ନୀତିଶ ଏନଡ଼ିଏ ଛାଡ଼ି ପୁଣି ଥରେ ଇଣ୍ଡି ମେଣ୍ଟକୁ ଯାଉଥିବା କୁହାଯାଉଛି ।
ଏହାପଛରେ ବି ଅନେକ କାରଣ ରହିଛି । ଯଦି ନୀତିଶ ଏନଡ଼ିଏ ହାତ ଛାଡ଼ନ୍ତି ତାହେଲେ କେନ୍ଦ୍ରରେ ସରକାର ହଲଚଲ ହେବ । କାରଣ ଟିଡ଼ପି ଓ ଜେଡ଼ିୟୁ ସହାୟତାରେ ମୋଦି କେନ୍ଦ୍ରରେ ତୃତୀୟ ଥର କ୍ଷମତା ଦାଖଲ କରିଛନ୍ତି ।
ହେଲେ ନୀତିଶ ନାରାଜ ହେବା ପରେ ଏନଡ଼ିଲ ନେତାଙ୍କ ଚିନ୍ତା ବଢିଛି । ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ଶାହାଙ୍କ ବିହାର ଗସ୍ତ । କୁହାଯାଇଛି କି ଜାନୁଆରୀ 5 ତାରିଖରେ ଶାହାଙ୍କ ବିହାର ଗସ୍ତ ରହିଛି ।
ଏହି ସମୟରେ ସେ ନୀତିଶଙ୍କୁ ଭେଟିପାରନ୍ତି ଉଭୟଙ୍କ ମଧ୍ୟରେ ଆଲୋଚନା ବି ହୋଇପାରେ । ଏହି ଆଲୋଚନା ପରେ ହିଁ ନୀତିଶ ପ୍ରକୃତରେ ନାରାଜ ଅଛନ୍ତି କି ନାହାଁନ୍ତି ସେନେଇ ସ୍ପଷ୍ଟ ହେବ ।
ବିଜେପିର ସହଯୋଗରେ ସିଏମ ହେବା ପରେ ବି ପରବର୍ତ୍ତୀ ସମୟରେ ଆରଜେଡି କଥାରେ ଏନଡିଏ ଛାଡିଥିଲେ ନୀତିଶ । ୨ ବର୍ଷ ସରକାର କରିବା ପରେ ନୀତିଶଙ୍କୁ ଲାଗିଥିଲା କି, ଏନଡିଏର କଥା ଯାହା କାମ ସେଇୟା । ହେଲେ ଆରଜେଡିର କଥା ଗୋଟାଏ କାମ ଆଉ ଗୋଟାଏ । ଚାପ ଏତେ ଥିଲା ଯେ ୨୦୨୫ ନିର୍ବାଚନ ତେଜସ୍ବୀ ଯାଦବ ନେତୃତ୍ବରେ ହିଁ ଲଢାଯିବ ବୋଲି ନୀତିଶ କହିବାକୁ ବାଧ୍ୟ ହେଲେ ।
ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବାରମ୍ୱାର ଦଳ ବଦଳାଉଥିବାରୁ ତାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହେ । ଖାସ କରି ଜାନୁଆରୀରେ ହିଁ ସେ ବାରମ୍ୱାର ଦଳ ବଦଳାଉଥିବା ନଜର ରହିଛି ।
ଯେବେ ଇଣ୍ଡି ମେଣ୍ଟ ଛାଡ଼ି ଏନଡିଏରେ ନୀତିଶ କୁମାର ସାମିଲ ହୋଇଥିଲେ ସେବେ ନୀତିଶ କହିଥିଲେ ମୁଁ ଆଉ କେବେ ଏନଡିଏ ଛାଡିବି ନାହିଁ । ଏମିତିକି ମୋଦି ଶପଥ ନେବା ବେଳେ ସଂସଦରେ ମୋଦିଙ୍କ ପାଖରେ ବସି ବେଶ ହାସ୍ୟତ୍ମକ ଶୈଳୀରେ ନୀତିଶ କଥା ହେଉଥିବାର ନଜର ଆସିଥିଲେ । ହେଲେ ଏବେ ଏନଡିଏ ଛାଡୁଥିବା ଚର୍ଚ୍ଚା ଆରମ୍ଭ ହେବା ପରେ ନୀତିଶଙ୍କ କଥାକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି ।
ବିହାରର ମୁଖ୍ୟମନ୍ତ୍ରୀ ନୀତିଶ ହେବା ପଛରେ ବିଜେପିର ହିଁ ହାତ ରହିଛି । ଖାଲି ଏତିକି ନୁହେଁ ବରଂ ବିଜେପି ଯେଉଁ କଥା ଦିଏ ତାହାକୁ କରୁଥିବା ନଜିର ବି ରହିଛି । ନୀତିଶଙ୍କ ପ୍ରଥମେ ମୁଖ୍ୟମନ୍ତ୍ରୀ କରିବା ପଛରେ ହିଁ ବିଜେପିର ହାତ ରହିଥିଲା ଏ
ବେ ବି ନୀତିଶଙ୍କ ହାତ ଛାଡିନି ବିଜେପି । ୨୦୨୦ ମସିହାରେ ବିଜେପି କହିଥିଲା, ଆମ ଲକ୍ଷ ସଫଳ ହେଲେ ନୀତିଶ ହିଁ ସିଏମ ହେବେ, ପରବର୍ତ୍ତୀ ସମୟରେ ନୀତିଶ ହିଁ ସିଏମ ହୋଇଥିଲେ । ଯେଉଁ ସମୟରେ ଜେଡିୟୁ ପାଖରେ ମାତ୍ର ୪୩ ବିଧାୟକ ଥିଲେ ସେହି ସମୟରେ ବିଜେପି ପାଖରେ ଥିଲେ ୭୪ ବିଧାୟକ । ସଂଖ୍ୟା ଗଣିତକୁ ତର୍ଜମା କଲେ ବିଜେପିର ପ୍ରାର୍ଥୀ ହିଁ ମୁଖ୍ୟମନ୍ତ୍ରୀ ହେବାର କଥା ଥିଲା । ହେଲେ ବି ନୀତିଶଙ୍କ କାନ୍ଧରେ ମୋଦି ସିଏମ ଚୌକିର ଦାୟିତ୍ବ ଦେଇଥିଲେ ।