ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ସରଗରମ ହୋଇଛି । ଏଥର ବିଜେପି ସରକାର ଗଢ଼ିବ ନା ଆପ ତାହା କହିବା ମୁସ୍କିଲ । ତେବେ ଅରବିନ୍ଦ କେଜରିଓ୍ବାଲଙ୍କ ବିରୋଧରେ ପ୍ରବେଶ ବର୍ମା ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇଛନ୍ତି ।
ମାସକ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଦୁଇ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି । ନିର୍ବାଚନ ଲାଗି ପ୍ରଚାର କଂଗ୍ରେସ, ବିଜେପି, ଆପ ଦଳକୁ ନେଇ ସରଗରମ ହେଲାଣି ରାଜନୀତି ।
ଶାସକ ଦଳ ଆପ , ବିରୋଧୀ ବିଜେପି ଓ କଂଗ୍ରେସର ନେତାମାନେ ଘନ ଘନ ରଣନୀତି ସହ ମୈଦାନକୁ ଓହ୍ଲାଇଲେଣି । ଭୋଟରଙ୍କୁ ନେଇ ତିନି ଦଳ ଅନେକ ଘୋଷଣା କରିଛନ୍ତି ।
ଆପ ଏଥର ହିନ୍ଦୁ ଭୋଟ ପାଇବା ପାଇଁ ଭୂଜାରୀଙ୍କୁ ଟଙ୍କା ଦେବା ଥୋପ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆପ ସରକାର ବିରୋଧରେ ଘନ ଘନ ଟାର୍ଗେଟ କରୁଛନ୍ତି। ଠିକ ସେମିତି କଂଗ୍ରେସ ବି ଲୋକଙ୍କୁ ଅନେକ ମାଗଣା ଦେବାର ଘୋଷଣା କରିଛି ।
ଏହି ନିର୍ବାଚନରେ ମହିଳା ଭୋଟ କିଏ ପାଇବ ତାହାକୁ ନେଇ ଚର୍ଚା ହେଉଛି । ବିଶେଷ ଭାବରେ ମହିଳାଙ୍କୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ଦଳ ଯଦି ଦିଲ୍ଲୀରେ ସରକାର କରେ ତାହେଲେ ମହିଳାଙ୍କୁ ମାସକୁ 3 ହଜାର ଟଙ୍କା ସହିତ ସ୍ବାସ୍ଥ୍ୟ ବୀମା ମଧ୍ୟ ପ୍ରଦାନ କରାଯିବ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡିଛି ।
କେବଳ ଏତିକି ନୁହେଁ ଆହୁରି ଅନେକ ଯୋଜନା ଦଳ ପକ୍ଷରୁ ଘୋଷଣା କରାଯାଇଛି । ଖୁବଶୀଘ୍ର ଦଳ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯିବା ନେଇ କଂଗ୍ରେସ ସୂଚନା ଦେଇଛି ।
ଜାନୁଆରୀ ୬ ତାରିଖରେ କଂଗ୍ରେସର ବରିଷ୍ଠ ନେତା ପ୍ରେସମିଟ୍ କରି ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା କରିବେ। ଏହାପରେ ପରେ ଦଳର ଜାତୀୟ ନେତା ଦିଲ୍ଲୀ ନିର୍ବାଚନ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ।
ପୂର୍ବରୁ ଆପ୍ ଓ ବିଜେପି ପ୍ରଚାର ମୈଦାନକୁ ଓହ୍ଲାଇ ସାରିଛନ୍ତି। କେବଳ ଓହ୍ଲାଇଛନ୍ତି ତାହା ନୁହେଁ ବରଂ ମୋଦୀ ଗତକାଲି ଉଭୟ କଂଗ୍ରେସ ଓ ଆପ୍କୁ କଡ଼ା ଟାର୍ଗେଟ୍ କରିଥିଲେ ।
ଦିଲ୍ଲୀ ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ, ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଜାତୀୟ ସ୍ତରର ଅନେକ ନେତା ପ୍ରଚାର ମୈଦାନକୁ ଓହ୍ଲାଇବେ।